ଗାଁ ଗହଳୀର ଲୋକଙ୍କ ପାଇଁ ସତୀସ କୌସିକଙ୍କ ଚଳନ୍ତା ଥିଏଟର


ପୂର୍ବରୁ ଗାଁ ମାନଙ୍କରେ ସିନେମା ହଲ ନଥିବାରୁ ପିଲାମାନେ ବାଇସ୍କୋପରେ ଫିଲ୍ମ, ଗୀତିକଥା ଇତ୍ୟାଦି ଦେଖୁଥିଲେ । ଗାଁରେ ଲୋକମାନେ ଚାତକ ଭଳି ବାଇସ୍କୋପ ଦେଖିବା ପାଇଁ ଅପେକ୍ଷା କରି ବସୁଥିଲେ । ବର୍ତ୍ତମାନ ଦେଶରେ ବିଭିନ୍ନ ସ୍ଥାନରେ ଥିଏଟର ଏବଂ ସିନେମା ହଲର ଟ୍ରେଣ୍ଡ ପ୍ରାରମ୍ଭ ହୋଇସାରିଲାନି କିନ୍ତୁ ମଧ୍ୟ କିଛି ଗାଁରେ ଏବେବି ଫିଲ୍ମ ଥିଏଟର କିମ୍ବା ଇଣ୍ଟରନେଟର ସୁବିଧା ନାହିଁ । ଭାରତର କିଛି ପ୍ରେରଣାପ୍ରଦାନକାରୀ ଫିଲ୍ମ ଦଙ୍ଗଲ, ପ୍ୟାଡମ୍ୟାନ ଏବଂ ଟଏଲେଟ- ଏକ ପ୍ରେମ କଥା ପରି ଫିଲ୍ମ ରହିଛି ଯାହା ଆଜି ପର୍ଯ୍ୟନ୍ତ ଗାଁ ଲୋକମାନେ ଦେଖିନାହାଁନ୍ତି । ତେଣୁ ସେମାନଙ୍କୁ ଏହି ମନୋରଞ୍ଜନ ପ୍ରଦାନ ପାଇଁ ଫିଲ୍ମ ଅଭିନେତା ସତୀଶ କୌସିକ ମୋବାଇଲ ଡିଜିଟାଲ ମୁଭି ଥିଏଟର ସୁବିଧାର ଶୁଭାରମ୍ଭ କରିଛନ୍ତି । ସେ ସାଧାରଣ ଟ୍ରକକୁ ଥିଏଟରକୁ ପରିବର୍ତ୍ତନ କରିଛନ୍ତି ଯାହା ଗାଁକୁ ଗାଁ ବୁଲି ଟ.୩୫ରୁ ଟ.୭୫ ଟଙ୍କା ଭିତରେ ଭଲ ଭଲ ଫିଲ୍ମର ଅନୁଭୂତି ପ୍ରଦାନ କରିବ ।

ଭାରତୀୟମାନେ ଫିଲ୍ମ ଦେଖିବାକୁ ଖୁବ ଭଲ ପାଉଥିବା ବେଳେ ରଜନୀକାନ୍ତ, ଅମିତାବ ବଚ୍ଚନ, ଋିଷି କପୁର ପରି ହିରୋଙ୍କୁ ଭଗବାନ ବୋଲି ଭାବନ୍ତି । ସମଗ୍ର ଭାରତରେ ଲୋକେମାନେ ମଲ୍ଟିପିଲେକ୍ସକୁ ଯାଇ ଫିଲ୍ମ ଦେଖିବାକୁ ପସନ୍ଦ କରୁଛନ୍ତି । କିନ୍ତୁ କିଛି ସ୍ଥାନରେ ଥିଏଟର ନଥିବାରୁ ସେମାନେ ଫିଲ୍ମ ଦେଖିପାରିନଥାନ୍ତି । ତେଣୁ ଏହି ଥିଏଟର ଟ୍ରକ ସେମାନଙ୍କୁ ସିନେମା ହଲରେ ଫିଲ୍ମ ଦେଖିବାର ଅନୁଭୂତି ପ୍ରଦାନ କରିପାରିବ । ଏହା ଥିଏଟରର ମଜା ତଥା ସାଉଣ୍ଡ, ଲାଇଟ ଏବଂ ପରିବେଶର ମଜା ପ୍ରଦାନ କରିବ । ଟାଇମ୍ସ ଅଫ ଇଣ୍ଡିଆ ଅନୁଯାୟୀ, ୩୫ ଥିଏଟର ବର୍ତ୍ତମାନ ପ୍ରସ୍ତୁତ ହୋଇସାରିଛି ଏବଂ ଆହୁରି ୧୫୦ଟି ପ୍ରସ୍ତୁତ ହେବ । ଦେଶରେ ଏହା ଡିଜିଟାଲ ଥିଏଟରର ଅନୁଭୂତି ସହିତ ମଲ୍ଟିପ୍ଲେକ୍ସ ଅନୁଭୂତି ପ୍ରଦାନ କରିପାରିବ । ମୋବାଇଲ ଥିଏଟର ଯାତାୟତ ପାଇଁ ଭଲ ଥିବା ବେଳେ ଲୋକମାନଙ୍କ ପାଖରେ ସହଜରେ ପହଞ୍ଚିପାରିବ । ଏଥିରେ ଏକତ୍ରଭାବେ ପାଖାପାଖି ୧୫୦ ଲୋକ ବସିପାରିବେ ଏବଂ ଏହା ୱାଟର ପ୍ରୁଫ, ଏୟାର କଣ୍ଡିସନଡ ଏବଂ ଏୟାର ପ୍ରୁଫ ଘର ସଦୃଶ । ଏହି ସମସ୍ତ ପ୍ରୋଜକ୍ଟ ଆଇଡିଆ ସୁଶୀଲ ଚୈଧୁରିଙ୍କ ଦ୍ୱାରା ପ୍ରାରମ୍ଭ ହୋଇଥିବା ବେଳେ ସେ ଏହାକୁ ଲୋକମାନଙ୍କ ପାଇଁ ବ୍ୟୟସାପେକ୍ଷ କରିବାକୁ ଚାହୁଁଛନ୍ତି ।
ଏହି ସମ୍ପର୍କରେ ଅଭିନେତା ତଥା ଫିଲ୍ମ ପ୍ରସ୍ତୁତକାରୀ ସତୀଶ କୌସିକ କହିଛନ୍ତି ଯେ, “ଏହା ସରକାରଙ୍କ ଦ୍ୱାରା ଫଣ୍ଡିଙ୍ଗ ନହୋଇଥିଲେ ମଧ୍ୟ ପୋଲିସ ଏବଂ ଅଗ୍ନିଶମ ବିଭାଗର ଉପସ୍ଥିତିକୁ ସେମାନେ ସମର୍ଥନ ଜଣାଇଛନ୍ତି । ଏହି ଡିଜିଟାଲ ଟ୍ରକ ୧୦୦୦ ବର୍ଗ ଫୁଟ ୧୦୦୦ ବର୍ଗ ଫୁଟ ବିଶିଷ୍ଟ ସ୍ଥାନ ଅକ୍ତିଆର କରୁଥିବା ବେଳେ ମାତ୍ର ୨ଘଣ୍ଟା ମଧ୍ୟରେ ବ୍ୟବସାୟ ପାଇଁ ପ୍ରସ୍ତୁତ ହୋଇଯାଏ ।”


Share It

Comments are closed.