ନିଜ ନଖରାମି ପାଇଁ ଫିଲ୍ମରୁ ଆଉଟ ହେଲେ କ୍ରିତି


ବଲିଉଡ ଅଭିନେତ୍ରୀ କ୍ରିତି ଖରବନ୍ଦା ନିଜ ଅଭିନୟକୁ ନେଇ ସର୍ବଦା ଚର୍ଚ୍ଚାରେ ରହୁଥିବାବେଳେ ଅନ୍ୟପଟେ ନିକଟରେ ରିଲିଜ ହୋଇଥିବା ତାଙ୍କର ହିଟ ଫିଲ୍ମ ହାଉସଫୁଲର ସଫଳତାକୁ ନେଇ ସେ ବହୁତ ଖୁସି ଥିବାର ମଧ୍ୟ ଦେଖିବାକୁ ମିଳିଛି । ଗୋଟିଏ ପରେ ଗୋଟିଏ ପ୍ରଡକ୍ସନ ହାଉସ ତାଙ୍କୁ ନିଜର ଆଗାମୀ ଫିଲ୍ମର ହିରୋଇନ ପାଇଁ ଅଫର କରୁଥିବାବେଳେ ତେବେ ଏହି ଖୁସି ତାଙ୍କ ପାଇଁ ବର୍ତ୍ତମାନ କାଳ ସାଜିଛି । ସେ ନିଜର ଏହି ସଫଳତାକୁ ଦେଖି ଏତେ ଖୁସି ହୋଇଯାଇଥିଲେ ଯେ, ନିଜର କାମ ପ୍ରତି ମଧ୍ୟ ଧ୍ୟାନ ଦେବାକୁ ଭଳି ଯାଇଥିଲେ । ଯାହା ଫଳରେ ତାଙ୍କୁ ଏଥିପାଇଁ ବହୁମୂଲ୍ୟ ଦେବାକୁ ପଡିଛି ।
ଘଟଣାଟି ଏହା ଯେ, ଅମିତାଭ ବଚ୍ଚନ ଏବଂ ଇମ୍ରାନ ହାସମିଙ୍କ ସହ କ୍ରିତି ତାଙ୍କର ଆଗାମୀ ଫିଲ୍ମ ‘ଚେହରେ’ରେ ନଜର ଆସିଥାନ୍ତେ କିନ୍ତୁ କ୍ରିତିଙ୍କର ମନମୁଖୀ ଏବଂ ଆତ୍ମଗର୍ବ ଯୋଗୁଁ ସେ ଏହି ଫିଲ୍ମରୁ ବାଦ ପଡିଛନ୍ତି । ଫିଲ୍ମ ‘ଚେହରେ’ର ସୁଟିଙ୍ଗ ସମୟରେ କ୍ରିତି ଅନେକ ନଖରାମି ଦେଖାଇଥିଲେ ଏବଂ ପ୍ରଡକ୍ଟନ ହାଉସକୁ ବିଲକୁଲ ସହଯୋଗ କରୁ ନଥିଲେ । କେବଳ ଏତିକି ନୁହେଁ ସହଯୋଗ କରିବା ତ ଦୂରର କଥା ଓଲଟା ସୁଟିଙ୍ଗରେ ଆହୁରୀ ଅବ୍ୟବସ୍ଥା ସୃଷ୍ଟି କରୁଥିଲେ । କ୍ରିତିଙ୍କର ଏହି ନଖରାମିରୁ ଅତିଷ୍ଟ ହୋଇ ଫିଲ୍ମ ନିର୍ମାତା ତାଙ୍କୁ ଏଥିରୁ ଆଉଟ କରିଛନ୍ତି । ବର୍ତ୍ତମାନ ଏହି ଫିଲ୍ମ ପାଇଁ ଜଣେ ନୂଆ ଅଭିନେତ୍ରୀଙ୍କୁ ଖୋଜା ଚାଲିଛି ଏବଂ କ୍ରିତିଙ୍କ ପରେ ଏଥିରେ କିଏ ନୂଆ ଅଭିନେତ୍ରୀ ତାହା ବର୍ତ୍ତମାନ ସମସ୍ତଙ୍କ ନଜର । ମିଳିଥିବା ସୂଚନା ମୁତାବକ ଫିଲ୍ମଟି ୨୦୨୦ରେ ରିଲିଜ ହେବ ।


Share It

Comments are closed.