ସହିଦ ଯବାନଙ୍କ ସ୍ମୃତି ବହନ କରିବ ‘ନ୍ୟାସନାଲ ୱାର ମେମୋରିଆଲ’


୬୦ ବର୍ଷ ପରେ ଶେଷରେ ପୁଣିଥରେ ସେହି ଦିନି ଆସିଯାଇଛି, ଯେଉଁ ସମୟରେ ସାରା ଦେଶ ‘ନ୍ୟାସନାଲ ୱାର ମେମୋରିଆଲ’ ରୂପରେ ସହିଦଙ୍କୁ ପ୍ରଥମ ଥର ପାଇଁ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିବେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ସନ୍ଧ୍ୟାରେ ଏହାକୁ ଉଦଘାଟନ କରିବାକୁ ଯାଉଥିବାବେଳେ ଏହା ଇଣ୍ଡିଆ ଗେଟ ନିକଟସ୍ଥ ୪୦ ଏକର ଜମିରେ ପ୍ରସ୍ତୁତ ହୋଇଛି ।
ଏହି ସ୍ମାରକ ସେହି ଯବାନଙ୍କ ପ୍ରତି ସମ୍ମାନର ସୂଚକ ହେବ ଯେଉଁମାନେ ଦେଶ ପାଇଁ ନିଜ ଜୀବନ ଉତ୍ସର୍ଗ କରିଛନ୍ତି ।
ତେବେ ମିଳିଥିବା ସୂଚନା ମୁତାବକ ଆଜିର ଏହି ଉଦଘାଟନ କାର୍ଯ୍ୟକ୍ରମ ସେନାର ପରମ୍ପରା ଅନୁଯାୟୀ ଆୟୋଜିତ ହେବ । ଏହି ମେମୋରିଆଲ, ଦେଶ ପାଇଁ ସହିଦ ହୋଇଥିବା ୨୯, ୯୪୨ ଯବାନଙ୍କ ସ୍ମୃତିରେ ନିର୍ମାଣ କରାଯାଇଛି ।
ଗତ କାଲି ଏଠାରେ ଭାରତର ହଜାର ହଜାର ସୈନ୍ୟ ସହିଦଙ୍କୁ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଥିଲେ । ଏହା ସହ ଏହି ମେମୋରିଆଲରେ ସହିଦ ହୋଇଥିବା ଉକ୍ତ ୨୯, ୯୪୨ ଯବାନଙ୍କ ନାମ ମଧ୍ୟ ଲେଖାଯାଇଛି ।
ପ୍ରକାଶ ଥାଉକି ସହିଦଙ୍କ ପାଇଁ ସ୍ମାରକ ଏବଂ ସଂଗ୍ରାହଳୟ ନିର୍ମାଣ କରିବା ନିଷ୍ପତି ୧୯୬୮ ମେ’ରେ ନିଆଯାଇଥିଲା । ଯାହାକି ବର୍ତ୍ତମାନ ପୂରଣ ହୋଇଛି ।


Share It

Comments are closed.