ଶିଶୁ କନ୍ୟା ଧର୍ଷଣକାରୀଙ୍କୁ ମୃତ୍ୟୁଦଣ୍ଡ
[vc_row][vc_column][vc_column_text]ଦିନକୁ ଦିନକୁ ଭାରତ ସମେତ ସମଗ୍ର ଦିଶ୍ୱରେ ଥିବା ତରୁଣ ଏବଂ ତରୁଣୀଙ୍କ ଠାରୁ ଆରମ୍ଭ କରି ଶିଶୁ କନ୍ୟା ପର୍ଯ୍ୟନ୍ତ ଅଧିକାଂଶ ବଳକ୍ରାର ହେଉଥିବା ଘଟଣାମାନ ସାମନ୍ନାକୁ ଆସୁଥିବା ବେଳେ ଅନ୍ୟ କେତେ ଘଟଣାମାନ ସର୍ବସମତି ହୋଇପାରୁ ନାହିଁ । ଏହାକୁ ନିୟନ୍ତ୍ରଣ କରିବା ଭାରତରେ କେତେକ ରାଜ୍ୟ ଗୁଡିକ ବର୍ତ୍ତମାନ ଅଣ୍ଟା ଭିଡିଛନ୍ତି । ଏହି ଘଟଣା ପାଇଁ କଠୋର ଦଣ୍ଡା ବିଧାନ କରାଯାଇଛି, ଯେଉଁଥିରେ ବଳକ୍ରାର କରିଥିବା ବଳକ୍ରାରି ଆସାମୀ ପାଇଁ କଠୋର ଦଣ୍ଡ ବିଧାନ ରଖାଯାଇଛି ।[/vc_column_text][vc_single_image image=”624″ img_size=”full”][/vc_column][/vc_row][vc_row][vc_column][vc_column_text]ହରିୟାଣାରେ ଏବେ ୧୨ ବର୍ଷର କମ ଶିଶୁଙ୍କୁ ବଲାକ୍ରାର କଲେ ଏଣିକି ମିଳିବ ମୃତ୍ୟୁଦଣ୍ଡ । ଦଣ୍ଡସ୍ୱରୁପ ମୃତ୍ୟୁ ପର୍ଯ୍ୟନ୍ତ ଫାଶୀଖୁଣ୍ଟିରେ ଝୁଲିବେ ବଳକ୍ରାରୀ । ଏ ସଂପର୍କିତ ଏକ ବିଲ ଗୁରୁବାର ରାଜ୍ୟ ବିଧାନସଭାରେ ସର୍ବସମ୍ମତିକ୍ରମେ ଗୃହୀତ ହୋଇଛି । ମଧ୍ୟପ୍ରଦେଶ, ରାଜସ୍ଥାନ ପରେ ଏହି କଠୋର ନୀତି ଆପଣାଇଥିବା ତୃତୀୟ ରାଜ୍ୟ ହେଉଛି ହରିୟାଣା । ବଳକ୍ରାରୀଙ୍କୁ ଚରମ ଶାସ୍ତି ସଦୃଶ ଫାଶୀଖୁଣ୍ଟିରେ ଝୁଲାଇବା ସକାଶେ ମଧ୍ୟପ୍ରଦେଶ ଓ ରାଜସ୍ଥାନ ବିଧାନସଭାରେ ସ୍ୱତନ୍ତ୍ର ବିଧେୟକ ଗୃହୀତ ହୋଇସାରିଛି । ସଦ୍ୟ ହରିୟାଣା ବିଧାନସଭାରେ ମଧ୍ୟ ଏଭଳି ଏକ ବିଲ ଗୃହୀତ ହୋଇଛି । ରାଜ୍ୟ ବିଧାନସଭା ବଜେଟ ଅଧିବେଶନ ସଂସାଦୀୟ ବ୍ୟାପାର ମନ୍ତ୍ରୀ ରାମବିଳାସ ଶର୍ମା ଆପରାଧିକ ଆଇନ ( ହରିୟାଣା ସଂଶୋଧନ ) ବିଲ -୨୦୧୮କୁ ଉପସ୍ଥାପନା କରିଥିଲେ । ଏହାକୁ ଶାସକ ଭାଜପାର ସମସ୍ତ ସଦସ୍ୟଙ୍କ ସମେତ ଆଇଏନଏଲଡି ଏବଂ କଂଗ୍ରେସ ବିଧାୟକ ମଧ୍ୟ ସମର୍ଥନ କରିଥିଲେ ।[/vc_column_text][/vc_column][/vc_row]
Comments are closed.