ମୋଟୋ ଜି୬ ଏବଂ ମୋଟୋ ଜି୬ ପ୍ଲେ ସ୍ମାର୍ଟଫୋନର ଶୁଭାରମ୍ଭ


ଅଗ୍ରଣୀ ମୋଟୋରାଲା ପକ୍ଷରୁ ନୂତନ ମୋଟୋ ଜି୬ ଏବଂ ଜି୬ ପ୍ଲେ ସ୍ମାର୍ଟଫୋନର ଶୁଭାରମ୍ଭ କରାଯାଇଛି ଯାହାକି ଗୁଣବତ୍ତା, ଷ୍ଟାଇଲ କିମ୍ବା ଅନୁଭୂତି ସହିତ ସାଲିସ କରନଥାଏ । ମୋଟୋ ଜି୬ ଏବଂ ମୋଟୋ ଜି୬ ପ୍ଲେ ସ୍ୱତନ୍ତ୍ର ପ୍ରାରମ୍ଭିକ ମୂଲ୍ୟ ଯଥାକ୍ରମେ ମାତ୍ର ୧୩,୯୯୯ ଟଙ୍କା ଏବଂ ୧୧,୯୯୯ ଟଙ୍କାରେ ଉପଲବ୍ଧ । ପୂର୍ବପେକ୍ଷା ଅଧିକ ସ୍ମାର୍ଟ ଏବଂ ଅତ୍ୟାଧୁନିକ ଡିସପ୍ଲେ, ଷ୍ଟନିଙ୍ଗ ଗ୍ଲାସ ଡିଜାଇନ ଉପରେ ଲକ୍ଷ୍ୟ ରଖିବା ସହିତ ଏହାର ସ୍ପିଡ କ୍ୱାଲକମ ସ୍ନାପଡ୍ରାଗନ ପ୍ରୋସେସର ସହିତ ପ୍ରସ୍ତୁତ ।
ମୋଟୋ ଜି୬ର ୧୪.୫ ସେମି (୫.୭ ଇଞ୍ଚ) ସମ୍ପୂର୍ଣ୍ଣ ଏଚଡି ସହିତ ମାକ୍ସ ଭିଜନ ଡିସପ୍ଲେ ଭିନ୍ନ ଭିନ୍ନ ରଙ୍ଗ ଏବଂ ସଠିକ ବିବରଣୀ ପ୍ରଦାନ କରିଥାଏ ଯେବେକି ଏହାର ଆକର୍ଷଣୀୟ ୩ଡି ଗ୍ଲାସ ବ୍ୟାକ ଆକର୍ଷଣୀୟ ଆକାର ଏବଂ ଅନ୍ୟାନ୍ୟ ପ୍ରିମିୟମ ସ୍ମାର୍ଟଫୋନ ମଧ୍ୟରେ ଶ୍ରେଷ୍ଠତା ପ୍ରଦାନ କରିଥାଏ । ଅତ୍ୟାଧୁନିକ ଇମେଜିଙ୍ଗ ସଫ୍ଟଓୟାରର ଅର୍ଥ ଷ୍ଟୁଡିଓ କ୍ୱାଲିଟି ପୋଟ୍ରେଟ, କଳାକୃତିଯୁକ୍ତ କଳା ଏବଂ ଧଳା ସଟ୍ ଏବଂ ହିଲାରିଅସ ଫେସ ଫିଲଟର, ୧୨ଏମପି ଏବଂ ୫ଏମପି କ୍ୟାମେରା ମାଧ୍ୟମରେ ଜୀବନ୍ତ ହୋଇଥାଏ । ଏବଂ ଏହାକୁ ଶ୍ରେଷ୍ଠ କରିବା ପାଇଁ ଆପଣ ମଲ୍ଟିଫଙ୍କସନାଲ ଫିଙ୍ଗରପ୍ରିଣ୍ଟ ରିଡ଼ର ସହିତ ତୁରନ୍ତ ଫୋନକୁ ଲକ କିମ୍ବା ଅନଲକ କରିପାରିବେ । ମୋଟୋ ଜି୬ ସ୍ୱତନ୍ତ୍ରଭାବେ ଆମାଜନ.ଇନରେ ଏବଂ ସମଗ୍ର ଭାରତରେ ମୋଟୋ ହବ ଷ୍ଟୋରରେ ଇଣ୍ଡିଗୋ ବ୍ଲାକ ରଙ୍ଗ ଏବଂ ୩ଜିବି କିମ୍ବା ୩୨ ଜିବି ଏବଂ ୪ଜିବି କିମ୍ବା ୬୪ ଜିବି ଭିନ୍ନତା ସହିତ ଉପଲବ୍ଧ ହେଉଛି ।

ମୋଟୋ ଜି୬ ପ୍ଲେର ଶକ୍ତିଶାଳୀ ୪୦୦୦ଏମଏଏଚ ବ୍ୟାଟେରୀ, କେବଳ ଗୋଟିଏ ଚାର୍ଜରେ ୩୬ ଘଣ୍ଟା ପର୍ଯ୍ୟନ୍ତ କାର୍ଯ୍ୟ କରିବା ସହିତ ଏହାର ଶକ୍ତିଶାଳୀ ୧.୪ ଗିଗାହର୍ଜ-କୋର ପ୍ରୋସେସର ଆପଣଙ୍କୁ ତୀବ୍ରଭାବେ କିଛି ସେକେଣ୍ଡ ମଧ୍ୟରେ ଫଟୋ, ଆପ ଇତ୍ୟାଦିର ବ୍ୟବାହର କରିବା ପାଇଁ ସୁଯୋଗ ପ୍ରଦାନ କରିଥାଏ । ଏଥିରେଥିବା ୪,୦୦୦ ଏମଏଏଚ ବିଶିଷ୍ଟ ବ୍ୟାଟେରୀକୁ ଧନ୍ୟବାଦ ଯାହା ଦ୍ୱାରା ଆପଣ କେବଳ ଥରେ ଚାର୍ଜ କରି ୩୨ଘଣ୍ଟା ପର୍ଯ୍ୟନ୍ତ ବ୍ୟବହାର କରିପାରିବେ । ଏହାର ଟର୍ବୋ ପାୱାର କେବଳ ଗୋଟିଏ ମିନିଟ୍ର ଚାର୍ଜରେ ବହୁ ସମୟର ଶକ୍ତି ପ୍ରଦାନ କରିଥାଏ । ମୋଟୋ ଜି୬ ପ୍ଲେ କେବଳ ଫ୍ଲିପକାର୍ଟରେ ଏବଂ ଭାରତର ବିଭିନ୍ନ ରାଜ୍ୟର ୬୦୦ରୁ ଅଧିକ ମୋଟୋ ହବ ଷ୍ଟୋରରେ ଇଣ୍ଡିଗୋ ବ୍ଲାକ ଏବଂ ଫାଇନ ଗୋଲ୍ଡ ରଙ୍ଗରେ ଉପଲବ୍ଧ ହେଉଛି ।


Share It

Comments are closed.