ଦଶନ୍ଧି କ୍ରିକେଟ ଟିମ, ଦିନିକିଆରେ ଧୋନି ଏବଂ ଟେଷ୍ଟରେ କୋହଲି ଅଧିନାୟକ ଭାବେ ମନୋନୀତ


କ୍ରିକେଟ ଅଷ୍ଟ୍ରେଲିଆ ପକ୍ଷରୁ ଦଶନ୍ଧିର ଶ୍ରେଷ୍ଠ ଦିନିକିଆ ଓ ଟେଷ୍ଟ ଟିମର ଘୋଷଣା ହୋଇଛି । ଏହି ଦୁଇ ଦଳରେ ବିଶ୍ୱର ଅନେକ ଦେଶର ଖେଳାଳୀ ରହିଥିବାବେଳେ ୨୦୧୧ ବିଶ୍ୱକପ ବିଜେତା ତଥା ଭାରତୀୟ ଦଳର ପୂର୍ବତ୍ତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀ ଦିନିକିଆ ଦଳ ଏବଂ ବିରାଟ କୋହଲିଙ୍କୁ ଟେଷ୍ଟ ଦଳର ଅଧିନାୟକ ଭାବେ ସାମିଲ କରାଯାଇଛି ।
ଏହା ଛଡା ଭାରତର ଏକମାତ୍ର ଖେଳାଳୀ ଭାବେ କୋହିଲ ଉଭୟ ଦଳରେ ସ୍ଥାନ ପାଇଥିବାବେଳେ ଟେଷ୍ଟ ଦଳରେ ତାଙ୍କ ସମେତ ଭାରତର ଅନ୍ୟ ଜଣେ ସଫଳ ସ୍ପିନର ରବିଚନ୍ଦ୍ର ଅଶ୍ୱିନୀ ମଧ୍ୟ ସ୍ଥାନ ପାଇଛନ୍ତି । ସେହି ଦିନିକିଆ ଦଳରେ କୋହଲି ଏବଂ ଧୋନୀଙ୍କ ବ୍ୟତୀତ ହିଟ ମ୍ୟାନ ରୋହିତ ଶର୍ମା ମଧ୍ୟ ସ୍ଥାନ ପାଇଛନ୍ତି ।
ଟେଷ୍ଟ ଦଳରେ : ଆଲଷ୍ଟାୟାର କୁକ, ଡେଭିଡ ୱାର୍ଣ୍ଣର, କୁମାର ସାଙ୍ଗାକାର, ଷ୍ଟିଭେନ ସ୍ମିଥ, ବିରାଟ କୋହଲି, ବେନ ଷ୍ଟୋକ, ଏବି ଡିଭିଲିୟର୍ସ, ରବିଚନ୍ଦ୍ର ଅଶ୍ୱିନୀ, ଡେଲ ଷ୍ଟେନ, କାଗିସୋ ରାବାଡା, ଜେମ୍ସ ଆଣ୍ଡରସନ ରହିଛନ୍ତି ।
ସେହିଭଳି ଦିନିକିଆ ଦଳରେ ରୋହିତ ଶର୍ମ. ବିରାଟ କୋହଲି, ଡେଭିଡ ୱାର୍ଣ୍ଣର, ଏବି ଡିଭିଲିୟର୍ସ, ଜୋଶ ବଟ୍ଟଲର, ସକିବ ଅଲ ହସନ, ମହେନ୍ଦ୍ର ସିଂହ ଧୋନି, ଲାସିଥ ମାଲିଙ୍ଗା, ମିଚେଲ ଷ୍ଟାର୍କ, ଟ୍ରେଣ୍ଡ ବୋଲ୍ଟ, ଡେଲ ଷ୍ଟେନ ।


Share It

Comments are closed.