କ୍ରିକେଟରୁ ସନ୍ୟାସକୁ ନେଇ ୟୁଟର୍ଣ୍ଣ ନେଲେ ମାଲିଙ୍ଗା, କହିଲେ ଆହୁରୀ ଦୁଇ ବର୍ଷ ଖେଳିବାକୁ ଇଚ୍ଛା


ଶ୍ରୀଲଙ୍କା ଟି-୨୦ କ୍ରିକେଟ ଦଳର ଅଧିନାୟକ ଲସିତ ମାଲିଙ୍ଗା ନିଜ ସନ୍ୟାସକୁ ନେଇ ବର୍ତ୍ତମାନ ୟୁଟର୍ଣ୍ଣ ନେଇଛନ୍ତି । ଆଗାମୀ ବର୍ଷ ଅଷ୍ଟ୍ରେଲିଆରେ ଖେଳାଯିବାକୁ ଥିବା ଟି-୨୦ ସିରିଜ ପରେ ମାଲିଙ୍ଗା ଟି-୨୦ ଆନ୍ତର୍ଜାତିକ କ୍ରିକେଟକୁ ଅଲବିଦା କହିବେ ବୋଲି ପୂର୍ବରୁ ଘୋଷଣା କରି ସାରିଥିବାବେଳେ ବର୍ତ୍ତମାନ ସେ ଏଥିରୁ ଓହରି ଯାଇଛନ୍ତି ।
ମାଲିଙ୍ଗା ଏହି ସଂପର୍କରେ ନିଜ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, “ସେ ଆହୁରୀ ଦୁଇ ବର୍ଷ ଖେଳିପାରିବେ । ଏବଂ ଟି-୨୦ରେ ବୋଲରଂଙ୍କୁ ୪ ଓଭର ପକାଇବାକୁ ପଡିଥାଏ ସେଥିପାଇଁ ମୋତେ ଲାଗୁଛି ଯେ, ମୁଁ ଏଥିରେ ଖେଳିପାରିବି । ଅଧିନାୟକ ରୂପେ ମୁଁ ଅନେକ ଗୁଡିଏ ଟି-୨୦ ମ୍ୟାଚ ଖେଳିସାରିଛି ସେଥିପାଇଁ ମୋତେ ଲାଗୁଛି ମୁଁ ଆହୁରୀ ଦୁଇ ବର୍ଷ ପର୍ଯ୍ୟନ୍ତ ଟି-୨୦ ମ୍ୟାଚ ଖେଳିପାରିବି । ”
ସେ ଆହୁରୀ ମଧ୍ୟ କହିଛନ୍ତି ଯେ, “ଆଗାମୀ ଟି-୨୦ ବିଶ୍ୱକପରେ ମୁଁ ଦଳର ଅଧିନାୟକ ରହିବେ କି ନାହିଁ ସେହି ଘୋଷଣାର ଅପେକ୍ଷା କରିଛି ।”


Share It

Comments are closed.