କାରସ୨୪ ପକ୍ଷରୁ ଓଡିଶାରେ ଏହାର ପ୍ରଥମ ଶାଖାର ଶୁଭାରମ୍ଭ


ଗୁଡ଼ଗାଓଁ ଆଧାରିତ ଏକ ପ୍ରଯୁକ୍ତି ସମର୍ଥିତ ୟୁଜଡ କାର ମାର୍କେଟପ୍ଲେସ, କାରସ୨୪ ଓଡ଼ିଶାର ଭୁବନେଶ୍ୱରଠାରେ ଏହାର ୨୦୦ତମ ଶାଖାର ଉଦଘାଟନର ଘୋଷଣା କରିଛି । ଏହି ଘୋଷଣା ସହିତ ଭାରତର ସମସ୍ତ ପ୍ରମୁଖ ଟିୟର-୧ ଏବଂ ଟିୟର-୨ ସହରଗୁଡ଼ିକରେ ନିଜର ଉପସ୍ଥିତିକୁ ସଂପ୍ରସାରିତ କରିବା ଉପରେ ଧ୍ୟାନକେନ୍ଦ୍ରିତ କରିଥିବା ଏହି କମ୍ପାନୀ ଓଡ଼ିଶାରେ ପ୍ରଥମ ସଂଗଠିତ ୟୁଜ୍ଡ କାର ମାର୍କେଟ ପ୍ଲେୟର ହେବ ।
ଗୁଣବତାଯୁକ୍ତ ସେବା ଯୋଗାଇଦେବା କ୍ଷେତ୍ରରେ ବିଶେଷ ଧ୍ୟାନ ରଖୁଥିବା କାରସ୨୪ ଦ୍ରୁତ ଗତିରେ ଅଭିବୃଦ୍ଧି କରୁଛି ଏବଂ ୨୦୧୯ରେ ୧୧୫%ର ଏକ ଅଦ୍ଭୁତପୂର୍ବ ବିକାଶ ପରିଲକ୍ଷିତ କରିଛି । ବିଗତ ଏକ ବର୍ଷ ମଧ୍ୟରେ କାରସ୨୪, ୨୦୧୮ରେ ଏହାର ଉପସ୍ଥିତିକୁ ୧୮ ଟି ସହରରୁ ୭୩ଟି ସହରକୁ ସଂପ୍ରସାରିତ କରିଥିଲା ଏବଂ ଏହାର ଶାଖା ସଂଖ୍ୟାରେ ୨୦୧୮ରେ ୧୦୦ ତୁଳନାରେ ୨୦୧୯ରେ ଦୁଇଗୁଣ ହୋଇ ୨୦୦ରେ ପହଞ୍ଚିଥିଲା ।
କମ୍ପାନୀର ୨୦୦ତମ ଶାଖାର ଶୁଭାରମ୍ଭ ଉପରେ ନିଜର ମନ୍ତବ୍ୟ ରଖି କାରସ୨୪ର ସିଏମଓ ଏବଂ ସହ ପ୍ରତିଷ୍ଠାତା ଶ୍ରୀ ଗଜେନ୍ଦ୍ର ଜଙ୍ଗିଦ କହିଛନ୍ତି ଯେ, “ଭାରତରେ ଆମର ସହଯୋଗୀ ମାନଙ୍କର ଦୃଢ଼ ପହଞ୍ଚ ଏବଂ ୭୦ରୁ ଅଧିକ ସହରରେ ଥିବା ଆମର ୨୦୦ ଶାଖା ଆମର ବିକାଶର ସାରଣୀକୁ ଦର୍ଶାଉଛି । ଯେବେକି ଆମେ ଦୃଢ଼ ସମ୍ପାଦନ ଉପରେ ଦୃଷ୍ଟି ନିକ୍ଷେପ କରୁଥିବାବେଳେ ଆମର ଉଚ୍ଚତର ଭାବେ ସଫଳ ୟୁଜ୍ଡ କାର ସେଲିଙ୍ଗ ମଡେଲ ଏହି କ୍ଷେତ୍ରରେ କ୍ରୟ ଏବଂ ବିକ୍ରୟ ପ୍ରକ୍ରିୟାକୁ ସରଳ କରିବାରେ ସହାୟକ ହୋଇଥିଲା । ଏହି ୨୦୦ତମ ଶାଖା କାରସ୨୪ ପାଇଁ ଗୋଟିଏ ପ୍ରମୁଖ ସଫଳତା, କାରଣ ଗତବର୍ଷ ଆମେ ଆଉଟଲେଟ ସଂଖ୍ୟା ପାଖାପାଖି ଦୁଇଗୁଣ କରିଦେଇଥିଲୁ ଯାହାକି ୧୦୦ରୁ ୨୦୦ରେ ପହଞ୍ଚିଥିଲା ଏବଂ ଦ୍ରୁତଗତିରେ ସଂପ୍ରସାରିତ ହୋଇଥଲା । ଏହା ବର୍ଦ୍ଧିତ ଗ୍ରାହକ ଚାହିଦା ଏବଂ ଚାରିଆଡ଼େ ମୁଲ୍ୟବୋଧ ସୃଷ୍ଟି କରିବାରେ କାରସ୨୪ର ସାମର୍ଥ୍ୟତାକୁ ଦର୍ଶାଉଛି ।”
ଭୁବନେଶ୍ୱର ସହର ମୁଖ୍ୟ ବିନ୍ଦୁ ତ୍ରିପାଠୀ କହଛନ୍ତି ଯେ, “ ବର୍ଷ ତମାମ ସହରରେ ୟୁଜଡ କାର ବାଣିଜ୍ୟରେ ଏକ ସ୍ଥିର ବୃଦ୍ଧି ପରିଲକ୍ଷିତ ହୋଇ ଆସୁଛି । ଏଠାର ମାର୍କେଟ ଗୁଡ଼ିକ ଅଧିକାଂଶ ଅସଂଗଠିତ ଡିଲରମାନଙ୍କ ସହିତ ଖଣ୍ଡବିଖଣ୍ଡିତ ହୋଇ ରହିଛି । ପୂର୍ବାଞ୍ଚଳର ଶିକ୍ଷାଗତ ସ୍ଥଳ ଭାବେ ଏହି ସହରରେ ଅନେକ ପ୍ରମୁଖ କମ୍ପାନୀ ସେମାନଙ୍କର କାର୍ଯ୍ୟାଳୟ ସ୍ଥାପନ, ୟୁଜ୍ଡ କାରର ଚାହିଦାକୁ ବୃଦ୍ଧି କରୁଛି । ପ୍ରଥମ ସଂଗଠିତ ମାର୍କେଟ ପ୍ଲେୟର ଭାବେ କାରସ୨୪ ପାଇଁ ଓଡ଼ିଶାରେ ଗୋଟିଏ ମଜବୁତ ଭିତ୍ତିଭୂମି ସ୍ଥାପନ କରିବାର ଗୋଟିଏ ସୁଯୋଗ ରହିଛି । କେବଳ ୟୁଜଡ କାର ସେଲରମାନେ ନୁହେଁ ବରଂ ଚ୍ୟାନେଲ ପାର୍ଟନରମାନେ ମଧ୍ୟ ଉତ୍ସାହିତ ଅଛନ୍ତି କାରଣ ଏହା ସେମାନଙ୍କ ବାଣିଜ୍ୟରେ ବୃଦ୍ଧି କରିବାରେ ମଧ୍ୟ ସହାୟକ ହେବ । ଏହି କ୍ଷେତ୍ରରେ ଗୋଟିଏ ଚିହ୍ନ ସ୍ଥାପନ କରିବା ପାଇଁ ଆମେ ଏଠାକୁ ଆସିଛୁ ।”
ଏହା ସହିତ କମ୍ପାନୀ ଆର୍ଥିକ ବର୍ଷ ୨୦୨୦ ସୁଦ୍ଧା ୨୦୦ ସହରରେ ଏହାର ଶାଖାର ଶୁଭାରମ୍ଭ ମାଧ୍ୟମରେ ଏହାର ପହଞ୍ଚକୁ ସୁଦୃଢ଼ କରିବାର ଯୋଜନା କରୁଛି ଏବଂ ୨୦୨୧ ସୁଦ୍ଧା ୩୦୦ରୁ ଅଧିକ ଟିୟର ୨, ୩, ଏବଂ ୪ ସହରରେ ଏହାର ଉପସ୍ଥିତିକୁ ସଂପ୍ରସାରିତ କରିବାର ଲକ୍ଷ୍ୟ ରଖିଛି । କାରସ୨୪ ମାସକୁ ୧୫,୦୦୦ରୁ ଅଧିକ କାରର ନେଣଦେଣକୁ ସଫଳତାର ସହିତ କରିଆସୁଛି ଏବଂ ବାଣିଜ୍ୟରେ ତିନିଗୁଣର ଅଭିବୃଦ୍ଧି ପରିଲକ୍ଷିତ କରିଛି ।


Share It

Comments are closed.