ସ୍ୱଚ୍ଛ ଭାରତ ଅଭିଯାନରେ ବିଜେପି ନେତାଙ୍କର ସୁସୁ


ସୋସିଆଲ ମିଡିଆରେ ବର୍ତ୍ତମାନ ରାଜସ୍ଥାନର ଜଣେ ମନ୍ତ୍ରୀଙ୍କର ଲଜ୍ଜାଜନକ ଫଟୋ ଖୁବ ଜୋରସେ ଭାଇରାଲ ହେବାରେ ଲାଗିଛି । ରାଜସ୍ଥାନ ସରକାରରେ ଥିବା ଜଣେ ମନ୍ତ୍ରୀ ଏବଂ ବିଜେପି ନେତା ସମ୍ଭୁ ସିଂହ ଖାତେସରଙ୍କ ଭାଇରାଲ ହୋଇଥିବା ଏହି ଫଟୋଟି ଗୋଟେ କାନ୍ଥ ପାଖରେ ବସିକି ପରିଶ୍ରା କରୁଥିବାର ଦେଖିବାକୁ ମିଳିଛି । ଏହି ଫଟୋକୁ ନେଇ ରାଜସ୍ଥାନ ରାଜନୀତରେ ହଇଚଇ ଖେଳିଯାଇଛି ।
କାରଣ ଉକ୍ତ ଫଟୋଟିରେ ଯେଉଁ ଜାଗାରେ ବସି ବିଜେପି ମନ୍ତ୍ରୀ ଜଣକ ପରସ୍ରା କରୁଛନ୍ତି ତା’ହ ଠିକ ସାମନାରେ ମୁଖ୍ୟମନ୍ତ୍ରୀ ବସୁନ୍ଧରା ସିଂହ ରୋଜେଙ୍କ ଫଟୋ ରହିଛି ।
ରାଜସ୍ଥାନରେ ନିର୍ବାଚନକୁ ଆଉ କିଛି ଦିନ ବାକି ରହିଯାଇଥିବାବେଳେ ବିଜେପି ନେତାଙ୍କ ଏହି ଭଇରାଲ ଫଟୋ ଦଳରେ ଭାବମୂର୍ତ୍ତିକୁ ନଷ୍ଟ ନିଶ୍ଚିତ କରୁଛି । ରାଜସ୍ଥାନରେ ଦଳର ଭାବମୂର୍ତ୍ତି ସେତେଟା ଭଳ ନଥିବାବେଳେ ଏହି ଭାଇରାଲ ଫଟୋ ନିଶ୍ଚିତ ଦଳକୁ ଅଡୁଆରେ ପକାଇପାରେ ।


Share It

Comments are closed.