ରାହୁଲଙ୍କ ଉପରେ ବର୍ଷିଲେ ଜେଟଲି


ରାହୁଲ ଗାନ୍ଧି ମଧ୍ୟପ୍ରଦେଶର ମାଣ୍ଡେସୋରରେ ଏକ ସଭାରେ ଦେଇଥିବା ଭାଷଣକୁ ଇଙ୍ଗିତ କରି ବରିଷ୍ଟ ବିଜେପି ନେତା ଅରୁଣ ଜେଟଲୀ ଖୁବ ବର୍ଷିଛନ୍ତି । ଏହା ଉପରେ ସେ ଫେସବୁକରେ ପୋଷ୍ଟକରି ଲେଖିଛନ୍ତି ଯେ, “ଯେବେ ମୁଁ ରାହୁଲ କରୁଥିବା ବଚାରକୁ ସଂସଦ ଭିତରେ ଏବଂ ବାହାରେ ଶୁଣେ, ତେବେ ସବୁବଳେ ମୋ ମନରେ କେତୋଟି ପ୍ରଶ୍ନ ଉଙ୍କି ମାରେ, ସେ କେତେ ଜାଣିଛନ୍ତି ଏବଂ କେବେ ଜାଣିବେ । ”
ମଧ୍ୟପ୍ରଦେଶର ମାଣ୍ଡେସୋରରେ ତାଙ୍କ ଭାଷଣ ଶୁଣିକି ପ୍ରଶ୍ନର ଉତ୍ତରେ ମୋର କୌତୁହଳ ବଢିଯାଇଛି । ଜେଟଲି କହିଛନ୍ତି ଯେ, ରାହୁଲଙ୍କୁ କୌଣସି ଭୁଲ ତଥ୍ୟ ପ୍ରଦାନ କରାଯାଉଛି କି କିମ୍ବା ସେ ପ୍ରକୃତ ତଥ୍ୟ ପ୍ରତି ଅଜ୍ଞାତ ଅଛନ୍ତି ।
ଜେଟଲୀ ଲେଖିଛନ୍ତି ଯେ ରାହୁଲ ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ଆଣିଥିବା ଶ୍ରେଷ୍ଠ ୧୫ ଉଦ୍ଦ୍ୟଗପତିଙ୍କ ୨.୫ ଲକ୍ଷ କୋଟିର ଉଧାର କ୍ଷମା କରି ଦେବାର ଅଭିଯୋଗ ସମ୍ପୂର୍ଣ୍ଣ ମିଥ୍ୟ ଏବଂ ଭିତ୍ତିହୀନ । ଏହାର ସତ୍ୟତା ସମ୍ପୂର୍ଣ୍ଣ ଅଲଗା ଅଟେ ।
ଯେଉଁମାନେ ବ୍ୟାଙ୍କ ଏବଂ ଅନ୍ୟାନ୍ୟ ଉଧାରଦାତାଙ୍କ ଠାରୁ ଲୋନ ନେଲା ପରେ ଶୁଜି ପାରିନାହାନ୍ତି, ସେଥିପାଇଁ ତାଙ୍କ କମ୍ପାନୀକୁ ଦେବାଳିଆ ଘୋଷଣା କରାଇଦିଆଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କ ସମୟରେ ଲାଗୁ ହୋଇଥିବା ଆଇନ ଅନୁଯାୟୀ ଯେଉଁ କମ୍ପାନୀମାନଙ୍କ ବିରୋଧରେ ଆସିଥିବା ଅଭିଯୋଗ ଆସିଛି, ସେମାନଙ୍କୁ ତୁରନ୍ତ ଦଖଲଚ୍ୟୁତ କରାଇ ଦିଆଯାଇଛି । ସତ୍ୟ ଏହା ହେଉଛି କି ଏହି ଉଧାର ୟୁପିଏ ସରକାର ସମୟରେ ଦିଆଯାଇଥିଲା ।


Share It

Comments are closed.