ବିଜେପି-ଶିବସେନା ବିବାଦକୁ ନେଇ ମୁହଁ ଖୋଲିଲେ ମୋହନ ଭାଗବତ


ଆରଏସଏସ ପ୍ରମୁଖ ମୋହନ ଭାଗବତ ଇଙ୍ଗିତ-ଇଙ୍ଗିତରେ ମହାରାଷ୍ଟ୍ର ରାଜନୀତିକୁ ନେଇ ବଡ ବୟାନ ଦେଇଛନ୍ତି । ସେ ଏକ କାର୍ଯ୍ୟକ୍ରମରେ କହିଛନ୍ତି ଯେ, “ସ୍ୱାର୍ଥ ଯୋଗୁଁ ସମସ୍ତଙ୍କର କ୍ଷତି ହୋଇଥାଏ, ଏହା ସମସ୍ତଙ୍କୁ ଜଣାଥାଇ ମଧ୍ୟ କେହି ଏହାକୁ ପରିତ୍ୟାଗ କରନ୍ତି ନାହିଁ । ପରସ୍ପର ସହ ଲଢିଲେ ଉଭୟଙ୍କ କ୍ଷତି ହୋଇଥାଏ ।”

ନାଗପୁରରେ ସଙ୍ଘ ପ୍ରମୁଖ କହିଛନ୍ତି ଯେ, “ସମସ୍ତେ ଜାଣିଛନ୍ତି ଯେ, ପ୍ରକୃତିକୁ ନଷ୍ଟ କଲେ ଆମେ ନିଜେ ନଷ୍ଟ ହୋଇଯିବୁ । କିନ୍ତୁ ଏହା ସତ୍ତେ୍ୱ ମଧ୍ୟ ସମସ୍ତେ ଏହାକୁ ନଷ୍ଟ କରିବାରେ ଲାଗି ପଡିଛନ୍ତି । ସେହିଭଳି ସମସ୍ତେ ଜାଣିଛନ୍ତି ଯେ, ପରସ୍ପର ସହ ଝଗଡା ହେଲେ ଦୁହେଁଙ୍କୁ କ୍ଷତି ପହଞ୍ଚିଥାଏ କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ ଏହାର କେହି ସମାଧାନ ମଧ୍ୟ କରୁ ନାହାନ୍ତି ।”
ସେ ଆଗକୁ ଆହୁରୀ ମଧ୍ୟ କହିଛନ୍ତି ଯେ, “ସବୁ ଜାଣିଛନ୍ତି ସ୍ୱାର୍ଥ ବହୁତ ଖରାପ ଅଟେ କିନ୍ତୁ ସ୍ୱାର୍ଥକୁ ବହୁତ କମ ଲୋକ ଛାଡିପାରନ୍ତି । ଦେଶର ଉଦାହରଣ ନିଅନ୍ତୁ କିମ୍ବା କୌଣସି ବ୍ୟକ୍ତିଙ୍କର ।”


Share It

Comments are closed.