କୋଭିଡ-୧୯ର ସଂକ୍ରମଣକୁ ରୋକିବାରେ ସମର୍ଥ ହୋଇପାରେ ନୂଆ ମର୍ସ ଭ୍ୟାକ୍ସିନ, ମୂଷା ଉପରେ ସଫଳ ପରୀକ୍ଷଣ


ନୂଆ ମର୍ସ ଭ୍ୟାକ୍ସିନ କରୋନା ସଂକ୍ରମଣକୁ ରୋକିବାରେ ସଫଳ ସାବ୍ୟସ୍ତ ହୋଇପାରେ । ଗବେଷକମାନେ ଗୋଟିଏ ମୂଷା ଉପରେ ଏହାର ସଫଳ ପରୀକ୍ଷଣ କରିଛନ୍ତି, ଯାହାକୁ ମସ୍‌(ମିଡିଲ ଇଷ୍ଟ ରେସ୍ପିଟୋରୀ ସିଣ୍ଡ୍ରୋ୍ରମ)ର ହେଭି ଡୋଜ ଦିଆ ଯାଇଥିଲା । ମର୍ସ କୋଭିଡ-୧୯ ସହିତ ଅନେକ ମାତ୍ରାରେ ସାଦୃଶ୍ୟ ଅଟେ, ଯାହାକି ଏହି ସମୟରେ ପୁରା ବିଶ୍ୱରେ ମୃତ୍ୟୁର ତାଣ୍ଡବ ରଚୁଛି ।
ଆମେରିକାର ୟୁନିଭର୍ସିଟି ଅଫ ଜର୍ଜିଆ ଏବଂ ୟୁନିଭର୍ସିଟି ଅଫ ଲୋୱାର ଗବେଷକମାନେ ଦାବି କରିଛନ୍ତି ଯେ ଏହି ଭ୍ୟାକ୍ସିନ କୋଶିକା ଗୁଡ଼ିକରେ ପ୍ରତିରକ୍ଷା ପ୍ରତିକ୍ରୟା ଉତ୍ପନ୍ନ କରିବା ପାଇଁ ଏକ କ୍ଷତିକାରକ ଭାଇରସର ବ୍ୟବହାର କରିଥାଏ । ଏହାର ପରୀକ୍ଷଣ ପରେ କୋଭିଡ-୧୯ ସମେତ ଅନ୍ୟ କରୋନା ଭାଇରସ ରୋଗ ଗୁଡ଼ିକ ବିରୋଧରେ ଭ୍ୟାକ୍ସିନ ପ୍ରସ୍ତୁତ କରିବାର ଆଶା ଜାଗୃତ ହୋଇଛି ।
ଜର୍ଣ୍ଣାଲ ଏମ୍‌ବାୟୋରେ ପ୍ରକାଶିତ ଅଧ୍ୟୟନ ଅନୁଯାୟୀ ଏହି ଭ୍ୟାକ୍ସିନ ଏକ ପାରାଇନଫ୍ଲୁଏଞ୍ଜା ଭାଇରସ(ପିଆଇ୫) ଅଟେ, ଯେଉଁଥିରେ ସ୍ପାଇକ ପ୍ରୋଟିନ ରହିଥାଏ, ଯାହା ମର୍ସ କୋଶିକାଗୁଡ଼ିକୁ ସଂକ୍ରମିତ କରିବା ପାଇଁ ବ୍ୟବହାର କରିଥାଏ । ମର୍ସର ଘାତକ ଡୋଜ ଦେବା ସତ୍ୱେ ମଧ୍ୟ ଯେବେ ମୂଷା ଉପରେ ଏହି ଭ୍ୟାକ୍ସିନର ବ୍ୟବହାର କରାଗଲା ସେତେବେଳେ ତାର କିଛି ମଧ୍ୟ ହେଲା ନାହିଁ ।
ଊୁନିଭର୍ସିଟି ଅଫ ଲୋୱାର ଗବେଷକ ପ୍ରଫେସର ପଲ ମ୍ୟାକ୍‌ରେ କହିଛନ୍ତି ଯେ, ଆମର ନୂଆ ଅଧ୍ୟୟନ ଦର୍ଶାଉଛି ଯେ ପାରାଇନ୍‌ଫ୍ଲୁଏଞ୍ଜା ଭାଇରସ, କରୋନା ଭାଇରସ ମହାମାରୀ ବିରୋଧରେ ଏକ ଉପଯୋଗୀ ଭ୍ୟାକ୍ସିନ ସାବ୍ୟସ୍ତ ହୋଇପାରେ । ଗବେଷକମାନେ ବର୍ତମାନ ପଶୁଙ୍କ ଉପରେ ପାରାଇନ୍‌ଫୁ୍ଲଏଞ୍ଜା ଭାଇରସ ଆଧାରିତ ଭ୍ୟାକ୍ସିନର ଅଧିକ ବ୍ୟବହାର କରି ଅଧ୍ୟୟନର ଯୋଜନା କରୁଛନ୍ତି କାରଣ ମର୍ସ ଓ କୋଭିଡ-୧୯ ଉଭୟ ହିଁ କରୋନା ଭାଇରସ କାରଣରୁ ଖେଳିଛନ୍ତି ।
ମର୍ସ ଅଧିକ ଘାତକ ଅଟେ, କିନ୍ତୁ ୨୦୧୨ ରୁ ଏହି ଭାଇରସ ଖେଳିବା ପରଠାରୁ ଏ ପର୍ଯ୍ୟନ୍ତ କେବଳ ୨,୪୯୪ ମାମଲା ସାମ୍ନାକୁ ଆସିଛି । ଏଭଳି ସ୍ଥଳେ ଗତବର୍ଷ ଡିସେମ୍ବରରୁ ଚୀନର ଉହାନରୁ ସଂକ୍ରମିତ ହୋଇଥିବା କୋଭିଡ-୧୯ ଏପର୍ଯ୍ୟନ୍ତ ପୁରା ଦୁନିଆରେ ୭୦ ହଜାରରୁ ଉର୍ଦ୍ଧ୍ୱ ଲୋକଙ୍କ ଜୀବନ ନେଇସାରିଲାଣି ।


Share It

Comments are closed.