ସମୟ ପୂର୍ବରୁ ଓଡିଶା ଛୁଇଁଲା ମୌସୁମୀ


ନିର୍ଦ୍ଦାରିତ ସମୟ ପୂର୍ବରୁ ଓଡିଶାରେ ପାଦ ଥାପିଲା ମୌସୁମୀ । ଓଡିଶାରେ ଆଗାମୀ ୨୪ ଘଣ୍ଟା ମଧ୍ୟରେ ଅଧିକ ବର୍ଷା ହେବାର ଅନେକ ସମ୍ଭାବନା ରହିଛି । ନିର୍ଦ୍ଦାରିତ ସମୟର ଦୁଇ ଦିନ ପୂର୍ବରୁ ମୌସୁମୀ ଶୁକ୍ରବାର ଦିନ ଓଡିଶା ଛୁଇଁଛି । ଭୁବନେଶ୍ୱର ସ୍ଥିତ ପାଣିପାଗ ସୂଚନା ବିଭାଗର ନିର୍ଦ୍ଦେଶକ ଏଚଆର ବିଶ୍ୱାସ କହିଛନ୍ତି ଯେ, ଆଗାମୀ ୪୮ ଘଣ୍ଟାରେ ମୌସୁମୀ ରାଜ୍ୟର ସମସ୍ତ ଜିଲ୍ଲାକୁ ସ୍ପର୍ଶ କରିବ । ସେଥିପାଇଁ ମତ୍ସଜିବୀମାନଙ୍କୁ ସମୁଦ୍ର ଭିତରକୁ ନ ଯିବା ସତର୍କ କରାଇ ଦିଆଯାଉଛି ।
ପାଣିପାଗ ବିଭାଗ ପକ୍ଷରୁ ମିଳିଥିବା ସୂଚନା ମୁତାବକ ଆଗାମୀ ୨୪ ଘଣ୍ଟା ମଧ୍ୟରେ ବଙ୍ଗୋପସାଗରର ଉତ୍ତରାଞ୍ଚଳରେ ଲଘୁଚାପ ସୃଷ୍ଟି ହୋଇଛି, ଯାହା ଫଳରେ ବାଙ୍ଗାଳାଦେଶର ଉପକୂଳ ବର୍ତ୍ତୀ ଥିବା ଅଞ୍ଚଳ ମାନଙ୍କରେ ବର୍ଷା ହେବାର ଅନେକ ସମ୍ଭାବନା ରହିଛି । ଯାହା ଫଳରେ ଜୁନ ୯ରୁ ୧୧ ମଧ୍ୟରେ ଓଡିଶା ସମେତ, ପଶ୍ଚିମ ବଙ୍ଗ, ସିକିମ ଏବଂ ମେଘାଳୟ ଆଦି ଅଞ୍ଚଳମାନଙ୍କରେ ବର୍ଷା ହେବାର ଅନେକ ସମ୍ଭାବନା ରହିଥିବାବେଳେ ସେହିଭଳି ଉପକୂଳବର୍ତ୍ତୀ କର୍ଣ୍ଣାଟହ, ଗୋଆ, ଦକ୍ଷିଣ ମହାରାଷ୍ଟ୍ର ଆଦି ଭଳି ଅଞ୍ଚଳମାନରେ ୧୦ ଜୁନ ପର୍ଯ୍ୟନ୍ତ ଅଧିକରୁ ଅଧିକ ବର୍ଷା ଜାରୀ ରହିବ ବୋଲି ସୂଚନା ମିଳିଛି । ମୁମ୍ବାଇ ସମେତ ମହାରାଷ୍ଟ୍ରର ଉତ୍ତର ଉପକୂଳବର୍ତ୍ତି ଅଞ୍ଚଳମାନଙ୍କରେ ବର୍ଷା ବଢିବାର ସମ୍ଭାବନା ଅନେକ ରହିଥିବାବେଳେ ଏଠାରେ ୧୨ ଜୁନ ବର୍ଷା କମିବାର ଅନୁମାନ କରାଯାଉଛି ।


Share It

Comments are closed.