ଅଧିନାୟକତ୍ୱରେ ଗାଙ୍ଗୁଲୀଙ୍କୁ ପଛରେ ପକାଇଲେ ବିରାଟ


ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ତିନୋଟି ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଖେଳାଯାଉଥିବାବେଳେ ସିରିଜର ଦ୍ୱିତୀୟ ମ୍ୟାଚ ବର୍ତ୍ତମାନ ପୁଣେରେ ଖେଳାଯାଉଛି । ଭାରତ ଏହି ମ୍ୟାଚରେ ପ୍ରଥମେ ଟସ ଜିତି ବ୍ୟାଟିଙ୍ଗ ପାଇଁ ନିଷ୍ପତି ନେଇଛି ।ତେବେ ଏହି ମ୍ୟାଚରେ ବିରାଟ ଏକ ନୂଆ ରେକର୍ଡ ସୃଷ୍ଟି କରିଛନ୍ତି । ଏହି ମ୍ୟାଚ ଖେଳି ବିରାଟ ଟେଷ୍ଟ କ୍ରିକେଟରରେ ଭାରତ ପକ୍ଷରୁ ୫୦ ଥର ଅଧିନାୟକତ୍ୱ କରିବାର ସୌଭାଗ୍ୟ ଅର୍ଜନ କରିବା ସହ ଧୋନିଙ୍କ ପରେ ସେ ଦ୍ୱିତୀୟ ଭାରତୀୟ ଅଧିନାୟକ ହୋଇ ଏକ ନୂଆ ରେକର୍ଡ ସୃଷ୍ଟି କରିଛନ୍ତି । ବିରାଟଙ୍କ ପୂର୍ବରୁ ଧୋନି ଭାରତ ପକ୍ଷରୁ ଏକମାତ୍ର ଖେଳାଳୀ ଥିଲେ ଯିଏକି ୫୦ରୁ ଅଧିକ ମ୍ୟାଚରେ ଅଧିକାୟତ୍ୱ କରିବାର ସୌଭାଗ୍ୟ ଅର୍ଜନ କରିଥିଲେ । କେବଳ ଏତିକି ନୁହେଁ ବିରାଟଙ୍କ ଏହି କୀର୍ତ୍ତି ସହ ସେ ଗାଙ୍ଗୁଲୀଙ୍କୁ ପଛରେ ପକାଇ ଦେଇଥିବାବେଳେ ଗାଙ୍ଗୁଲୀ ୪୯ଟି ଟେଷ୍ଟ ମ୍ୟାଚରେ ଅଧିନାୟକତ୍ୱ କରିଛନ୍ତି । ପ୍ରକାଶ ଥାଉକି, ଧୋନି ୬୦ ଟି ଟେଷ୍ଟ ମ୍ୟାଚରେ ଅଧିନାୟକତ୍ୱ କରିଥିବାବେଳେ ଏହି କ୍ରମରେ ଦ୍ୱିତୀୟ ସ୍ଥାନରେ ବିରାଟ ଏବଂ ତୃତୀୟ ସ୍ଥାନରେ ଗାଙ୍ଗୁଲୀ ରହିଛନ୍ତି । ବିରାଟଙ୍କ ଅଧିକାୟତ୍ୱ ପର ଠାରୁ ଭାରତ ପ୍ରାୟ ୩ ବର୍ଷ ହେବ ଟେଷ୍ଟ କ୍ରିକେଟରେ ଶୀର୍ଷକ ତାଲିକାରେ ରହିଛି ।


Share It

Comments are closed.