ଏହିସବୁ କାରଣ ପାଇଁ ଅଣ୍ଡା ଆପଣଙ୍କ କେଶ ପାଇଁ ହୋଇଥାଏ ଲାଭଦାୟକ


ବଢ଼ୁଥିବା ପ୍ରଦୂଷଣ କେବଳ ବାତାବରଣକୁ ନୁହେଁ ବରଂ ଏହା ଆମ ତ୍ୱଚା ଓ କେଶ ଉପରେ ମଧ୍ୟ ଖରାପ ପ୍ରଭାବ ପକାଇଥାଏ । ବର୍ତ୍ତମାନ ସମୟରେ ଝଡ଼ୁଥିବା କେଶକୁ ନେଇ ଅନେକ ଚିନ୍ତିତ । ଅନେକ ଏହି ସମସ୍ୟାରୁ ମୁକ୍ତି ପାଇବା ପାଇଁ ଅଣ୍ଡାର ମାସ୍କ ବ୍ୟବହାର କରୁଥିବାର ଆମେ ଦେଖିଥାଉ । କାରଣ ଅଣ୍ଡା ଆପଣଙ୍କ କେଶ ପାଇଁ କୌଣସି ଚମତ୍କାରରୁ କମ ନୁହେଁ ।

ଆମ କେଶ ପାଖାପାଖି ୭୦% କେରାଟିନକୁ ନେଇ ଗଠିତ, ଯାହା ଏକ ପ୍ରକାର ପ୍ରୋଟିନ । କଞ୍ଚା ଅଣ୍ଡାରେ ଏହି ପ୍ରୋଟିନ ଭରପୂର ରହିଥାଏ ଯାହା ଆମ କେଶକୁ କଣ୍ଡିସନିଙ୍ଗ କରିଥାଏ । ଅଣ୍ଡାର ଧଳାଅଂଶରେ ମାତ୍ରାଧିକ ସଲଫର ରହିଥାଏ । ଏହା କେଶକୁ ସୁସ୍ଥ ରଖିବାରେ ସାହାଯ୍ୟ କରିଥାଏ । ଅଣ୍ଡାରେ ଏଲ ଲାଇସିନ ନାମକ ଏମିନୋ ଏସିଡ ମିଳିଥାଏ । ଯାହା ସୁସ୍ଥ କେଶର ବିକାଶ ପାଇଁ ମହତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ । ଅଣ୍ଡାର କେଶର ବାୟୋଟିନର ମୁଖ୍ୟ ଉତ୍ସ ହୋଇଥାଏ । ବାୟୋଟିନ ଯୋଗୁଁ କେଶର ରୁକ୍ଷପଣ କମିଯିବା ସହ କେଶ ଝଡ଼ିବା ମଧ୍ୟ ବନ୍ଦ ହୋଇଯାଏ । ସେହିଭଳି ଅଣ୍ଡାର କେଶରରେ ଥିବା ଲ୍ୟୁଟିନ କେଶର ଗଠନରେ ସୁଧାର ଆଣିବା ସହ ରୁକ୍ଷ ଏବଂ ଝଡ଼ିଯାଇଥିବା କେଶକୁ ମଧ୍ୟ ଠିକ କରିଥାଏ ।

ଅଣ୍ଡାକୁ କେଶରେ ଲଗାଇବା ଦ୍ୱାରା କେଶର ହଜିଯାଇଥିବା ଚମକ ମଧ୍ୟ ଫେରି ଆସିଥାଏ । ଏହା କେଶରେ ପ୍ରାକୃତିକ ଚମକ ଆଣିଥାଏ । ଅଣ୍ଡାର ପ୍ରୟୋଗ କେଶ ପାଇଁ ଲାଭକାରୀ ହୋଇଥାଏ । ଯଦି ଆପଣଙ୍କ କେଶ ସମ୍ପୂର୍ଣ୍ଣ ରୂପେ ଖରାପ ହୋଇଯାଇଛି ତେବେ ଅଣ୍ଡା ଆପଣଙ୍କ କେଶର ପୁନଃନିର୍ମାଣ କରିବାରେ ସହାଯ୍ୟ କରିଥାଏ ।


Share It

Comments are closed.