ଦେଶରେ ୫୭ ଲକ୍ଷ ଅତିକ୍ରମ କରିଛି କରୋନା ସଂକ୍ରମଣ, ଗତ ୨୪ ଘଂଟା ମଧ୍ୟରେ ୮୬,୫୦୮ ନୂଆ ମାମଲା


ଦେଶରେ କରୋନା ଭାଇରସ ମାମଲା ବଢ଼ିବାରେ ଲାଗିଛି। ଏଥି ସହିତ ସଂକ୍ରମଣରୁ ସୁସ୍ଥ ହେଉଥିବା ଲୋକଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ପାଉଛି। ଗତ ୨୪ ଘଂଟା ମଧ୍ୟରେ, ୮୬,୫୦୮ ନୂତନ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ୧୧୨୯ ଜଣ ଲୋକ ପ୍ରାଣ ହରାଇଛନ୍ତି। କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଦ୍ୱାରା ଏହି ସୂଚନା ଦିଆଯାଇଛି।

ଏହା ସହ ଭାରତରେ ମୋଟ କରୋନା ମାମଲା ୫୭ ଲକ୍ଷରୁ ଅଧିକ ହୋଇଛି। ଦେଶରେ ସମୁଦାୟ କୋଭିଡ୍ ମାମଲା ୫୭,୩୨,୫୧୯ କୁ ବୃଦ୍ଧି ପାଇଛି | ଏଥିରେ ସକ୍ରିୟ ମାମଲା ସଂଖ୍ୟା ୯,୬୬,୩୮୨ ଥିବାବେଳେ ୪୬,୭୪,୯୮୮ ରୋଗୀ ଆରୋଗ୍ୟ ଲାଭ କରିଛନ୍ତି କିମ୍ବା ଡାକ୍ତରଖାନାରୁ ଡିସଚାର୍ଜ ହୋଇଛନ୍ତି । ଏଥିସହ ଦେଶରେ ମୋଟ କରୋନା ମୃତ୍ୟୁ ସଂଖ୍ୟା ୯୧,୧୪୯କୁ ବୃଦ୍ଧି ପାଇଛି ।


Share It

Comments are closed.