ରାମାୟଣର ସିକ୍ୱେଲ ପାଇଁ ରମାନନ୍ଦଙ୍କ ଉପରେ ୧୦ ବର୍ଷ ପର୍ଯ୍ୟନ୍ତ କୋର୍ଟରେ ଚାଲିଥିଲା ମାମଲା


ଛୋଟ ପରଦାରେ ଲୋକପ୍ରିୟ ସୋ’ ରାମାୟଣକୁ ଅନ୍ୟ ସୋ’ ମାନଙ୍କ ତୁଳନାରେ ବେଶ ଅଧିକ ଟିଆରପି ମିଳୁଥିବାବେଳେ ଦୂରଦର୍ଶନରେ ଏହାର ପ୍ରସାରଣ ୨୫ ଜାନୁଆରୀ ୧୯୮୭ରେ ଆରମ୍ଭ ହୋଇଥିଲା । ପ୍ରତ୍ୟେକ ସପ୍ତାହରେ ଏହାର ୩୫ ମିନିଟିଆ ଏପିସୋଡ ଥିଲା । ଏହି କାହାଣୀର ବିଷୟବସ୍ତୁ ବାଲ୍ମୀକି ରାମାୟଣ ଏବଂ ତୁଳସୀଦାସଙ୍କ ରାମଚରିତମାନସରୁ ସଂଗ୍ରହ କରାଯାଇଥିଲା । ଅରୁଣ ଗୋବିଲ, ଦୀପିକା, ସୁନିଲ ଲହରୀ, ଦାରା ସିଂହ ଏବଂ ଅରବିନ୍ଦ ତ୍ରିବେଦୀଙ୍କୁ ମୁଖ୍ୟ ଭୂମିକାରେ ନେଇ ରମାନନ୍ଦ ସାଗର ଏହାକୁ ପ୍ରସ୍ତୁତ କରିଥିଲେ । କରୋନା ଭାଇରସକୁ ନେଇ ଉପୁଜିଥିବା ଲକଡାଉନ ସ୍ଥିତି ପାଇଁ ରାମାୟଣର ପୁନଃ ପ୍ରସାରଣ ଆରମ୍ଭ ହୋଇଥିବାବେଳେ ଏହାକୁ ବର୍ତ୍ତମାନ ଜବରଦସ୍ତ ଟିଆରପି ମିଳୁଛି । ସେହିଭଳି ୮୦ ଦଶକରେ ଏହି ସିରିଜକୁ ୮୨ ପ୍ରତିଶତ ଟିଆରପି ମିଳିଥିଲା ।
୭୮ତମ ଏପିସୋଡ ପରେ ସୀତା ଯେତେବେଳେ ପୃଥିବୀ ଗର୍ଭରେ ଲୀନ ହେଲେ ଏବଂ ରାମାୟଣ ସମାପ୍ତ ହେଲା ସେତେବେଳେ ଏହାର ଆଗାମୀ କାହାଣୀ ଦେଖାଯିବା ପାଇଁ ଖୁବ ଜୋରସେ ଦାବୀ ଆରମ୍ଭ ହେଲା । ଏଥିପାଇଁ ରମାନନ୍ଦ ସାଗର ପ୍ରସ୍ତୁତ ନଥିଲେ । ରମାନନ୍ଦଙ୍କ ଅନୁଯାୟୀ, ଏହା ଆଗକୁ ତାଙ୍କ ପାଖେ କହିବାର କିଛି ନାହିଁ ଏବଂ ସେ ଯଦି ଲବ କୁଶଙ୍କ କାହାଣୀକୁ ଏହା ମଧ୍ୟକୁ ଆଣନ୍ତି ତେବେ ଏହା କାଳ୍ପନିକ ଉପରେ ଆଧାରିତ ହେବ ।
କିନ୍ତୁ ଚାପ ଆସି ସେ ଦୂରଦର୍ଶନ ପାଇଁ ରାମାୟଣ ଉତ୍ତର କାଣ୍ଡ ନାମରେ ଆଉ ଏକ ସିକ୍ୱେଲ ପ୍ରସ୍ତୁତ କରିଥିବାବେଳେ ଏହାକୁ ନେଇ ତାଙ୍କୁ ଅନେକ ବିବାଦର ସମ୍ମୁଖୀନ ହେବାକୁ ମଧ୍ୟ ପଡିଥିଲା । କେବଳ ଏତିକି ନୁହେଁ ଏହାକୁ ନେଇ ଅନେକ ରମାନନ୍ଦଙ୍କ ଉପରେ ଅଭିଯୋଗ ଆଣିଥିବାବେଳେ ଏଥିପାଇଁ ରମାନନ୍ଦଙ୍କ ଉପରେ ୧୦ ବର୍ଷ ପର୍ଯ୍ୟନ୍ତ କୋର୍ଟ କେସ ମଧ୍ୟ ଚାଲିଥିଲା । ପ୍ରକାଶ ଥାଉକି, ୨୦୦୦ଟି ଚ୍ୟାନେଲ ମଧ୍ୟରୁ ଏହାକୁ କେବଳ ଗୋଟିଏ ଚ୍ୟାନେଲରେ ଟେଲିକାଷ୍ଟ କରାଯାଉଥିଲା । ଅନ୍ୟପଟେ ୨୦୦୮ରେ ସାଗର ଆର୍ଟ ପକ୍ଷରୁ ରାମାୟଣର ରିମେକ ପ୍ରସ୍ତୁତ କରାଯାଇଥିଲା ।


Share It

Comments are closed.