ମ୍ୟାଗନମ ପକ୍ଷରୁ ନୂତନ ଭ୍ୟାରିଆଣ୍ଟ ଆଇସକ୍ରିମର ଶୁଭାରମ୍ଭ


ଭୁବନେଶ୍ୱର: ମ୍ୟାଗନମ ପକ୍ଷରୁ ନୂତନ ଫ୍ଲେଭର ମ୍ୟାଗନମ ହେଜେଲନଟ ଆଇସକ୍ରିମର ଶୁଭାରମ୍ଭ କରାଯାଇଛି । ହେଜେଲନଟ ଏକ ପ୍ରକାରର ଆଇସକ୍ରିମ, ଯାହା ବଲଗିଆନ ଚକଲେଟର ସ୍ୱାଦ ପ୍ରଦାନ କରିଥାଏ । ଏହି ନୂତନ ଭ୍ୟାରିଆଣ୍ଟ ସାରା ଭାରତରେ ଥିବା ସମସ୍ତ ଷ୍ଟୋରମାନଙ୍କରେ ୯୦ ଟଙ୍କାରେ ଉପଲବ୍ଧ ହେଉଛି । ଗ୍ରାହକମନେ ଏହି ସମ୍ବନ୍ଧରେ ଅତ୍ୟଧିକ ତଥ୍ୟ ପାଇଁ <twitter.com/MagnumIND> ଟ୍ୱିଟରରେ କିମ୍ବା www.facebook.com/MagnumIND ଫେସବୁକରେ ପରିଦର୍ଶନ କରିପାରିବେ ।
ଏହି ପରିପ୍ରେକ୍ଷୀରେ ହେଜେଲନଟ ଭାରିଆଣ୍ଟର ମ୍ୟାଗନମର ବକ୍ତା ହିମାଂଶୁ କନୱର କହିଛନ୍ତି ଯେ, “ନୂତନ ମ୍ୟାଗନମ ହେଜେଲନଟ ଆଇସକ୍ରିମ, ହେଜେଲନଟ-ସ୍ୱାଦର ଆଇସକ୍ରିମ, ବଲଗିଆନ ଚକଲେଟ ଏବଂ କ୍ରଞ୍ଚି ହେଜେଲନଟ ସ୍ୱାଦର ମିଶ୍ରଣ ଅଟେ । ବଜାରରେ ଉଚ୍ଚ ବଲଗିଆନ ଚକଲେଟ ସହିତ ସହଭାଗିତା ହୋଇ ମ୍ୟାଗନମ ପକ୍ଷରୁ ଏହି ଆକର୍ଷଣୀୟ ଏବଂ ଉନ୍ନତ ସ୍ୱାଦ ଚକଲେଟ ଆଇସକ୍ରିମ ପସନ୍ଦ କରୁଥିବା ବ୍ୟକ୍ତିଙ୍କ ପାଇଁ ଏକ ଉପହାର । ସ୍ୱାଦ ପସନ୍ଦ କରୁଥିବା ଲୋକମାନଙ୍କ ପାଇଁ ସ୍ୱତନ୍ତ୍ର ଅନୁଭୂତି ସୃଷ୍ଟି କରିବା ଆମ୍ଭମାନଙ୍କର ଉଦ୍ଦେଶ୍ୟ ଏବଂ ମ୍ୟାଗନମ ହେଜେଲନଟ ଆଇସକ୍ରିମ ଏହି ଯାତ୍ରାର ଏକ ଉଦାହରଣ ଅଟେ ।”


Share It

Comments are closed.