ବିରାଟଙ୍କ ବଦଳରେ ଦଳରେ ସାମିଲ ହୋଇପାରନ୍ତି ଶୁଭମ


ନ୍ୟୁଜିଲାଣ୍ଡ ବିପକ୍ଷରେ ଖେଳାଯାଉଥିବା ଦିନିକିଆ ସିରିଜର ପ୍ରଥମ ମ୍ୟାଚକୁ ଭାରତ ଅତି ସହଜରେ ବିଜୟ ହାସଲ କରିନେଇଥିବାବେଳେ ବର୍ତ୍ତମାନ ଖବର ଶୁଣିବାକୁ ମିଳୁଛି ଯେ, ବିରାଟ ଏହି ସିରିଜର ଶେଷ ଦୁଇଟି ଦିନିକିଆ ଏବଂ ୩ଟି ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜ ଖେଳିନପାରନ୍ତି । ବିସିସିଆଇ ତାଙ୍କୁ ବିଶ୍ରାମ ଦେବା ପାଇଁ ଚିନ୍ତା ପ୍ରକଟ କରିଛି ।
ବିରାଟଙ୍କୁ ବିଶ୍ରାମ ଦେବାର ନିଷ୍ପତି ପରେ ବର୍ତ୍ତମାନ ବିଶେଷ ସୂତ୍ରରୁ ଏହି ଖବର ଶୁଣିବାକୁ ମିଳୁଛି ଯେ, ବିରାଟଙ୍କ ବଦଳରେ ଯୁବ ଖେଳାଳୀ ଶୁଭମ ଗିଲଙ୍କୁ ଦଳରେ ଖେଳାଯାଇପାରେ । ଯଦି ସେ ଏହି ମ୍ୟାଚ ଖେଳନ୍ତି ତେବେ, ଏହା ତାଙ୍କର ଡେଭିୟ୍ୟୁ ମ୍ୟାଚ ହେବ । ପଞ୍ଜାବର ଏହି ବିସ୍ପୋଟକ ବ୍ୟାଟ୍ସମ୍ୟାନଙ୍କୁ ପ୍ରଥମ ଥର ପାଇଁ ଭାରତୀୟ ଦଳରେ ସ୍ଥାନ ମିଳିଛି ।
ଶୁଭମ ଅଣ୍ଡର ୧୯ ବିଶ୍ୱ କପରେ ଧୂଆଁଧାର ବ୍ୟାଟିଙ୍ଗ କରି ଭାରତକୁ ଚମ୍ପିଆନ କରାଇଥିଲେ । ଶୁଭମ ଜଣେ କୌଶଳୀ ବ୍ୟାଟ୍ସମ୍ୟାନ ଅଟନ୍ତି । ଡାହାଣ ହାତୀ ଏହି ଖେଳାଳୀଙ୍କ ଖେଳ ପୂରା ବିରାଟ କୋହଲିଙ୍କ ଖେଳ ସଦୃଶ୍ୟ । ସବୁଠାରୁ ମୁଖ୍ୟ କଥା ଏହା ଯେ, ଶୁଭମ ୩ସ୍ଥାନରେ ବ୍ୟାଟିଙ୍ଗ କରନ୍ତି । ଯେଉଁଥିପାଇଁ ଚୟନ କର୍ତ୍ତୃପକ୍ଷ ତାଙ୍କ ବିରାଟଙ୍କ ସ୍ଥାନରେ ସୁଯୋଗ ଦେଇପାରନ୍ତି ।
ଶୁଭମ ଅଣ୍ଡର ୧୯ ବିଶ୍ୱ କପରେ ୫ଟି ମ୍ୟାଚରେ ୧୨୪ ହାରରେ ୩୭୨ ରନ ସଂଗ୍ରହ କରିଥିଲେ । ସେ ଏହି ଟୁର୍ଣ୍ଣାମେଣ୍ଟରେ ଗୋଟିଏ ଶତକ ଲଗାଇବା ସହ ୩ ଶତକ ହାସଲ ମଧ୍ୟ କରିଥିଲେ । ଶୁଭମ ମ୍ୟାନ ଅଫ ଟି ଟୁର୍ଣ୍ଣାମେଣ୍ଟ ମଧ୍ୟ ଚୟନ କରାଯାଇଥିଲା । ଶୁଭମଙ୍କ ପାଖରେ ନ୍ୟୁଜିଲାଣ୍ଡରେ ଖେଳିବାର ଅନୁଭବ ମଧ୍ୟ ରହିଛି ।


Share It

Comments are closed.