ଆଲୋକ ନାଥଙ୍କ ବିରୋଧରେ ମାମଲା ରୁଜୁ କଲା ମୁମ୍ବାଇ ପୋଲିସ


‘ମି ଠୁ’ ଅଭିଯାନରେ ଫସିଥିବା ଅଭିନେତା ଆଲୋକ ନାଥଙ୍କ ବିରୋଧରେ ‘ଓସିୱାରା’ ପୋଲିସ ପକ୍ଷରୁ ଏକ ମାମଲା ରୁଜୁ କରାଯାଇଛି । ମୁମ୍ବାଇ ପୋଲିସର ଅତିରିକ୍ତ ପୋଲିସ କମିସନରଙ୍କ କହିବା ମୁତାବକ, “ଓସିୱାରା ପୋଲିସ ତାଙ୍କ ବିରୋଧରେ ଆଇପିଏସ ଧାରା ୩୭୬ ଅନୁଯାୟୀ ଏକ ମାମଲା ରୁଜୁ କରିଛି ।”
ନିର୍ଦ୍ଦେଶକ ଏବଂ ପ୍ରଯୋଜକ ବିନତା ନନ୍ଦା ତାଙ୍କ ବିରୋଧରେ ‘ମି ଠୁ’ ଅଭିଯାନ ମାଧ୍ୟମରେ ଦୁଷ୍କର୍ମ ଏବଂ ବଳକ୍ରାରର କରିଥିବାର ଅଭିଯୋଗ ଆଣିଥିଲେ । ପୋଲିସ ପକ୍ଷରୁ ମାମଲା ରୁଜୁ କରିବା ପୂର୍ବରୁ ସିଂଟା (ସିନେ ଏଣ୍ଡ ଟିଭି ଆକ୍ଟରେସ ଆସୋସିଏସନ) ମଧ୍ୟ ତାଙ୍କ ବରୋଧରେ ଦୃଢ କାର୍ଯ୍ୟନୁଷ୍ଠାନ ଗ୍ରହଣ କରି ସାରିଛି । ଦୃଢ କାର୍ଯ୍ୟନୁଷ୍ଠାନ ସୂରୁପ ତାଙ୍କୁ ଆସୋସିଏସନରୁ ବହିୁଷ୍କାର ମଧ୍ୟ କରାଇଦିଆଯାଇଛି । ଆଲୋକଙ୍କ ବିରୋଧରେ ଯୌନ ଉତ୍ପିଡନ ଏବଂ ଦୁଷ୍କର୍ମ ଭଳି ଅନେକ ସଂଙ୍ଗୀନ ଅଭିଯୋଗକୁ ଆଖିରେ ରଖି ଆସୋସିଏନ ପକ୍ଷରୁ ଏହି ନିଷ୍ପତି ନିଆଯାଇଛି ବୋଲି ଆସୋସିଏନ ଜଣେ ବରିଷ୍ଠ କର୍ତ୍ତୃପକ୍ଷ ଏହି ସୂଚନା ଦେଇଛନ୍ତି ।
ପ୍ରକାଶ ଥାଉକି ବିନତା ନନ୍ଦା ଆଲୋକଙ୍କ ବିରୋଧରେ ଦୁଷ୍କର୍ମ ଏବଂ ବଳକ୍ରାରର ଅଭିଯୋଗ ଆଣିଥିଲେ । ସେ କହିଥିଲେ ଯେ, “ଏକ ପାର୍ଟିରେ ଯୋଗ ଦେବା ପାଇଁ ମୁଁ ଆଲୋକ ନାଥଙ୍କ ଘରକୁ ଯାଇଥିଲେ କିନ୍ତୁ ସେହି ସମୟରେ ଆଲୋକ ନାଥ ମୋତେ କୋଲ୍ଡ ଡ୍ରିନˆସରେ ନିଶା ଔଷଧ ମଶାଇ ମୋତେ ଅଚେତ କରିଦେଇଥିଲେ । ଏବଂ ସେ ଏହାର ସୁଯୋଗ ଉଠାଇବାକୁ ମୋ ସହ ଦୁଷ୍କର୍ମ କରିଥିଲେ । ”


Share It

Comments are closed.