କ’ଣ ପାଇଁ କାନ୍ଦିପକାଇଲେ ବବି, ଜାଣନ୍ତୁ ସମ୍ପୂର୍ଣ୍ଣ କଥା


ବବି ଦେୱଲ, ସଲମାନ ଖାନଙ୍କ ଆଗାମୀ ଫିଲ୍ମ “ରେସ ୩” ଦ୍ୱାରା ବଲିଉଡରେ ଏଣ୍ଟ୍ରି କରିବାକୁ ଯାଉଛନ୍ତି । ଅନେକ ବର୍ଷ ପରେ ବବି “ରେସ ୩”ରେ ଡେୟାରିଙ୍ଗ ଅବତାର ନଜର ଆସିବେ । କୁହାଯାଉଛି କି ଏହି ଫିଲ୍ମଟି ବବିଙ୍କ କ୍ୟାରିୟର ସୁଧାରିଦେବାର ଅନେକ ସମ୍ଭାବନା ରହିଛି । ଏହି ଫିଲ୍ମ ୧୫ ଜୁନରେ ରିଲିଜ ହେଉଥିବା ବେଳେ ବବି ଏହି ଫିଲ୍ମ ପାଇଁ ନିଜ ଫିଜିକ ଉପରେ ବହୁତ ଧ୍ୟାନ ଦେଇଛନ୍ତି ।
ଏହି ଫିଲ୍ମ ଏବଂ ନିଜ ବ୍ୟକ୍ତିଜୀବନ ଉପରେ ମତ ଦେଇ ବବି କହିଛନ୍ତି, ଏହି ଫିଲ୍ମରେ କମ ବ୍ୟାକ କରୁଥିବା ହେତୁ ସେ ଅତ୍ୟନ୍ତ ଖୁସି ଏବଂ ସେଥିପାଇଁ  ସେ ସଲମାନ ଖାନ କୃତଜ୍ଞ ଜଣାଇଛନ୍ତି । ସେ କହିଛନ୍ତି ପ୍ରାୟ ୪ ବର୍ଷ ହେବ ମୋ ପାଖରେ କୌଣସି ଫିଲ୍ମ ନଥିଲା । ମୋ ଶରୀରର ବହୁତ ଓଜନ ବଢିଯିବା ସହିତ ମୁଁ ଅତ୍ୟଧିକ ମଦ୍ୟପାନ ମଧ୍ୟ କରୁଥିଲି । କିନ୍ତୁ ଏତେ ସବୁ ପରେ ମୋ ସ୍ତ୍ରୀ ଏବଂ ପିଲା ମୋ ଉପରେ ବହୁତ ଭରସା ରଖିଥିଲେ ।

ମୁଁ ଚାହୁଁ ନଥିଲେ ମୋ ପିଲା ମୋତେ ଲୁଜର ଭାବନ୍ତୁ ସେଥିପାଇଁ ମୋତେ କୌଣସି ଭଲ କାମ କରୁଥିବାର ଦେଖନ୍ତୁ ସେମାନେ । ମୁଁ ତାଙ୍କ ପାଇଁ ଉଦାହରଣ ହେବାକୁ ଚାହିଁଥିଲି, ଯାହାକି ମୁଁ ଏବଂ ସ୍ତ୍ରୀ ପାଇଁ ନିହାତି ଜରୁରୀ ଥିଲା । ଏହା କହି ସେ ବହୁତ ଭାବବିହ୍ୱଳ ହୋଇଯିବା ସହ ତାଙ୍କ ଆଖିରୁ ଲୁହର ଧାର ବୋହି ଆସିଥିଲା ।
ବବି କହିଥିଲେ ଯେବେ ପ୍ରଥମରୁ ସଲମାନ ଖାନଙ୍କ ଖରାପ ସମୟ ଚାଲୁଥିଲା, ସେତେବେଳେ ସନି ଦେୱଲ ଏବଂ ସଞ୍ଜୟ ଦତ୍ତ ତାଙ୍କର ବହୁତ ସାହାର୍ଯ୍ୟ କରିଥିଲେ । ଯେତେବେଳେ ମୋ ସମୟ ଖରାପ ଚାଲିଥିଲା ମୁଁ ସଲମାନଙ୍କ ସାହାର୍ଯ୍ୟ ଲୋଡିଥିଲି । କିଛି ଦିନ ପରେ ସଲମାନ ତରଫରୁ ଫୋନ ଆସିଲା ଏବଂ ପ୍ରଶ୍ନ ଥିଲା ସାର୍ଟ ଖୋଲିବ ? ଏହା ପରେ ମୁଁ ମୋ ବଡି ପ୍ରସ୍ତୁତ କରିବାରେ ଲାଗିପଡିଲି ଏବଂ “ରେସ ୩ ” ପାଇଁ ସାଇନ କଲି ।


Share It

Comments are closed.