ବିଜେଡିରୁ ଇସ୍ତଫା ଦେଲେ ବୈଜୟନ୍ତ


ବୈଜୟନ୍ତ ଜୟ ପଣ୍ଡା ଆଜି ବିଜୁ ଜନତା ଦଳ (ବିଜେଡି)ରୁ ଇସ୍ତଫା ଦେଇଛନ୍ତି । ସେ ଆଜି ଓଡିଶାର ମୁଖ୍ୟମନ୍ତ୍ରୀ ତଥା ବିଜେଡିର ସୁପ୍ରିମୋ ମାନ୍ୟବର ନବୀନ ପଟ୍ଟନାୟକଙ୍କୁ ନିଜର ଇସ୍ତଫା ପତ୍ର ପଠାଇଦେଇଛନ୍ତି, ଯେଉଁଥିରେ ସେ ଲେଖିଛନ୍ତି, ବିଜୁ ପଟ୍ଟନାୟକଙ୍କ ସହିତ ଘନିଷ୍ଠତା ଥିବା ମୋ ବାପା ସ୍ୱର୍ଗତ ବଂଶୀଧର ପଣ୍ଡାଙ୍କ ଶେଷ ଦର୍ଶନ ପାଇଁ ସମସ୍ତ ବିଜେଡି ନେତାଙ୍କୁ ବାରଣ କରାଯାଇଥିବା ଜଣା ପଡିବା ପରେ ଏହା ମୋତେ ବେଶି ମର୍ମାହତ କରିଥିଲା । ଏଥିରୁ ମୁଁ ହୃଦବୋଧ କରିଛି ଯେ ବିଜେଡି ଆଉ ମୋତେ ଚାହୁଁ ନାହିଁ । ଏହା ମୋ ଆତ୍ମସମ୍ମାନକୁ ଆଞ୍ଚ ଆଣିଛି । ଦଳରେ ଏଭଳି ନିଚ ପରିବେଶ ଭିତରେ ନିଜର ଆତ୍ମସମ୍ମାନକୁ ବଳି ଦେବାକୁ ଚାହୁଁନଥିବାରୁ ସେଥିପାଇଁ ମୁଁ ଆଜି ବିଜେଡିରୁ ଇସ୍ତଫା ଦେଇଛି ।
ସେ ଦଳୀୟ ସଦସ୍ୟତାରୁ ନିଜର ଇସ୍ତଫା ଦେବା ସହ ବାପାଙ୍କ ଅନ୍ତ୍ୟେଷ୍ଟିକ୍ରିୟା ଶେଷ ହେବା ପରେ ଲୋକସଭା ବାଚସ୍ପତିଙ୍କୁ ମଧ୍ୟ ନିଜର ଇସ୍ତଫା ପତ୍ର ପ୍ରଦାନ କରିବେ ବୋଲି ସୂଚନା ଦେଇଛନ୍ତି । ସେ ପୁଣି ଥରେ ନବୀନ ପଟ୍ଟନାୟକଙ୍କ ବ୍ୟକ୍ତିଗତ ସଚିବ କାର୍ତ୍ତିକେୟାନ ପାଣ୍ଡିଆଙ୍କୁ ଆକ୍ଷେପ କରି କହିଛନ୍ତି ଯେ, “ଦଳକୁ ନିୟନ୍ତ୍ରିତ କରଥିବା ଏହା ଆଇଏସ ଅଫିସର, ମୋ ବିରୋଧରେ ଏକ ଷଡଯନ୍ତ୍ର ରଚିଥିଲେ, ଯାହାକି ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ଜାଣିପାରିଲେ ନାହିଁ ” ।
କିନ୍ତୁ ଆପଣଙ୍କୁ କହି ରଖୁଛୁ କି, ବୈଜୟନ୍ତ ପଣ୍ଡା ବର୍ତ୍ତମାନ କେନ୍ଦ୍ରାପଡାର ସାଂସଦ ଅଛନ୍ତି । ବୈଜୟନ୍ତ ଦଳ ବିରୋଧିରେ କାର୍ଯ୍ୟକଳାପ ଅଭିଯୋଗ ଆସିବା ହେତୁ ତାଙ୍କୁ ବିଜେଡିର ପ୍ରାଥମିକତା ସଦସ୍ୟରୁ ନିଲମ୍ବନ କରାଯାଇଥିଲା ।


Share It

Comments are closed.