ବଲିଉଡର ଏହି ବିବାହିତ ଅଭିନେତ୍ରୀଙ୍କୁ ମନେମନେ ପ୍ରେମ କରୁଛନ୍ତି ରାହୁଲ


ଭାରତୀୟ କ୍ରିକେଟ ଦଳର ଯୁବ ଖେଳାଳୀ କେ.ଏଲ ରାହୁଲ ବର୍ତ୍ତମାନ ଦଳର ଜଣେ ଗୁରୁତ୍ୱପୂର୍ଣ୍ଣ ଖେଳାଳୀ ରୂପେ ବିବେଚିତ ହୋଇ ସାରିଲେଣି । ତେବେ ଏହି ମଧ୍ୟରେ ବଲିଉଡ ସହ ତାଙ୍କର କନେକସନକୁ ସେ ସର୍ବଦା ଚର୍ଚ୍ଚାରେ ରହି ଆସୁଥିବାବେଳେ ଜଣଙ୍କ ପରେ ଜଣଙ୍କ ସହ ତାଙ୍କ ନାମ ଯୋଡି ହେଇଯାଉଛି । ଚଳିତ ବିଶ୍ୱକପରେ ରାହୁଲ ସୁନ୍ଦର ପ୍ରଦର୍ଶନ ଦେଖାଇଥିବାବେଳେ ସେ ଭାରତୀୟ ଦଳର ଜଣେ ଉଦୀୟମାନ ଖେଳାଳୀ ହୋଇପାରନ୍ତି ବୋଲି ବର୍ତ୍ତମାନ ଚର୍ଚ୍ଚା ହେଉଛି । ଠିକ ଏହି ସମୟରେ ତାଙ୍କ ନାମ ଆଲିଆ ଭଟ୍ଟଙ୍କ ସାଙ୍ଗ ଏବଂ ସୁନିଲ ସେଟ୍ଟୀଙ୍କ ଝିଅ ଆଥିୟା ସେଟ୍ଟୀଙ୍କ ସହ ଯୋଡି ହେଇଥିବାବେଳେ ବର୍ତ୍ତମାନ ଆମେ ଏଭଳି ଏକ କଥା କହିବୁ ଯାହାକୁ ଶୁଣିଲେ ଆପଣଙ୍କ ହୋସ ଉଡିଯିବ । ଆଜ୍ଞା ହଁ ପୂର୍ବରୁ ରାହୁଲ ଏହି ସଂପର୍କରେ କିଛି ଖୁଲାସା କରିଥିବାବେଳେ ବର୍ତ୍ତମାନ ସେ ବଲିଉଡରେ କେଉଁ ଅଭିନେତ୍ରୀଙ୍କୁ ଅଧିକ ପସନ୍ଦ କରନ୍ତି ସେ ସଂପର୍କରେ କହିଛନ୍ତି । ବଲିଉଡରେ ସକ୍ସି ଗାର୍ଲ ତଥା ଅରବାଜ ଖାନଙ୍କର ପୂର୍ବତ୍ତନ ପତ୍ନୀ ମଲାଇକା ଅରୋରା ହେଉଛନ୍ତି ରାହୁଲଙ୍କ ପ୍ରଥମ ପସନ୍ଦ । ସେ ମଲାଇକାଙ୍କୁ ବହୁତ ଭଲ ପାଆନ୍ତି । ବର୍ତ୍ତମାନ ନୁହେଁ ସେ ପୂର୍ବରୁ କରଣଙ୍କ ସୋ’ରେ ମଧ୍ୟ ମଲାଇକା ତାଙ୍କ ପ୍ରଥମ ପସନ୍ଦ ବୋଲି କହିଥିଲେ । ପ୍ରକାଶ ଥାଉକି, ମଲାଇକା ୪୫ ବର୍ଷିୟ ହୋଇଥିବାବେଳେ ବର୍ତ୍ତମାନେ ତାଙ୍କର ଅର୍ଜୁନଙ୍କ ସହ ପ୍ରେମ ସଂପର୍କ ଗଢି ଉଠିଛି ବୋଲି ସମସ୍ତେ ଜାଣନ୍ତୁ ।


Share It

Comments are closed.