ଗିରଫ ହେଲେ ବ୍ରହ୍ମୋସ ୟୁନିଟରେ କାର୍ଯ୍ୟରତ ସନ୍ଦିଗ୍ଧ ଆଇଏସଆଇ ଏଜେଣ୍ଟ


ନାଗପୁର ଠାରେ ଜଣେ ସନ୍ଦିଗ୍ଧ ଆଇଏସଆଇ ଏଜେଣ୍ଟଙ୍କୁ ଗିରଫ କରାଯାଇଛି । ନିଶାନ୍ତ ଅଗ୍ରୱାଲ ନାମକ ଏହି ବ୍ୟକ୍ତି ବ୍ରହ୍ମୋସର ନାଗପୁର ୟୁନିଟରେ କାର୍ଯ୍ୟରତ ଥିଲା । ସେ ବ୍ରହ୍ମୋସ ମିଶାଇଲ ୟୁନିଟରେ କାର୍ଯ୍ୟରତ ଥିବା ସମୟରେ ବ୍ରହ୍ମୋସ ସମ୍ବନ୍ଧୀୟ ଅନେକ ଗୁପ୍ତ ତଥ୍ୟ ପାକିସ୍ତାନ ଏବଂ ଆମେରିକା ନିକଟରେ ପହଞ୍ଚାଉଥିଲା ।
ବର୍ତ୍ତମାନ ଏହି ସନ୍ଦିଗ୍ଧକୁ ପଚାରାଉଚାର ଚାଳିଛି ଏବଂ ଏହା ପରେ ତା ସମ୍ବନ୍ଧରେ ସମସ୍ତ ତଥ୍ୟ ଖୋଳତାଡ ହେବ ବୋଲି ସୂଚନା ମିଳିଛି । ଏହା ସମତେ ସେ କାହାକୁ ଏବଂ ବ୍ରହ୍ମୋସ ୟୁନିଟର କେଉଁ ସବୁ ତଥ୍ୟ କେଉଁ ଆଡେ ହସ୍ତାନ୍ତର କରାଇଛି ତା’ର ମଧ୍ୟ ଖୋଳତାଡ ଆରମ୍ଭ ହେବ ।
ଉତ୍ତର ପ୍ରଦେଶର ଏସିଏଟ ଏବଂ ବିଏସଏଫ ଯବାନଙ୍କ ମିଳିତ ସହଯୋଗରେ ଉକ୍ତ ସନ୍ଦିଗ୍ଧ ଆଇଏସଆଇ ଏଜେଣ୍ଟକୁ ଗିରଫ କରାଯାଇଛି । ମିଳିଥିବା ସୂଚନା ମୁତାବକ ତାକୁ ଅଫିସିଆଲ ସିକ୍ରେକ୍ଟ ଆକ୍ଟ ଅଧିନରେ ଗିରଫ କରାଯାଇଛି । ସବୁଠାରୁ ମୁଖ୍ୟ କଥା ହେଲା ଯେ, ଉକ୍ତ ଯୁବକ ଜଣଙ୍କୁ ୨୦୧୭-୧୮ର ଯୁବ ବୈଜ୍ଞାନିକ ଆୱାର୍ଡ ମଧ୍ୟ ମିଳିଥିଲା ।
ମିଳିଥିବା ସୂଚନା ମୁତାବକ ରବିବାର ରାତିରୁ ହିଁ ଉକ୍ତ ଯୁବକ କାର୍ଯ୍ୟକଳାପ ଉପରେ ନଜର ରଖାଯାଇଥିଲା । ଶେଷରେ ତାକୁ ଏକ ହନି ଟ୍ରାପ ମାଧ୍ୟମରେ ଗିରଫ କରାଯାଇଥିଲା । ବ୍ରହ୍ମୋସ ଏୟାରଫୋର୍ସ ଭାରତ ଏବଂ ରୁଷର ମିଳିତ ଉପକ୍ରମ ଅଟେ ।


Share It

Comments are closed.