ଏଭଳି ଏକ ଦେଶ ଯେଉଁଠାରେ ଲୋକମାନେ ମଦରେ ସୁନା ପକାଇ ପିଅନ୍ତି


ସୁନାରେ ପ୍ରସ୍ତୁତ ଆଭୂଷଣ ସବୁ ନାରୀଙ୍କର ପ୍ରଥମ ପସନ୍ଦ କିନ୍ତୁ ଆପଣ ଜାଣିଛନ୍ତି କି, ଆମ ପଡୋଶୀରେ ଏଭଳି ଏକ ଦେଶ ଅଛି ଯେଉଁଠାରେ ମଦ ପିଇଲାବେଳେ ଲୋକ ମଦରେ ସୁନା ପକାଇ ପିଥାନ୍ତି । ଏହି ଦେଶର ନାମ ହେଉଛି ମିଆଁମାର, ଯାହାକି ପୂର୍ବରୁ ବର୍ମା ନାମରେ ପ୍ରସିଦ୍ଧ ଥିଲା । ଦୁନିଆରେ ଏହା ହେଉଛି ଏକମାତ୍ର ଦେଶ ଯେଉଁଠାରେ ୭୦୦ରୁ ଉର୍ଦ୍ଧ ସ୍ୱର୍ଣ୍ଣ ମନ୍ଦିର ରହିଛି । ଏହି ଦେଶର ଆରାଧ୍ୟ ଦେବତା  ହେଲେ ବୁଦ୍ଧ । ଭଗବାନ ବୁଦ୍ଧଙ୍କ ଏହି ନଗରୀରେ ରହୁଥିବା ଲୋକେ ସୁନା ପ୍ରତି ବହୁତ ଆକୃଷ୍ଟ ଥାନ୍ତି ।
ଆପଣ ଯେତେବେଳେ ଉଡାଯାହଜରେ ମିଆଁମାର ଦେଇ ଗତି କରୁଥିବେ, ତେବେ ସାରା ଦେଶଟି ଏକ ସୁନାର ଚାଦରରେ ଘୋଡାଇ ହୋଇଥିବାର ନଜର ଦେଖିବାକୁ ପାଇବେ ।
ଆପଣ ଆକାଶମାର୍ଗରୁ ତଳକୁ ଓହ୍ଲାଇବା ସମୟରେ ରାସ୍ତା ରାସ୍ତାରେ ଅନେକ ସୁନ୍ଦର ବୁଦ୍ଧ ମନ୍ଦୀର ଦେଖିବାକୁ ମିଳିବ । ଏଠାରେ ସବୁଠାରୁ ବଡ ବୁଦ୍ଧ ମନ୍ଦିର ପାହଡରେ ଅବସ୍ଥିତ ରହିଥିବାବେଳେ ସେପଟେ ଛୋଟ ଛୋଟ ମନ୍ଦିର ପୁରୁଣା ଗଛ ଏବଂ ଲୋକଙ୍କ ଘର ସାମନାରେ ଥିବାର ଦେଖିବାକୁ ମିଳିବ ।

ମିଳିଥିବା ସୂଚନା ମୁତାବକ, ଇରାୱଦୀ ନଦୀ ପାଖରେ “ବଗାନ” ନାମକ ଏକ ସହର ରହିଛି । ସେଠାରେ ୨୨୦୦ରୁ ଉର୍ଦ୍ଧ ବୁଦ୍ଧ ମନ୍ଦୀର ଭଗ୍ନାବିଶେଷ ଥିବାର ଦେଖିବାକୁ ମିଳିବ । ୧୧ ଏବଂ ୧୩ ଶହ ଶତାବ୍ଦୀ ସମୟରେ ‘ପଗାନ’ ସାମ୍ରାଜ୍ୟର ରାଜତ୍ୱି ସମୟରେ ଏଠାରେ ଦଶ ହଜାରରୁ ଉର୍ଦ୍ଧ ବୁଦ୍ଧ ମନ୍ଦିର ପ୍ରତିଷ୍ଠା କରାଯାଇଥିଲା । ଯାହା ଫଳରେ ସେହି ସମୟରେ ସମଗ୍ର ମିଁଆମାରରେ ବୁଦ୍ଧ ଧର୍ମର ପ୍ରଚାର ଆରମ୍ଭ ହୋଇଥିଲା ।
ମିଆଁମାରରେ ଜଣେ ଲୋକଙ୍କ କହିବା ମୁତାବକ, “ବର୍ମା ସହରରେ ସୁନାର ସବୁଠାରୁ ମହତ୍ତ୍ୱପୂର୍ଣ୍ଣ ଭୂମିକା ରହିଛି । ଏଠାରେ ବର୍ତ୍ତମାନ ସୁଦ୍ଧା ମଧ୍ୟ ପାରମ୍ପରିକ ରୀତିନୀତରେ ସୁନାର ଭିନ୍ନ ଭିନ୍ନ ରଙ୍ଗର ରୂପରେଖରେ ଢଳାଯାଏ । ଏଠାରେ ସୁନାକୁ ବହୁତ ପବିତ୍ର ବୋଲି ମାନାଯାଏ । ଏଠାରେ ୯୦ ପ୍ରତିଶତ ଲୋକ ବୌଦ୍ଧ ଧର୍ମାଲମ୍ବୀ ଅଟନ୍ତି । ବୌଦ୍ଧ ଧର୍ମରେ ସୁନାର ବହୁତ ମହତ୍ତ୍ୱପୂର୍ଣ୍ଣ ଭୂମିକା ରହିଛି ।”

ଏଠାରେ ଲୋକମାନେ ସୁନାକୁ ଏତେ ଭଲ ପାଆନ୍ତି ଯେ, ମଦ ପିଇବା ସମୟରେ ସେମାନେ ମଦରେ ସୁନା ପକାଇ ପିଇଥାନ୍ତି । ଏଠାରେ ଏହି ମଦକୁ ‘ହ୍ୱାଇଟ ହ୍ୱିସକି’ ନାମରେ ସମସ୍ତେ ଜାଣନ୍ତି । ଲୋକ ଏଠାରେ ସୁନା ମିଶ୍ରିତ ମଦକୁ ଗ୍ଲାସରେ ପକାଇ ପିଅନ୍ତି ଏବଂ ତା’ର ଆନନ୍ଦ ମଧ୍ୟ ନେଇଥାନ୍ତି ।


Share It

Comments are closed.