ଚାରି ଦିନ ଯାଏଁ ଚାଲିଲା ଲୁଚାଲୁଚି ଖେଳ, ୧ ଘଣ୍ଟା ଭିତରେ ଇସ୍ତଫା ଦେଲେ ଫଡନାୱିସ ଏବଂ ଅଜିତ


ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବୀସ ନିଜ ପଦରୁ ଇସ୍ତଫା ଦେଇଛନ୍ତି । ଏକ ସାମ୍ବାଦିକ ସମ୍ମିଳନୀରେ ସେ ନିଜର ଇସ୍ତଫା ଘୋଷଣା କରିଛନ୍ତି । ଏହି ଅବସରରେ ସେ କହିଛନ୍ତି ଯେ ଏନସିପି ବିଧାୟକ ଦଳ ନେତାଭାବେ ଅଜିତ ପାଓ୍ଵାର ସମସ୍ତ ଏନସିପି ବିଧାୟକଙ୍କ ସମର୍ଥନ ଆମକୁ ଦେଇଥିଲେ । ତାଙ୍କ ସମର୍ଥନ ଭିତ୍ତିରେ ଆମେ ସରକାର ଗଠନ କରିଥିଲୁ । କିନ୍ତୁ କିଛି ସମୟ ପୂର୍ବେ ଅଜିତ ଇସ୍ତଫା ଦେବା ପରେ ଆମ ପାଖରେ ଆବଶ୍ୟକ ସଂଖ୍ୟା ନଥିଲା । ଏଣୁ କିଛି ସମୟ ପରେ ରାଜ୍ୟପାଳଙ୍କୁ ଭେଟି ଇସ୍ତଫା ଦେବେ ବୋଲି ସେ ଘୋଷଣା କରିଛନ୍ତି ।

ସେ କହିଛନ୍ତି ଯେ କେବଳ ବିଜେପିକୁ କ୍ଷମତାରୁ ଦୂରେଇ ରଖିବାକୁ ତିନି ପରସ୍ପର ବିପରୀତ ଚିନ୍ତାଧାରା ରଖୁଥିବା ଦଳ ଶିବସେନା, କଂଗ୍ରେସ ଓ ଏନସିପି ହାତ ମିଳାଇଛନ୍ତି । ଯେପରି ଗୋଟିଏ ଅଟୋରିକ୍ସାରେ ୩ଟି ଚକ ଥାଏ ଓ ସବୁ ଚକ ସମାନ ବେଗରେ ଚାଲିଲେ ହିଁ ଏହା ଚାଲିବ । କିନ୍ତୁ ପରସ୍ପର ବିରୋଧୀ ଚିନ୍ତାଧାରା ଥିବା ୩ଟି ଦଳ ବେଶିଦିନ ଚାଲିପାରିବେ ନାହିଁ । ମହାରାଷ୍ଟ୍ର ଜନତା ବିଜେପି-ଶିବସେନାକୁ ଜନାଦେଶ ଦେଇଥିଲେ । କିନ୍ତୁ ଶିବସେନା ଅଢେଇ ବର୍ଷର ମୁଖ୍ୟମନ୍ତ୍ରୀ ପଦ ଦାବି କରି ମେଣ୍ଟ ଭାଙ୍ଗି ଥିଲା ଓ ବିରୋଧୀ ପକ୍ଷଙ୍କ ସହ ହାତ ମିଳାଇଥିଲା ।


Share It

Comments are closed.