ଗିରଫ ହେଲେ ଗାନ୍ଧୀଜୀଙ୍କ ପୁତଳିକାରେ ଗୁଳି ମାରିଥିବା ସନ୍ଦିଗ୍ଧ ମହିଳା


ଜାତୀୟ ପିତା ମହାତ୍ମା ଗାନ୍ଧୀଙ୍କ ମହାପ୍ରୟାଣ ଦିବସ ଅବସରରେ ତାଙ୍କର ଏକ ପୁତଳିକାରେ ଗୁଳି କରିବା ମାମଲାରେ ଫେରାର ଥିବା ଅଖିଳ ଭାରତୀୟ ହିନ୍ଦୁ ସଭାର ରାଷ୍ଟ୍ରୀୟ ସଚିବ ‘ପୁଜା ସକୁନ ପାଣ୍ଡେ’ ଏବଂ ତାଙ୍କ ସ୍ୱାମୀଙ୍କୁ ପୋଲିସ ଗତ କାଲି ରାତିରେ ଗିରଫ କରିଛି । ପୋଲିସ ଉଭୟଙ୍କୁ ଦିଲ୍ଲୀ ନୋଏଡାରୁ ଗିରଫ କରି ତାଙ୍କୁ କୋର୍ଟ ଚାଲାଣ ପାଇଁ ‘ଅଲିଗଡ’ ପଠାଇ ଦେଇଛି ।
ପ୍ରକାଶ ଥାଉକି , ଜାତୀୟ ପିତା ମହାତ୍ମା ଗାନ୍ଧୀଙ୍କ ମହାପ୍ରୟାଣ ଦିବସ ଅବସରରେ ପୂଜା ଏବଂ ତାଙ୍କ ସ୍ୱାମୀଙ୍କ ସମେତ ସଙ୍ଗଠନର ଅନେକ ପଦାଧିକାରୀ ମହାତ୍ମା ଗାନ୍ଧୀଙ୍କୁ ହତ୍ୟା କରାଯିବାର ମୂହୂର୍ତ୍ତକୁ ପୁଣି ଥରେ ପୁନଃଜୀବିତ କରିଥିଲେ । ସେ ମହାତ୍ମା ଗାନ୍ଧୀଙ୍କ କୁଶପୁତଳିକାରେ ଗୁଳି କରି ତାଙ୍କୁ ହତ୍ୟା କରାଯିବାର ମୂହୂର୍ତ୍ତକୁ ପୁନଃଜୀବିତ କରି ଏକ ଭିଡିଓ ପ୍ରସ୍ତୁତ କରିଥିଲେ, ଯାହାକୁ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଥିଲା ।
ପୂଜାଙ୍କର ଏହି ନିନ୍ଦନୀୟ କାର୍ଯ୍ୟ ପାଇଁ ଅଲିଗଡ ଥାନ ତାଙ୍କ ବିରୋଧରେ ଏକ ମାମଲା ରୁଜୁ କରିଥିଲା । ପୂଜାଙ୍କ ସାଥିରେ ଥିବା ଅନେକ ପଦାଧିକାରୀଙ୍କୁ ପୋଲିସ ପୂର୍ବରୁ ଗିରିଫ କରିସାରିଥିବାବେଳେ ପୂଜା ଏବଂ ତାଙ୍କ ସ୍ୱାମୀ ଅନେକ ଦିନ ହେବ ଫେରାର ଥିଲା । ଯାହା ଫଳରେ ପୋଲିସ ଗତ କାଲି ଉଭୟଙ୍କୁ ଗିରଫ କରି କୋର୍ଟ ଚାଲଣ କରିଛି ।


Share It

Comments are closed.