ଅସହାୟ କୁକୁରକୁ ପୋଷ୍ୟ ରୂପେ ଗ୍ରହଣ କଲେ ମାଧୁରୀ

Share It

[vc_row][vc_column][vc_column_text]ବଲିଉଡର ଲୋକପ୍ରିୟ ନାୟିକା ମାଧୁରୀ ଏବଂ ତାଙ୍କ ସ୍ୱାମୀ ଶ୍ରୀରାମ ନେନେ ‘ପିପୁଲ ଫର ଏଥିକଲ ଟ୍ରିଟମେଣ୍ଟ ଅଫ ଇଣ୍ଡିଆ’ ଦ୍ୱାରା ଉଦ୍ଧାର କରାଯାଇଥିବା ଏକ କୁକୁର ଛୁଆକୁ ପୋଷ୍ୟ ରୂପେ ଗ୍ରହଣ କରିଛନ୍ତି । ଏହି କୁକୁର ଛୁଆଟିକୁ ଅସହାୟ ଋପେ ଛାଡି ଦିଆଯାଇଥିଲା । କିନ୍ତୁ ମାଧୁରୀ ତାଙ୍କ ପୁଅଙ୍କର ଜନ୍ମଦିନ ଅବସରେ ନିଜ ବଦନ୍ୟତା ଦେଖାଇ ଏହି କୁକୁରଟିକୁ ପୋଷ୍ୟ ରୂପେ ଗ୍ରହଣ କରିଛନ୍ତି ।[/vc_column_text][vc_single_image image=”7763″ img_size=”full”][vc_column_text]ମାଧୁରୀ ଏହି ଅବସରରେ କହିଛନ୍ତି ଯେ, “କୌଣସି କୁକୁର କିମ୍ବା ବିଲେଇକୁ ଅସହାୟ ଛାଡି ଦେବା କୃରତାର ପରିଚୟ ଅଟେ । କିନ୍ତୁ ମୁଁ ବହୁତ ଖୁସି ଯେ, ଆମେ ଏହି କୁକୁର ଛୁଆଟିକୁ ନୂଆ ଜୀବନ ଦେଇପାରିଛୁ । ”
ପ୍ରକାଶ ଥାଉକି, କୌଣସି ଏକ ଅସହାୟ କୁକୁରକୁ ପୋଷ୍ୟ ଋପେ ଗ୍ରହଣ କରିବା ଏହା ମାଧୁରୀଙ୍କ ପାଇଁ ପ୍ରଥମ ଘଟଣା ନୁହେଁ । ଏହା ପୂର୍ବରୁ ଅନ୍ୟ ଏକ ଅସହାୟ କୁକୁରକୁ ପୋଷ୍ୟ ରୂପେ ଗ୍ରହଣ କରିଥିଲେ, ଯାହାରକି ମୃତ୍ୟୁ ହୋଇଯାଇଥିଲା ।[/vc_column_text][/vc_column][/vc_row]


Share It

Comments are closed.