ଦୁନିଆର ସବୁଠାରୁ ବିସ୍ମୟକର ଟ୍ରେନ, ଯାହାକି ଟ୍ରେନ ଟ୍ରାକରେ ଚାଲିବା ବଦଳରେ ରାସ୍ତାରେ ଚାଲିଥାଏ


ଆପଣ ଏଭଳି ଏକ ଟ୍ରେନ ଦେଖିଛନ୍ତି କି, ଯାହାକି ଟ୍ରେନ ଲାଇନରେ ଦୈଡିବା ବଦଳରେ ରାସ୍ତାରେ ଚାଲିଥାଏ । ଆଜ୍ଞା ହିଁ ଏହା ସତ ଅଟେ । ଦୁନିଆରେ ଏଭଳି ଏକ ଟ୍ରେନ ଅଛି, ଯାହାକି ଟ୍ରେନ ଲାଇନରେ ଚାଲିବା ବଦଳରେ ରାସ୍ତାରେ ମଧ୍ୟ ଚାଲିପାରିବ । କାରଣ ଏଭଳି ଏକ ଅଭୁତପୂର୍ଣ୍ଣ କାରନାମା କରି ଦେଖେଇଛି ଚୀନ ।
ଚୀନ ଏଭଳି ଏକ ଟ୍ରେନର ଆବିଷ୍କାର କରିଛି ଯାହା ବିଷୟରେ ଆପଣ ଜାଣିଲେ ଆଶ୍ଚର୍ଯ୍ୟଚକିତ ହୋଇଯିବେ । ଏହି ଟ୍ରେନକୁ ଚଳାଇବା ପାଇଁ ରାସ୍ତା ଭିତରେ ସେନସର ଖଞ୍ଜା ଜାଇଛି । ଏହି ସେନସର ଦ୍ୱାରା ହିଁ ଟ୍ରେନ ଆପେ ଆପେ ଚାଲି ପାରିବ ।

ଏହି ଟ୍ରେନରେ ଏକା ଥରରେ ୩୦୦ ଜଣ ଯାତ୍ରୀ ଯାତ୍ରା କରିପାରବେ । ଏହି ଟ୍ରେନଟି ୦ରୁ ଆରମ୍ଭ ୭୦ କି.ମି ବେଗରେ ଦୈଡିବା ପାଇଁ ସକ୍ଷମ ଥିବାବେଳେ ଏହାକୁ ବସ ଏବଂ ଟ୍ରାମର ନକଲ ରୂପେ ପ୍ରସ୍ତୁତ କରାଯାଇଛି । କେବଳ ଏତିକି ନୁହେଁ ଟ୍ରେନଟିକୁ ୧୦ ମିନିଟ ଚାର୍ଜ କରିବା ଦ୍ୱାରା ଏହା ୨୫ କି.ମି ପର୍ଯ୍ୟନ୍ତ ଯାତ୍ରା କରିପାରିବ ।
ଏଥିରେ ବସ ଅପେକ୍ଷା ଅଧିକ ଯାତ୍ରୀ ପରିବହନ କରିପାରିବେ କାରଣ ଏଥିରେ ଅନେକ ବଗି ରହିଛି । କେବଳ ଏତିକି ନୁହେଁ ଟ୍ରେନ ଭଳି ଯାତ୍ରୀମାନେ ଏଠାରେ ଗୋଟେ ବଗିରୁ ଅନ୍ୟ ବଗିକୁ ମଧ୍ୟ ଯାଇପାରିବେ ।


Share It

Comments are closed.