ସୋନାଙ୍କୁ ଜୀବନରୁ ମାରିଦେବା ପାଇଁ ଧମକ ଦେଲେ ସଲମାନଙ୍କ ପ୍ରଶଂସକ


ବଲିଉଡ ଗାୟିକ ସୋନା ମହାପାତ୍ର ଏବଂ ଫିଲ୍ମ ଜଗତର ଦବଙ୍ଗ ଖାନ ‘ସଲମାନ’ଙ୍କ ମଧ୍ୟରେ କିଛି ଠିକ ଚାଲି ନାହିଁ । କାରଣ ଏହା ଯେ, ସଲମାନଙ୍କ ବିରୋଧରେ ସୋନା ସର୍ବଦା ନିଜର ଅସନ୍ତୋଷ ବ୍ୟକ୍ତ କରି ଆସୁଥିବାବେଳେ ଏହା ଗ୍ରହଣ କରିପାରୁ ନାହାନ୍ତି ସଲମାନଙ୍କ ପ୍ରଶଂସକମାନେ । ଏଥିପାଇଁ ସଲମାନଙ୍କ ପ୍ରଶଂସକମାନେ ସୋନାଙ୍କୁ ବାରମ୍ବାର ସୋସିଆଲ ମିଡିଆରେ ସମାଲୋଚନା କରି ଆସୁଥିବାବେଳେ ବର୍ତ୍ତମାନ ପୁଣିଥରେ ସେହି ସମାନ ଘଟଣା ଦେଖିବାକୁ ମିଳିଛି ।

ଘଟଣାଟି କିଛି ଏପରି ଘଟିଛି ଯେ, ସଲମାନଙ୍କ ଜଣେ ପ୍ରଶଂସକ ସୋନାଙ୍କ ଏହି ବ୍ୟବହାର ସକାଶେ ତାଙ୍କୁ ଜୀବନରୁ ମାରିଦେବା ପାଇଁ ଧମକ ଦେଇଛନ୍ତି । ଉକ୍ତ ବ୍ୟକ୍ତି ଜଣକ ସୋନାଙ୍କୁ ମେସେଜ କରି ଲେଖିଛନ୍ତି ଯେ, ‘ଯଦି ସେ ସଲମାନଙ୍କ ବିରୋଧରେ କହିବା ବନ୍ଦ ନକରନ୍ତି ତେବେ ମୁଁ ଆପଣଙ୍କ ଘରେ ଆପଣଙ୍କୁ ମାରି ଦେବୀ । ’

ପ୍ରକାଶ ଥାଉକି, ଫିଲ୍ମ ‘ଭାରତ’ର ପ୍ରମୋସନ ସମୟରେ ସଲମାନ କହିଥିଲେ ଯେ, ନିକଙ୍କ ସହ ବିବାହ କରିବା ପାଇଁ ପ୍ରିୟଙ୍କା ନିଜ କ୍ୟାରିୟରର ଏକ ବଡ ଫିଲ୍ମକୁ ହାତ ଛଡା କରିଛନ୍ତି । ସଲମାନଙ୍କ ଏହି ମନ୍ତବ୍ୟ ପରେ ସୋନା ଟ୍ୱିଟ କରି ଲେଖିଥିଲେ ଯେ, “ପ୍ରିୟଙ୍କାଙ୍କ ପାଖରେ ନିଜ ଲାଇଫ କରିବା ପାଇଁ ତାଙ୍କ ପାଖରେ ବହୁତ କିଛି ଅଛି । ତାଙ୍କର ଏହି ଯାତ୍ରା ଅନ୍ୟ ଝିଅମାନଙ୍କ ପାଇଁ ପ୍ରେରଣା ଅଟେ ।”
ସୋନାଙ୍କର ଏହି ଟ୍ୱିଟ ପରେ ତାଙ୍କୁ ବାରମ୍ବାର ଦମକପୂର୍ଣ୍ଣ ବାର୍ତ୍ତା ମିଳିବାକୁ ଲାଗିଥିଲା, ଯାହା ସେ ବାଧ୍ୟ ହୋଇ ଟ୍ୱିଟ କରି ଏହି ସଂପର୍କରେ ଲେଖିଥିଲେ ଯେ, “ସବୁବେଳେ ମୋ ସହ ଅପବ୍ୟବହାର କରୁଥିବା ଭାରତ ଫିଲ୍ମ ହିରୋଙ୍କ ପ୍ରଶଂସକମାନେ ମୋତେ ଜୀବନରୁ ମାରି ଦେବା ପାଇଁ ଧମକ ଦେଇଛନ୍ତି । ”
କେବଳ ଏତିକି ନୁହେଁ ସୋନା ଏହା ମଧ୍ୟ କହିଥିଲେ ସେ କେବିବି ସଲମାନଙ୍କୁ ଦେଖିବା ପସନ୍ଦ କରନ୍ତି ନାହିଁ ବୋଲି କହିଛନ୍ତି ।


Share It

Comments are closed.