ଜାଣନ୍ତୁ ବୟସ ଅନୁଯାୟୀ ଶୋଇବା ସମୟ


ସଠିକ ଖାଦ୍ୟ, ପାନୀୟ ଏବଂ ନିଦ୍ରା ଆମ ଶରୀର ପାଇଁ ଖୁବ ଆବଶ୍ୟକ । ଠିକ ନିଦ୍ରା ନହେଲେ ସ୍ୱାସ୍ଥ୍ୟ ଉପରେ କୁ ପ୍ରଭାବ ପଡିଥାଏ । ନିଦ୍ରାର ଅଭାବ ହେଲେ ଅଳ୍ପ ବୟସରୁ ବହୁ ରୋଗ ହେବାର ସମ୍ଭାବନା ରହିଥାଏ । ଆମେରିକାର ନ୍ୟାସନାଲ ସ୍ଲିପ ଫାଉଣ୍ଡେସନ ପକ୍ଷରୁ ଶୟନ ଅଭ୍ୟାସ, ଆବଶ୍ୟକତା ଏବଂ ଏହାର ପ୍ରଭାବ ସମ୍ପର୍କରେ ଗବେଷଣା କରାଯାଇଥିଲା । ଏହାର ଫଳାଫଳ ହିସାବରେ, ବୟସ ଅନୁଯାୟୀ ମନୁଷ୍ୟର ଶୋଇବାର ସମୟ ପରିବର୍ତ୍ତନ ହୋଇଥାଏ ଯାହା ସେମାନଙ୍କ ସ୍ୱାସ୍ଥ୍ୟ ପାଇଁ ଖୁବ ଉପକାରୀ । ଆସନ୍ତୁ ଜାଣିବା ବୟସ ଅନୁଯାୟୀ କେତେ ସମୟ ଶୋଇବା ଉଚିତ ।
୧. ଶିଶୁମାନେ ଅଧିକ ସମୟ ଧରି ଶୋଇଥାନ୍ତି । ଗବେଷଣା ଅନୁଯାୟୀ, ଶିଶୁ ଜନ୍ମର ୩ମାସ ପର୍ଯ୍ୟନ୍ତ ୧୪ ରୁ୧୭ ଘଣ୍ଟା ଶୋଇବା ଆବଶ୍ୟକ । ଏହା ଦ୍ୱାରା ସେମାନଙ୍କ ମସ୍ତିଷ୍କ ଉପରେ ଭଲ ପ୍ରଭାବ ପଡିଥାଏ ଏବଂ ଶିଶୁ ସୁସ୍ଥ ରହିଥାଏ ।
୨. ସେହିପରି ୪ରୁ ୧୧ ମାସ ପର୍ଯ୍ୟନ୍ତ ଶିଶୁ ୧୨ରୁ ୧୫ ଘଣ୍ଟା ଶେଇବା ଆବଶ୍ୟକ ।
୩. ସର୍ଭେ ଅନୁଯାୟୀ, ୧ରୁ ୨ ବର୍ଷର ପିଲା ୧୧ରୁ ୧୪ ଘଣ୍ଟା ଶୋଇବା ଦ୍ୱାରା ଶରୀର ସୁସ୍ଥ ରହିଥାଏ । ଏବଂ ଶିଶୁର ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଥାଏ ।
୪. ୩ରୁ ୫ ବର୍ଷ ପର୍ଯ୍ୟନ୍ତ ପିଲାମାନେ ୧୦ରୁ ୧୩ ଘଣ୍ଟା ଶୋଇବା ଆବଶ୍ୟକ ।
୫. ୧୪ରୁ ୧୭ ବର୍ଷ ପିଲାମାନେ ୮ରୁ ୧୦ ଘଣ୍ଟା ଶୋଇବା ଆବଶ୍ୟକ ।
୬. ୧୮ରୁ ୬୪ ବର୍ଷ ପର୍ଯ୍ୟନ୍ତ ବ୍ୟକ୍ତି ୭ରୁ ୯ ଘଣ୍ଟା ପର୍ଯ୍ୟନ୍ତ ଶୋଇବା ଆବଶ୍ୟକ ଯାହା କି ଶରୀରକୁ ସୁସ୍ଥ ରଖିବାରେ ସହାୟକ ହୋଇଥାଏ ।
୭. ୬୫ ବର୍ଷରୁ ଅଧିକ ବୟସର ବ୍ୟକ୍ତି ଦିନକୁ ୭ରୁ ୮ ଘଣ୍ଟା ଶେଇବା ନିତ୍ୟାନ୍ତ ଆବଶ୍ୟକ ।


Share It

Comments are closed.