ମୋବାଇଲ ଭଳି ଏବେ ରିଚାର୍ଜ କରିହେବ ବିଜୁଳି ମିଟର !


ଆଗାମୀ ୩ ବର୍ଷ ମଧ୍ୟରେ ସମସ୍ତ ବିଜୁଳି ମିଟର ପ୍ରି-ପେଡ ହେବ, ଯାହା ଫଳରେ ସମସ୍ତ ଗ୍ରାହକଙ୍କୁ ମୋବାଇଲ ଫୋନ ରିଚାର୍ଜ ଭଳି ନିଜ ବିଜୁଳି ମିଟିରର ରିଚାର୍ଜ କରିବାକୁ ପଡିବ । ଏହାର ଅବଧି ସରିବା ସହ ଉପଭୋକ୍ତାଙ୍କ ଘରେ ବିଜୁଳିର ବିଲ ପହଞ୍ôଚବା ସମୟ ମଧ୍ୟ ସମାପ୍ତ ହୋଇଯିବ ।
କେନ୍ଦ୍ର ଶକ୍ତି ମନ୍ତ୍ରୀ ଆରକେ ସିଂହ ମିଟର ନିର୍ମାତାଙ୍କୁ ସ୍ମାର୍ଟ ପ୍ରି-ପେଡ ମିଟର ଉତ୍ପାଦ ପ୍ରସ୍ତୁତ କରିବା ପାଇଁ ପ୍ରସ୍ତାବ ଦେଇଛନ୍ତି । ସେ ନିର୍ମାତାଙ୍କୁ କହିଛନ୍ତି ଯେ, “ଆଗାମୀ ଦିନ ମାନଙ୍କରେ ଏହି ଉତ୍ପାଦର ବହୁତ ଚାହିଦା ବଢିବ ଏବଂ ଆଶା କରୁଛି ୩ ବର୍ଷ ମଧ୍ୟରେ ସମସ୍ତ ନିଜକ ମିଟରକୁ ସ୍ମାର୍ଟ-ପ୍ରିପେଡ ହୋଇଯାଇଥିବା ବୋଲି । ଏହି ସ୍ମାର୍ଟ ମିଟର ଅନେକ ଫାଇଦା ରହିଛି, ଉପଭୋକ୍ତା ବିଲ ପହଞ୍ଚାଇବା ଶେଷ ସମୟ ମଧ୍ୟ ସରିବା ପୂର୍ବରୁ ବିଜୁଳି ଶୁଳ୍କ ଦାଖଲ ହୋଇଯାଇଥିବ । ଏହା ଦ୍ୱାରା ବିଜୁଳି କମ୍ପାନୀ ମାନଙ୍କୁ ଅଧିକ କ୍ଷତି ସହିବାକୁ ମଧ୍ୟ ପଡିବ ନାହିଁ ।” ସେ ଅଧିକାରୀଙ୍କୁ କହିଛନ୍ତି ଯେ, ସମସ୍ତ ଫାଇଦାକୁ ଦୃଷ୍ଟିରେ ରଖି ଏହା ନିର୍ମାଣକୁ ବାଧ୍ୟତାମୂଳକ କରାଯାଉ । ଏହା ଦ୍ୱାରା ବିଜୁଳି କ୍ଷେତ୍ରରେ କ୍ରାନ୍ତି ଆସିବ, କ୍ଷତି କମ ହେବ ଏବଂ ବିଜୁଳି ବିତରଣ କମ୍ପାନୀଙ୍କ ସ୍ଥିତି ମଧ୍ୟ ସୁଧୁରିବ ।
ସିଂହ କହିଛନ୍ତି ଯେ, ପ୍ରି-ପେଡ ସ୍ମାର୍ଟ ମିଟର ଦ୍ୱାରା ଶକ୍ତି ସଂରକ୍ଷଣ ହେବା ସହ ଶୁଳ୍କ ପୈଠରେ ସହଜ ହେବ । ଏହା ଦ୍ୱାରା ଯୁବକ ମାନଙ୍କୁ କୁଶଳ ସମ୍ପନ୍ନ ନିଯୁକ୍ତି ମିଳିବାରେ ମଧ୍ୟ ସହାୟକ ହେବ । ସେଥିପାଇଁ ପାଇଁ ମନ୍ତ୍ରାଳୟ ପକ୍ଷରୁ ମିଳିଥିବା ସୂଚନା ମୁତାବକ ଅଧିକାରୀ ମାନେ ଏହାକୁ ବାଧ୍ୟତାମୂଳକ କରିବା ସମ୍ବନ୍ଧରେ ବିଚାର ବିମର୍ଶ କରିବା ସହ ଏକ ରିପୋର୍ଟ କାର୍ଡ ପ୍ରସ୍ତୁତ କରିବାକୁ କୁହାଯାଇଛି । ଆଶା କରାଯାଉଛି କି ଏହି ରିପୋର୍ଟ କାର୍ଡ ମିଳିବା ପରେ ମନ୍ତ୍ରାଳୟ ପକ୍ଷରୁ ଏହି ସ୍ମାର୍ଟ ମିଟର ବ୍ୟବସ୍ଥା ପ୍ରଚଳନ ବାଧ୍ୟତାମୂଳକ କରାଯିବ ।
କେନ୍ଦ୍ର ଶକ୍ତି ମନ୍ତ୍ରୀ ଆରକେ ସିଂହ ସମସ୍ତ ରାଜ୍ୟର ଶକ୍ତି ମନ୍ତ୍ରୀ ମାନଙ୍କ ସହ କଥା ହୋଇ କହିଛନ୍ତି ଯେ, ଯଦି ସମସ୍ତ ରାଜ୍ୟ ଏହି ନିଷ୍ପତି ଉପରେ ସହମତି ଜଣାନ୍ତି ତେବେ ୨୦୨୧ ମଧ୍ୟରେ ସମସ୍ତ ସହର ଠାରୁ ଗାଁ ଏବଂ ବିଚ୍ଛିନାଞ୍ଚଳମାନଙ୍କରେ ୨୪x୭ ଘଣ୍ଟା ବିଜୁଳି ମିଳିବାର ଅନେକ ସମ୍ଭାବନା ରହିଛି । ସମସ୍ତଙ୍କ ଘରେ ବିଜୁଳି କେବୁଲ ଦ୍ୱାରା ଶକ୍ତି ସଂରଞ୍ଚନା କରିବା ବ୍ୟବସ୍ଥା କରାଯିବା ସହ ୯୦% ଲୋକଙ୍କ ଘରେ ପ୍ରି-ପେଡ ମିଟର ଲଗାଇବାର ବ୍ୟବସ୍ଥା କରାଯିବ । ବିନା ପ୍ରି-ପେଡ ମିଟର ଦ୍ୱାର ବିଜୁଳି ଲଗାଇବା ଦ୍ୱାରା ଜୋରିମାନ ଦବାକୁ ପଡିବ । ଲୋକମାନେ ନିଜ ମୋବାଇଲ ପଓନ ଜରିଆରେ ବିଜୁଳି ମିଟର ରିଚାର୍ଜ କରିପାରିବେ ।


Share It

Comments are closed.