ଏସପି ଏବଂ ବିଏସପି ମଧ୍ୟରେ ଚୂଡାନ୍ତ ହେଲା ଆସନ ବୁଝାମଣା


ଲୋକସଭା ନିର୍ବାଚନ ୨୦୧୯ କୁ ନେଇ ସମାଜବାଦୀ ପାର୍ଟି ଏବଂ ବିଏସପି ମଧ୍ୟରେ ଆସନ ବୁଝାମଣା ହୋଇଛି । ଆସନ ବୁଝାମୁଣା ଅନୁଯାୟୀ ସାମଜବାଦୀ ପାର୍ଟି ୩୭ଟି ଲୋକସଭା ନିର୍ବାଚନ ଆସନ ଏବଂ ବହୁଜନ ସମାଜପାର୍ଟି ପାର୍ଟି ୩୮ଟି ଆସନରୁ ନିର୍ବାଚନ ଲଢିବେ ବୋଲି ବୁଝାମଣା ନିଷ୍ପତି ନିଆଯାଇଛି । ବର୍ତ୍ତମାନ ଆସନକୁ ନେଇ ଉଭୟ ଦଳଙ୍କ ମଧ୍ୟରେ ଶେଷ ନିଷ୍ପତି ନିଆଯାଇ ସାରିଛି ।
ପ୍ରକାଶ ଥାଉକି ଆଗାମୀ ଲୋକସଭା ନିର୍ବାଚନକୁ ଆଖି ଆଗରେ ରଖି ଚଳିତ ବର୍ଷ ଆରମ୍ଭରୁ ବିଏପି ଏବଂ ଏସପି ମଧ୍ୟରେ ମହାମେଣ୍ଟ ହେବ ବୋଲି ଉଭୟ ଦଳର ସୁପ୍ରିମୋ ଘୋଷଣା କରିଥିଲେ । ପୂର୍ବରୁ ଉଭୟ ୩୮-୩୮ ଆସନରୁ ଲୋକସଭା ନିର୍ବାଚନ ଲଢିବେ ବୋଲି ଘୋଷଣା କରୁଥିବାବେଳେ ବର୍ତ୍ତମାନ ଏହା ୩୭-୩୮କୁ ଖସି ଆସିଛି ।


Share It

Comments are closed.