ଡ୍ରଗ୍ସ ଲିଙ୍କ ମାମଲାରେ ଆଜି ଏନସିବି ନିକଟରେ ହାଜିର ହେବେ ଅଭିନେତ୍ରୀ ରକୁଲ ପ୍ରୀତ ଏବଂ ଫ୍ୟାଶନ ଡିଜାଇନର ସିମୋନ ଖମ୍ବାଟା


ସୁଶାନ୍ତ ସିଂହ ମାମଲାରେ ଡ୍ରଗ୍ ଲିଙ୍କ୍ ଆସିବା ପରେ ଏନସିବି ଅନେକ ବଡ ତାରକାଙ୍କ ଗୁମର ଖୋଲିବାରେ ଲାଗିଛି। ରିୟାଙ୍କୁ ପଚରାଉଚରା ବେଳେ ଅଭିନେତ୍ରୀ ରକୁଲପ୍ରୀତ ସିଂଙ୍କ ସମେତ ଶ୍ରଦ୍ଧା କପୁରଙ୍କ ନାଁ ନେଇଥିଲେ। ଆଜି ଏନସିବି ରକୁଲପ୍ରୀତ ସିଂ ଏବଂ ସିମୋନ୍ ଖମ୍ବାଟାଙ୍କୁ ପଚରାଉଚରା ପାଇଁ ଡାକିଛି। ଡ୍ରଗ୍ସ ଲିଙ୍କକୁ ନେଇ ଉଭୟଙ୍କୁ ପ୍ରଶ୍ନ ପଚରାଯିବ। ଏନସିବି ପ୍ରଶ୍ନର ଏକ ତାଲିକା ପ୍ରସ୍ତୁତ କରିଛି । ରକୁଲ-ସିମୋନଙ୍କୁ ପଚରାଉଚରା ବେଳେ ଏନସିବି ସାମ୍ନାରେ କ’ଣ ନୂଆ ଖୁଲାସା ହେବ ତାହା ଦେଖିବାକୁ ବାକିରହିଲା। ତେବେ ଏନସିବି ଦୀପିକା ପାଦୁକୋନ, ଶ୍ରଦ୍ଧା କପୁର, ସାରା ଅଲି ଖାନଙ୍କୁ ମଧ୍ୟ ପଚରାଉଚରା କରିବ।

ସୁଶାନ୍ତ ସିଂହ ମୃତ୍ୟୁ ମାମଲାରେ ଡ୍ରଗ୍ସ କନେକ୍ସନ ସାମ୍ନାକୁ ଆସିବା ପରଠୁ ଅବୈଧ ଡ୍ରଗ୍ସ ସେବନ ଓ ନିଶା କାରବାରରେ ବଲିଉଡର ଅନେକ ନାମିଦାମୀ ଅଭିନେତ୍ରୀଙ୍କ ନାମ ସାମ୍ନାକୁ ଆସିଛି। ଏହି ମାମଲାର ତଦନ୍ତ କରୁଥିବା ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ(ଏନସିବି) ବୁଧବାର ବଡ କାର୍ଯ୍ୟାନୁଷ୍ଠାନ ନେଇଛି। ଏଜେନ୍ସି ବଲିଉଡର ଅନେକ ଲୋକପ୍ରିୟ ଅଭିନେତ୍ରୀଙ୍କୁ ସମନ ପଠାଇଛି। ଏନସିବି ଦୀପିକା ପାଦୁକୋନ, ସାରା ଅଲୀ ଖାନ, ରକୁଲ ପ୍ରୀତ ସିଂହ ଓ ଶ୍ରଦ୍ଧା କପୁରଙ୍କ ପରି ତାରକା ସମେତ ୭ ଜଣଙ୍କୁ ସମନ ଜାରି କରିସାରିଛି। ଏହି ମାମଲାରେ ଏନସିବି ରିୟା ଚକ୍ରବର୍ତ୍ତୀ, ସୌଭିକ ଚକ୍ରବର୍ତ୍ତୀଙ୍କ ସମେତ ଅନେକ ଲୋକଙ୍କୁ ଗିରଫ କରି ଜେଲ୍‌ ପଠାଇ ସାରିଛି।

ସୂତ୍ର ଅନୁଯାୟୀ ସେପ୍ଟେମ୍ବର ୨୫ରେ ଜେରା ପାଇଁ ଏନସିବି ଦୀପିକା ପାଦୁକୋନଙ୍କୁ ଡକାଇଛି। ଏନସିବି ମଙ୍ଗଳବାର ଦୀପିକା ପାଦୁକୋନଙ୍କ ମ୍ୟାନେଜର କରିସ୍ମା ପ୍ରକାଶ ଓ କ୍ଵାନ ଟ୍ୟାଲେଣ୍ଟ ମ୍ୟାନେଜମେଣ୍ଟର ସିଇଓ ଧ୍ରୁବ ଚିତଗୋପେକରଙ୍କ ମଧ୍ୟ ତଲବ କରିଥିଲା। ହେଲେ ସ୍ଵାସ୍ଥ୍ୟବସ୍ଥା କାରଣ ଦର୍ଶାଇ ସେ ଏଜେନ୍ସି ସମ୍ମୁଖରେ ହାଜର ହୋଇନଥିଲେ।

ଏହା ବ୍ୟତୀତ ଅନେକ ରିପୋର୍ଟରେ ଦାବି କରାଯାଇଥିଲା ଯେ, ଟିଭି ଅଭିନେତ୍ରୀ ଅବିଗେଲ ପାଣ୍ଡେ ଓ ସନମ ଜୋହରଙ୍କୁ ଏନସିବି ସମନ ପଠାଇଛି। ଏହା ମଧ୍ୟରେ ଫିଲ୍ମ ‘ଉଡତା ପଞ୍ଜାବ’ର ନିର୍ମାତା ମଧୁ ମାଣ୍ଟେନ ଏହି ମାମଲାରେ ନିଜର ବୟାନ ରେକର୍ଡ ପାଇଁ ଏନସିବି ଗେଷ୍ଟ ହାଉସ୍‌ ପହଞ୍ଚିଛନ୍ତି। ସୁଶାନ୍ତ ସିଂହ ରାଜପୁତଙ୍କ ଟ୍ୟାଲେଣ୍ଟ ମ୍ୟାନେଜର ଜୟା ଶାହାଙ୍କୁ ଜେରା ବେଳେ ମାଣ୍ଟେନଙ୍କ ନାମ ସାମ୍ନାକୁ ଆସିଥିଲା।


Share It

Comments are closed.