ମୋଦିଙ୍କ ପୂର୍ବରୁ କେଉଁମାନେ ଭାରତର ପ୍ରଧାନମନ୍ତ୍ରୀ ରୂପେ ଦାୟିତ୍ୱ ତୁଲାଇ ସାରିଛନ୍ତି, ଆସନ୍ତୁ ଜାଣିବା


୩୦ ମେ ୨୦୧୯ରେ ପ୍ରଧାନମନ୍ତ୍ରୀ ରୂପେ ପୁଣିଥରେ ଶପଥ ଗ୍ରହଣ କରିବାକୁ ଯାଉଛନ୍ତି ନରେନ୍ଦ୍ର ମୋଦି । ଲୋକସଭା ନିର୍ବାଚନ ୨୦୧୯ ବିଜେପି ପୁଣି ଥରେ ବହୁମତ ପାଇ ଦେଶରେ ସରକାର ଗଢିବାକୁ ଯାଉଛି । ମୋଦି ହେଉଛନ୍ତି ପ୍ରଥମ ବ୍ୟକ୍ତି ଯିଏକି, ଏନଡିଏ ପକ୍ଷରୁ ଦ୍ୱିତୀୟଥର ପାଇଁ ପ୍ରଧାନମନ୍ତ୍ରୀ ରୂପେ ଶପଥ ଗ୍ରହଣ କରିବାକୁ ଯାଉଛନ୍ତି । ତେବେ ଦେଶ ସ୍ୱାଧୀନ ହେବା ପର କିଏ କିଏ ଦେଶର ପ୍ରଧାନମନ୍ତ୍ରୀ ଋପେ ଦାୟିତ୍ୱ ତୁଲାଇ ସାରିଛନ୍ତି ଆସନ୍ତୁ ଜାଣିବା ।
୧୯୪୭ରେ ଦେଶ ସ୍ୱାଧୀନ ହେବା ପର ଠାରୁ ନେହେରୁ ହେଉଛନ୍ତି ଏକ ମାତ୍ର ବ୍ୟକ୍ତି ଯିଏକି ଦୀର୍ଘ ସମୟ ଧରି ପ୍ରଧାନମନ୍ତ୍ରୀ ରୂପେ ଦାୟିତ୍ୱ ତୁଲାଇଥିଲେ । ୨୭ ମଇ ୧୯୬୪ରେ ତାଙ୍କ ମୃତ୍ୟୁ ବେଳକୁ ମଧ୍ୟ ସେ ପ୍ରଧାନମନ୍ତ୍ରୀ ରୂପେ ଦାୟିତ୍ୱରେ ଥିଲେ ।
ନେହେରୁଙ୍କ ମୃତ୍ୟୁ ପରେ ‘ଗୁଲଜାରୀ ଲାଲ ନନ୍ଦା’ ଭାରତର କାର୍ଯ୍ୟକାରୀ ପ୍ରଧାନମନ୍ତ୍ରୀ ଦାୟିତ୍ୱରେ ଥିଲେ । ଯେବେକି ଲାଲ ବାହାଦୂର ଶାସ୍ତ୍ରୀଙ୍କ ମୃତ୍ୟୁ ପରେ ମଧ୍ୟ ‘ଗୁଲଜାରୀ ଲାଲ ନନ୍ଦା’ ଭାରତର କାର୍ଯ୍ୟକାରୀ ପ୍ରଧାନମନ୍ତ୍ରୀ ଦାୟିତ୍ୱରେ ଥିଲେ ।
ଏହା ପରେ ୨୪ ଜାନୁଆରୀ ୧୯୬୬ରେ ଇନ୍ଧିରା ଗାନ୍ଧୀ ଦେଶର ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ ରୂପେ ନିର୍ବାଚିତ ହୋଇଥିଲେ । ଏହା ପରେ ଦେଶରେ ପ୍ରଥମ ଥର ପାଇଁ ଅଣ-କଂଗ୍ରେସ ନେତା ରୂପେ ‘ମୋରାରଜୀ ଦେଶାଇ’ ପ୍ରଧାନମନ୍ତ୍ରୀ ରୂପେ ନିର୍ବାଚିତ ହୋଇଥିଲେ । କେବଳ ଏତିକି ନୁହେଁ, ମୋରାରଜୀ ନିଜ କାର୍ଯ୍ୟକାଳ ପୂରଣ କରିବା ପୂର୍ବରୁ ନିଜ ପଦବୀରୁ ଇସ୍ତଫା ଦେଇଥିବା ହେଉଛନ୍ତି ପ୍ରଥମ ପ୍ରଧାନମନ୍ତ୍ରୀ ।
ଏହା ପରେ ଦେଶର ସର୍ବ କନିଷ୍ଠ ପ୍ରଧାନମନ୍ତ୍ରୀ ରୂପେ ରାଜୀବ ଗାନ୍ଧୀ ନିର୍ବାଚିତ ହୋଇଥିଲେ । ଦେଶର ପ୍ରଧାନମନ୍ତ୍ରୀ ହେବା ବେଳକୁ ତାଙ୍କୁ ୪୦ ବର୍ଷ ହୋଇଥିଲା ।
ରାଜୀବଙ୍କ ପରେ ‘ନରସିମା ରାଓ’ ଦକ୍ଷିଣ ଭାରତରୁ ପ୍ରତିନିଧିତ୍ୱ କରୁଥିବା ପ୍ରଥମ ପ୍ରଧାନମନ୍ତ୍ରୀ ଅଟନ୍ତି । ନରସିମା ସରକାରର ପତନ ପରେ ଜେଡିଏସ ମୁଖ୍ୟ ଦେବଗୌଡ ରାଜ୍ୟସଭାର ପ୍ରଥମ ସଦସ୍ୟ ରୂପେ ପ୍ରଧାନମନ୍ତ୍ରୀ ରୂପେ ନିର୍ବାଚିତ ହୋଇଥିଲେ ।
ଏହା ପରେ କଂଗ୍ରେସ ମନମୋହନ ସିଂହ ହେଉଛନ୍ତି ପ୍ରଥମ ବ୍ୟକ୍ତି ଯିଏକି ରାଜ୍ୟସଭା ସାଂସଦ ରୂପେ ଦୀର୍ଘ ସମୟ (୨୦୦୪-୧୪)ଧରି ପ୍ରଧାନମନ୍ତ୍ରୀ ରୂପେ ଦାୟିତ୍ୱ ତୁଲାଇ ସାରିଛନ୍ତି ।


Share It

Comments are closed.