ଡ୍ୟୁରାସେଲ ପକ୍ଷରୁ ନୂତନ ବ୍ୟାଟେରୀର ଶୁଭାରମ୍ଭ


ସ୍ୱତନ୍ତ୍ର ବ୍ୟାଟେରୀ କମ୍ପାନୀ ଡ୍ୟୁରାସେଲ୍ ପକ୍ଷରୁ ସର୍ବାଧିକ ଗୋଟିଏ ବର୍ଷର ଗ୍ୟାଟେଣ୍ଟି ସହିତ ଆଲକାଲାଇନ ବ୍ୟାଟେରୀ ଡ୍ୟୁରାସେଲ ଛୋଟା ପାୱାରର ଶୁଭାରମ୍ଭ କରାଯାଇଛି । ପ୍ରତିଦିନ କିପରି ଏବଂ କେଉଁଠାରେ ଭାରତୀୟମାନେ ବହୁଳଭାବେ ବ୍ୟାଟେରୀ ବ୍ୟବହାର କରଥାନ୍ତି ତାହାର ଗଭୀରତା ବିଶ୍ଳେଷଣରୁ ପ୍ରୋତ୍ସାହିତ ଡ୍ୟୁରାସେଲ ଛୋଟା ପାୱାରର ସ୍ୱତନ୍ତ୍ର ଫର୍ମୁଲା ଭାରତର ଘରୋଇ ଉପକରଣ ତଥା ରିମୋଟ ଏବଂ ଗୋଟିଏ ସେଟ-ଟପ ବକ୍ସ ପାଇଁ ପ୍ରସ୍ତୁତ ହୋଇଛି । ଏହା ସମ୍ପୂର୍ଣ୍ଣ ଗୋଟିଏ ବର୍ଷ ପାଇଁ ତ୍ରୁଟିହୀନ ଚ୍ୟାନେଲ ସର୍ଫିଂର ସୁବିଧା ପ୍ରଦାନ କରିଥାଏ । ଜାତୀୟ ସ୍ତରର ବିପଣନ ସୁବିଧା ସହିତ ଏହା ନିଶ୍ଚିନ୍ତ କରୁଛି କି ଡ୍ୟୁରାସେଲ ଛୋଟା ପାୱାର ବ୍ୟାଟେରୀ ଲକ୍ଷାଧିକ ଭାରତୀୟ ପରିବାରକୁ ପ୍ରତି ବ୍ୟାଟେରୀ ମାତ୍ର ୧୭ ଟଙ୍କାରେ ଉପଲବ୍ଧ ହେଉଛି ।
ଭାରୀ ଡ୍ୟୁଟି ଜିଙ୍କ-କାର୍ବନ ବ୍ୟାଟେରୀ, ଡ୍ୟୁରାସେଲ ଛୋଟା ପାୱାର ବ୍ୟାଟେରୀ, ସିଏଫଏଲ (କମ୍ପାକ୍ଟ ଫ୍ଲାୁରୋସେଣ୍ଟ ଲାଇଟ)ପରି ଲାଇଟ ବଲବ ତୁଳନାରେ ଏଲଇଡି ବଲବ ସହିତ ତୁଳନା କରାଯାଇପାରେ । ଯେଉଁଠାରେକି ଉଭୟ ଉଜ୍ଜ୍ୱଳତା ଉତ୍ପନ୍ନ କରୁଥିବାବେଳେ ଏଲଇଡି ଅତ୍ୟାଧୁନିକ ପ୍ରଯୁକ୍ତିବିଦ୍ୟା, ସ୍ୱତନ୍ତ୍ରଭାବେ ଲମ୍ବା ଅବଧି ସହିତ ପ୍ରସ୍ତୁତ ଯାହାକି ଅର୍ଥର ଉକ୍ତୃଷ୍ଟ ମୂଲ୍ୟ ପ୍ରଦାନ କରିଥାଏ । ଭାରତୀୟ ଘରୋଇ କ୍ଷେତ୍ରରେ ରିମୋଟ କଣ୍ଟ୍ରୋଲରେ ଡ୍ୟୁରାସେଲ ଛୋଟା ପାୱାରର ବ୍ୟବହାର ପରେ ଗ୍ରାହକମାନେ ଜିଙ୍କ କାର୍ବନ ବ୍ୟାଟେରୀ ତୁଳନାରେ ଏହା ଅଧିକ ଚାଲୁଛିବୋଲି ହୃଦୟଙ୍ଗମ କରିପାରିବେ । ଏହା ଭାରତୀୟ ଗ୍ରାହକମାନଙ୍କ ପାଇଁ ଏକ ଉକ୍ତୃଷ୍ଟ ଏବଂ ମୂଲ୍ୟବାନ ପସନ୍ଦ ହୋଇପାରିବ । ଡ୍ୟୁରାସେଲ ପକ୍ଷରୁ ମଧ୍ୟ ଭାରତୀୟ ଘରମାନଙ୍କରେ ଡ଼୍ୟୁରାସେଲ ଅଲଟ୍ରା ସହିତ ପାୱାର-ଚାହୁଁଥିବା ଉପକରଣ ପାଇଁ ୧୦୦ ପ୍ରତିଶତ ପର୍ଯ୍ୟନ୍ତ ଅଧିକ ଶକ୍ତି ପ୍ରଦାନ କରିବ ।


Share It

Comments are closed.