ଭାରତରେ ନିବେଶ ସମ୍ପ୍ରସାରଣ କଲା ଏମ୧୨


ମାଇକ୍ରୋସଫ୍ଟର କର୍ପୋରେଟିଭ ଭେନଚର ଫଣ୍ଡ ଏମ୧୨ ପକ୍ଷରୁ ଭାରତରେ ମାଇକ୍ରୋସଫ୍ଟର ପ୍ରସାରଣ, ବିଶେଷ ଜ୍ଞାନ ଏବଂ କୌଶଳରେ ଅତ୍ୟାଧୁନିକରଣ ଏବଂ ବୃଦ୍ଧିରେ ଉଦ୍ୟୋଗକାରୀମାନଙ୍କୁ ସାହାଯ୍ୟ କରିବା ପାଇଁ ଏହାର ନିବେଶ ସମ୍ପ୍ରସାରଣ କରିବାକୁ ଘୋଷଣା କରାଯାଇଛି । ମାଇକ୍ରୋସଫ୍ଟ ପକ୍ଷରୁ ଏମ୧୨ ସହିତ ଏହାର ଭାରତୀୟ ଷ୍ଟାର୍ଟଅପ ଇକୋସିଷ୍ଟମ ପୋର୍ଟଫୋଲିଓରେ ନିବେଶ ଆରମ୍ଭ କରାଯାଇଥିବା ବେଳେ ଇନୋଭେସରେ ଭାରତର ପ୍ରଥମ ନିବେଶ କରାଯାଇଛି ।
ଏହି ପରିପ୍ରେକ୍ଷୀରେ ମାଇକ୍ରୋସଫ୍ଟର ଏମ୧୨ର ଗ୍ଲୋବାଲ ହେଡ ଏବଂ ମାଇକ୍ରୋସଫ୍ଟର କର୍ପୋରେଟ ଉପ ସଭାପତି ନାଗରାଜ କସ୍ୟପ କହିଛନ୍ତି ଯେ, “ଭାରତରେ ଏମ୧୨ର ପ୍ରବେଶ କରାଇଥିବାରୁ ଆମ୍ଭେମାନେ ଉତ୍ସାହିତ । ଭାରତ ଉଦ୍ୟୋଗୀ କ୍ଷେତ୍ରରେ ବିଶ୍ୱର ଶ୍ରେଷ୍ଠ ଷ୍ଟାର୍ଟଅପ ଯାହା ଗ୍ଲୋବାଲ ସ୍କେଲରେ ସଫଳତା ଅଣିପାରିଛି । ଏହି ଅତ୍ୟାଧୁନିକ ଷ୍ଟାର୍ଟଅପ ସହିତ କାର୍ଯ୍ୟକରିବା ସମୟରେ ଆମ୍ଭେମାନେ ଡିଜିଟାଲ ଟ୍ରାନ୍ସଫର୍ମେସନ ପାଇଁ ବ୍ୟାଘାତ ଉଦ୍ୟୋଗ ଏବଂ ଇଣ୍ଡ୍ରଷ୍ଟିକୁ ସାହାଯ୍ୟ କରିପାରିବୁ ବୋଲି ଆମ୍ଭମାନଙ୍କର ବିଶ୍ୱାସ ରହିଛି ।” ଇନୋଭେସରର ସିଇଓ ଅଭିନବ ଶଶାଙ୍କ କହିଛନ୍ତି ଯେ, “ଶ୍ରେଷ୍ଠ ଟେକ୍ନିକାଲ ଏବଂ ବଜାରର ବିଶେଷତାକୁ କାର୍ଯ୍ୟକାରୀ କରିବା ପାଇଁ ବିଶ୍ୱରେ ସ୍ୱାସ୍ଥ୍ୟସେବା ଅନୁଷ୍ଠାନକୁ ସାହାଯ୍ୟ କରୁଥିବା ଏମ୧୨ ଏବଂ ମାଇକ୍ରୋସଫ୍ଟଙ୍କ ସହିତ କାର୍ଯ୍ୟକରୁଥିବାରୁ ଆମ୍ଭେମାନେ ଉତ୍ସାହିତ, ଯେଉଁଥିରେ ଆମେ ସେମାନଙ୍କ ସର୍ବୋତମ ଜ୍ଞାନକୌଶଳ, ଉଦ୍ୟୋଗ ଏବଂ ବଜାର ଭିତ୍ତିକ ଅନୁଭୂତିକୁ ବିଶ୍ୱବ୍ୟାପୀ ହେଲ୍ଥକେୟାର ପ୍ରତିଷ୍ଠାନମାନଙ୍କର ଆବଶ୍ୟକତାଗୁଡ଼ିକ ଜାଣିବା ନିମନ୍ତେ ସାହାଯ୍ୟ ପାଇଥାଉ ।”
ଭାରତରେ ଷ୍ଟାର୍ଟଅପ ସୁଯୋଗର ଶ୍ରେଷ୍ଠ ଉଦାହରଣ ହେଉଛି ଇନୋଭେସର । ସ୍ୱାସ୍ଥ୍ୟସେବା ସାସ ଷ୍ଟାର୍ଟଅପର ଅଫିସ ଉଭୟ ଭାରତ ଏବଂ ୟୁନାଇଟେଡ ଷ୍ଟେଟରେ ରହିଛି, ଯାହା ବ୍ୟାପକ ସ୍ୱାସ୍ଥ୍ୟସେବା ଡାଟା ପ୍ଲାଟଫର୍ମ ଏବଂ ୫୦୦ଟି ଅଞ୍ଚଳରେ ୧୦,୦୦୦ ସ୍ୱାସ୍ଥ୍ୟଯତ୍ନ ପ୍ରଦାନକାରୀଙ୍କ ଦ୍ୱାରା ପ୍ରତିଭାଶାଳୀ କେୟାର ଆପ୍ଲିକେସନ ମଡ୍ୟୁଲ ପ୍ରଦାନ କରୁଛି । ଏମ୧୨ ଅଭି ଜ୍ଞତାଯୁକ୍ତ ଭିସି ଏବଂ ମାଇକ୍ରୋସଫ୍ଟ ଭିତେରାନ, ଉତ୍ତର ଆମେରିକା, ଇଉରୋପ, ଇସ୍ରାଇଲରେ ଗ୍ରାଉଣ୍ଡ ସଦସ୍ୟଙ୍କ ସହିତ ପ୍ରସ୍ତୁତ । ବିଶ୍ୱସ୍ତରରେ, ଏମଆଇ ୧୨ ପକ୍ଷରୁ ୭୦ ଷ୍ଟାର୍ଟଅପ ସହିତ ସାଇବର ସିକ୍ୟୁରିଟି ଏବଂ କ୍ରୃତିମ ପ୍ରତିଭାରୁ ବିଜନେସ ସାସ ଏବଂ ଉଦ୍ୟୋଗ ଡ୍ରୋନରେ ନିବେଶ କରିଛି । ଯେବେକି ନିବେଶକାରୀ ଟିମ ପାରମ୍ପରିକ ଭିସି ଫାର୍ମରେ କାର୍ଯ୍ୟ କରିଥାନ୍ତି । ପୋର୍ଟଫୋଲିଏ ବିକାଶ ଏବଂ ଭେନଚର ବନ୍ଧନ ଗ୍ରୁପ ମାଇକ୍ରାସଫ୍ଟ ଏବଂ ବିଶ୍ୱରେ ବହୁ ଅତ୍ୟାଧୁନିକ ସମ୍ପ୍ରଦାୟ ମଧ୍ୟରେ ସମ୍ପର୍କକୁ ସୁଦୃଢ କରିଥାଏ । ଏହା ମାଇକ୍ରୋସଫ୍ଟର ରଣନିତୀକ ସମ୍ପତ୍ତିର ପହଞ୍ଚ ଏବଂ ଜ୍ଞାନ ଯାହା ଯୋଗକରାଯାଇଥିବା କ୍ୟାପିଟାଲର ପ୍ରବେଶ ମୂଲ୍ୟକୁ ସକ୍ଷମ କରିଥାଏ ।


Share It

Comments are closed.