ଜୀବନ ନେଉଛି ଜାତୀୟ ରାଜପଥ


ଦିନଦିନକୁ ଦୁର୍ଘଟଣାର ପ୍ରାଦୁଃରଭାବ ବଢିବାରେ ଲାଗିଛି । ଏଥିପାଇଁ ଅନେକ ସଚେତନ କାର୍ଯ୍ୟକ୍ରମ କଲେ ମଧ୍ୟ ସବୁ ଫସର ଫାଟିଯାଉଛି । ୨୦୧୭ରେ ଦୁଇଟି ସହର କଟକ ଓ ଭୁବନେଶ୍ୱର ମଧ୍ୟରେ ୯୧୭ଟି ଦୁର୍ଘଟଣା ଘଟିଥିଲେ ମଧ୍ୟ ଏଥିରେ ୩୦୦ ଜଣଙ୍କର ପ୍ରାଣହାନୀ ହୋଇଥିବା ବେଳେ ୭୪୧ ଜଣ ଗୁରୁତ୍ୱର ଆହତ ହୋଇଥିଲେ । ୨୦୧୬ରେ ୯୨୩ଟି ଦୁର୍ଘଟଣା ଘଟିଥିଲା, ଯେଉଁଥିରେ ୨୧୧ ଜଣଙ୍କ ପ୍ରାଣହାନୀ ହୋଇଥିବା ବେଳେ ୭୩୯ ଜଣଙ୍କର ଗୁରୁତ୍ୱର ଆହାତ ହୋଇଥିଲେ । ଯୁବପିଢୀ ମାନଙ୍କ ମଧ୍ୟରେ “ଦ୍ରୁତଗତି ମହା ବିପତି” ଭଳି ବାର୍ତ୍ତାର ପ୍ରଚାର ପ୍ରସାର କରାଗଲେ ମଧ୍ୟ ଏଥିରେ କୌଣସି ଆଖିଦୃଶିଆ ଉନ୍ନତି ପରିଲକ୍ଷିତ ହେଉନାହିଁ, ଯାହା କି ପୋଲିସ ଓ ପ୍ରସାଶନ ପାଇଁ ଚିନ୍ତାର ବଷୟ ପାଲିଟିଛି । ୨୦୧୭ରେ ଭୁବନେଶ୍ୱରରେ ୬୦୦ଟି ଦୁର୍ଘଟଣା ଘଟିଥିଲା ଏଥିରେ ୧୮୫ ଜଣଙ୍କର ମୃତ୍ୟୁ ଘଟିଥିଲା ବେଳେ ୫୩୩ ଜଣ ଆହତ ହୋଇଥିଲେ । ଏଥି ମଧ୍ୟରୁ ଜାତୀୟ ରାଜପଥରେ ୧୯୩ ଜଣଙ୍କର ଦୁର୍ଘଟଣା ଘଟି ୮୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୪୨ ଜଣ ଆହତ ହୋଇଥିଲେ । ସେହିପରି ଅନ୍ୟ ରାସ୍ତା ମାନଙ୍କରେ ୪୦୭ଟି ଦୁର୍ଘଟଣା ଘଟି ୧୦୩ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୩୯୧ ଜଣ ଆହତ ହୋଇଥିଲେ । ୨୦୧୬ରେ ଭୁବନେଶ୍ୱରରେ ୫୯୮ଟି ଦୁର୍ଘଟଣାରେ ୧୮୬ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୫୧୯ ଜଣ ଗୁରୁତ୍ୱର ଆହତ ହୋଇଥିଲେ । ୨୦୧୫ରେ ଘଟିଥିବା ୬୦୦ଟି ଦୁର୍ଘଟଣା ମଧ୍ୟରୁ ୧୭୫ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୫୭୧ ଜଣ ଆହତ ହୋଇଥିଲେ । କଟକ ଭୁବନେଶ୍ୱର ଜାତୀୟ ରାଜପଥ ଏମଏଚ୫ରେ ୨୩୫ ଜଣଙ୍କର ଦୁର୍ଘଟଣା ଘଟିଥିବା ବେଳେ ୯୪ଜଣଙ୍କର ମୃତ୍ୟୁ ଘଟିଥିଲା । ସେହିପରି କଟକରେ ୩୧୭ଟି ଦୁର୍ଘଟଣାରୁ ୧୧୫ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୨୦୮ ଜଣ ଗୁରୁତ୍ୱର ଆହାତ ହୋଇଥିଲେ । ଜାତୀୟ ରାଜପଥରେ ୧୨୯ଟି ଦୁର୍ଘଟଣା୍ ଘଟି ୬୫ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୭୧ ଜଣ ଆହତ ହୋଇଛନ୍ତି । ସେହିପରି ଅନ୍ୟାନ୍ୟ ରାସ୍ତାରେ ୧୮୮ଟି ଦୁର୍ଘଟଣାରେ ୫୦ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୩୭ ଜଣ ଆହତ ହୋଇଥିଲେ । ୨୦୧୬ରେ କଟକରେ ୩୧୬ଟି ଦୁର୍ଘଟଣାରେ ୧୨୨ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୨୧୯ ଜଣ ଆହତ ହୋଇଛନ୍ତି । ୨୦୧୫ରେ ୩୨୩ଟି ଦୁର୍ଘଟଣା ମଧ୍ୟରୁ ୧୧୧ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୨୨୬ ଜଣ ଆହତ ହୋଇଥିଲେ । ୨୦୧୬ରେ ଜାତୀୟ ରାଜପଥରେ ୧୨୨ଟି ଦୁର୍ଘଟଣା ଘଟିଛି ।


Share It

Comments are closed.