ଶପଥ ଗ୍ରହଣ ପୂର୍ବ ମହାତ୍ମା ଗାନ୍ଧୀ, ଅଟଳ ବିହାରୀ ବାଜପେୟୀ ଏବଂ ସହିଦଙ୍କୁ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କଲେ ମୋଦି


ଆଜି ନରେନ୍ଦ୍ର ମୋଦି ନିଜ ଦ୍ୱିତୀୟ ପାଳିରେ ପ୍ରଧାନମନ୍ତ୍ରୀ ରୂପେ ଶପଥ ଗ୍ରହଣ କରିବାକୁ ଯାଉଛନ୍ତି । ଏହା ପୂର୍ବରୁ ସେ ଆଜି ଦିଲ୍ଲୀ ରାଜଘାଟ ପହଞ୍ଚି ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିବା ସହ ପରେ ପରେ ଅଟଳ ସମାଧିରେ ପହଞ୍ଚି ପୂର୍ବତ୍ତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ମଧ୍ୟ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଥିଲେ ।
ଏହା ପରେ ପ୍ରଧାନମନ୍ତ୍ରୀ ମୋଦି ସେଠାରୁ ବାହାରି ୱାର ମେମୋରିଆଲରେ ପହଞ୍ଚିଥିଲେ ଏବଂ ସହିଦଙ୍କ ଶ୍ରଦ୍ଧାଞ୍ଜଳୀ ପ୍ରଦାନ କରିଥିଲେ । ମୋଦିଙ୍କ ଏହି ଶପଥ ଗ୍ରହଣ ସମାରୋହରେ ବିମଷ୍ଟେ ରାଷ୍ଟ୍ର ସମେତ ବିଶ୍ୱର ୧୪ଟି ଦେଶର ପ୍ରତିନିଧି ଏହି ସମାରୋହରେ ସାମିଲ ହେବାକୁ ଥିବାବେଳେ ପାକିସ୍ତାନ କୌଣସି ନେତା ଏହି ସମାରୋହରେ ସାମିଲ ହେବେ ନାହିଁ । ମୋଦିଙ୍କ ଏହି ନୂଆ ଟିମରେ ବିଜେପି ସମେତ ଏନଡିଏର ଅନେକ ନୂଆ ମୁହଁ ସ୍ଥାନ ପାଇପାରନ୍ତି ।


Share It

Comments are closed.