ଶୀତ ଦିନେ ସୁସ୍ଥ ରହିବା ପାଇଁ ଖାଆନ୍ତୁ ଏହି ସମସ୍ତ ଖାଦ୍ୟ


ଶୀତ ଦିନେ ତାପମାତ୍ରା କମ ଥିବାରୁ ଶରୀରରେ ବହୁ ପ୍ରକାରର ପରିବର୍ତ୍ତନ ଦେଖାଯାଇଥାଏ । ଶରୀର ଶୁଷ୍କ ହେବା ସହିତ ଶରୀରର ଶକ୍ତି ମଧ୍ୟ କମ ହୋଇଥାଏ । ବାୟୁମଣ୍ଡଳର ତାପମାତ୍ରା କମ ହୋଇଥିବାରୁ ଶରୀରର ତାପମାତ୍ରା କମ ହେବା ସହିତ ଅସୁସ୍ଥତା ଏବଂ ଅଳସୁଆ ଅନୁଭବ ହୋଇଥାଏ । ଏହା ସହ ଶୀତ ଦିନେ ସୂର୍ଯ୍ୟ କିରଣର ପ୍ରଭାବ କମ ଥିବାରୁ ଭାରି ଖାଦ୍ୟ ହଜମ ହୁଏ ନାହିଁ । ତେଣୁ ଶୀତ ଦିନେ ଏପରି କିଛି ଖାଦ୍ୟ ଖାଆନ୍ତୁ ଯାହା ଆପଣଙ୍କୁ ସୁସ୍ଥ ରଖିଥାଏ । ଆସନ୍ତୁ ଜାଣିବା ଏପରି କିଛି ଖାଦ୍ୟ ସମ୍ପର୍କରେ –

୧. ବାଦାମ-

ଖୁବ କମ ପରିମାଣରେ ବାଦାମ ଖାଆନ୍ତୁ କାରଣ ଏହା ଆପଣଙ୍କୁ କିଛି ପରିମାଣର ଶକ୍ତି ପ୍ରଦାନ କରିଥାଏ । ଆଲମଣ୍ଡ ଏବଂ ୱାଲନଟ ଫରଫରସ, ମ୍ୟାଗ୍ନେସିୟମ, କ୍ୟାଲସିୟମ ଏବଂ ପୋଟାସିୟମର ଉତ୍ତମ ସ୍ରୋତ । ଏହା ଶରୀରକୁ ଶୁଷ୍ମତା ପ୍ରଦାନ କରିବା ସହିତ ତ୍ୱଚା, ନଖ ମୂଳ ଏବଂ କେଶକୁ ସୁସ୍ଥ ରଖିଥାଏ ।

୨. ଅଦା –

ଅଦା ଶରୀରର ତାପମାତ୍ରା ପରିଚାଳନା କରିଥାଏ । ଅଦାରେ ଥିବା ଆଣ୍ଟି-ଅକ୍ସିଡାଣ୍ଟ ଏବଂ ଆଣ୍ଟି – ଇନଫ୍ଲାମେଟୋରି ଶରୀରରେ ତାପମାତ୍ରା ବୃଦ୍ଧି କରିବାରେ ସାହାଯ୍ୟ କରିଥାଏ । ଏଥିରେ ଥିବା ଜିଞ୍ଜେରୋଲ ଉତ୍ପାଦ ଶରୀରରେ ତାପମାତ୍ରା ବୃଦ୍ଧି କରିଥାଏ ଏବଂ ଶୁଖିଲା ଅଦା ସ୍ୱାସ୍ଥ୍ୟ ପାଇଁ ହିତକାରୀ

୩. ମସଲା –

ବିଭିନ୍ନ ମସଲା ତଥା ହଳଦୀ ଏବଂ ଗୋଲ ମରିଚ ଟକ୍ସିନ ଯୋଗୁଁ ହେଉଥିବା ଲିଭରର କ୍ଷତିରୁ ରକ୍ଷା କରିଥାଏ । ଏହା ବ୍ୟତୀତ ଆପଣ ବିଭିନ୍ନ ମସଲା ତଥା ଡାଲଚିନି, ଲବଙ୍ଗ ଇତ୍ୟାଦି ବ୍ୟବହାର କରିପାରିବେ ଯାହା ଶୀତ ଦିନେ ସର୍ଦ୍ଦି, ଥଣ୍ଡା ଏବଂ କାଶରୁ ଆପଣଙ୍କୁ ଆଶ୍ୱସ୍ତି ପ୍ରଦାନ କରିବ ।

୪. ଫଳ –

ଶୀତ ଋତୁରେ ମିଳୁଥିବା ଫଳ ତଥା କମଳା, ପିଜୁଳି, ଡାଳିମ୍ବ ଏବଂ ଷ୍ଟ୍ରବେରି ଇତ୍ୟାଦି ଶରୀର ପାଇଁ ଖୁବ ଭଲ । ଏଥିରେ ବହୁ ମାଇକ୍ରୋନ୍ୟୁଟ୍ରିଏଣ୍ଟ ରହିଛି ଯାହା ଶରୀରରେ ଇନଫ୍ଲାମେସନ ପ୍ରଦାନ କରିଥାଏ । ଏହା ମଧ୍ୟ ଶରୀରରେ ତାପମାତ୍ରା ପରିଚାଳନା କରିବାରେ ସାହାଯ୍ୟ କରିଥାଏ ।

୫. ସବୁଜ ପନିପରିବା –

ପାଳଙ୍ଗ, ମେଥି, ବ୍ରୋକଲି, ମୂଳା ପତ୍ର, ଫୁଲ କୋବି, ପତ୍ର କୋବି ଏବଂ ସୋରିଷ ପତ୍ର ଇତ୍ୟାଦି ସବୁଜ ପନିପରିବା ଶରୀର ପାଇଁ ହିତକାରୀ । ଏହା ପୋଷଣରେ ଭରପୁର ହୋଇଥିବା ବେଳେ ଏହା ପ୍ରତିରୋଧକ ଶକ୍ତି ବୃଦ୍ଧି କରିଥାଏ । ଯାହା ଶୀତଦିନେ ଶରୀରର ବହୁ ରୋଗ ଦୂର କରିବାରେ ସାହାଯ୍ୟ କରିଥାଏ ।


Share It

Comments are closed.