ପାକିସ୍ତାନରେ ଆତ୍ମଘାତି ବୋମା ବିସ୍ପୋରଣ, ୫ ମୃତ ୨୪ ଗୁରୁତର


ପାକିସ୍ତାନର ଲାହୋରସ୍ଥିତ ଏକ ଧାର୍ମିକସ୍ଥଳୀ ‘ଦତ୍ତା ଦରବାର’ଠାରେ ବୋମା ବିସ୍ପୋରଣ ହୋଇଛି । ଏହି ବୋମା ବିସ୍ପୋରଣରେ ଘଟଣାସ୍ଥଳୀରେ ଉପସ୍ଥିତ ଥିବା ୫ ଜଣ ଲୋକଙ୍କର ମୃତ୍ୟୁ ଘଟିଥିବାବେଳେ ଅନେକ ଗୁରୁତର ଆହତ ମଧ୍ୟ ହୋଇଛନ୍ତି । ଏହି ବିସ୍ପୋରଣଟି ମସଜିଦର ୨ ନଂ ଗେଟ ପାଖରେ ଥିବା ଏକ କାର ନିକଟରେ ହୋଇଥିଲା ।
ବର୍ତ୍ତମାନ ପର୍ଯ୍ୟନ୍ତ ଏହି ବିସ୍ପୋରଣ କିଏ କରିଛି ତାହା ଜଣା ପଡିନଥିବାବେଳେ ପୋଲିସ ପକ୍ଷରୁ ଦିଆଯାଇଥିବା ସୂଚନା ମୁତାବକ ଏହା ଏକ ଆତ୍ମଘାତି ବିସ୍ପୋରଣ ଅଟେ । ଏହି ବିସ୍ପୋରଣରେ ମୃତକଙ୍କ ମଧ୍ୟରେ ତିନି ଜଣ ‘ଏଲିଟ ଫୋର୍ସ’ର ଅଧିକାରୀ ମୃତ୍ୟୁବରଣ କରିଛନ୍ତି । ଏହା ସହ ଜଣେ ସୁରକ୍ଷାକର୍ମୀ ଏବଂ ସାଧାରଣ ନାଗରିକ ମଧ୍ୟ ଏଇ ବିସ୍ପୋରଣରେ ମୃତ୍ୟୁବରଣ କରିଛନ୍ତି ।
ଏଇ ଘଟଣାକୁ ନେଇ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଏହାକୁ କଡା ନିନ୍ଦା କରିଥିବାବେଳେ ଦୋଷୀଙ୍କ ବିରୋଧରେ ଦୃଢ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ ବୋଲି ଘୋଷଣା କରିଛନ୍ତି ।


Share It

Comments are closed.