ୱିପ୍ରୋ ପକ୍ଷରୁ ସନ୍ତୁରର ନୂଆ ଚେହେରା ହେଲେ ବରୁଣ ଧୱନ


ଭୁବନେଶ୍ୱର: ଭାରତର ଅଗ୍ରଣୀ ସାବୁନ ବ୍ରାଣ୍ଡ ସନ୍ତୁର, ବଲିଉଡର ଲୋକପ୍ରିୟ ଅଭିନେତା ବରୁଣ ଧୱନଙ୍କୁ ଏହାର ନୂତନ ମଲଟି-ମିଡିଆ ଅଭିଯାନରେ ସାମିଲ କରିଛି । ପ୍ରଥମ ଥର ପାଇଁ ଏହି ବଲିଉଡ ଅଭିନେତା ସନ୍ତୁର ସହ ଯୋଡ଼ି ହୋଇଛନ୍ତି । ବଜାରର ଚାହିଦା ଏବଂ ଆବଶ୍ୟକତାକୁ ଦୃଷ୍ଟିରେ ରଖି ସନ୍ତୁର ସବୁବେଳେ ନିଜର ନୂଆ ନୂଆ ଉତ୍ପାଦ ନେଇ ଆସୁଛି । ଏହା ବ୍ୟତୀତ ସନ୍ତୁର ଭାରତର ସବୁଠାରୁ ଅଗ୍ରଣୀ ପର୍ସନାଲ କେୟାର ବ୍ରାଣ୍ଡ ଭାବେ ପରିଗଣିତ ହୋଇ ଆସୁଛି ।ୱିପ୍ରୋ କଞ୍ଜ୍ୟୁମର କେୟାର ଆଣ୍ଡ ଲାଇଟିଙ୍ଗ, କଞ୍ଜ୍ୟୁମର କେୟାର ବିଜନେସର ଅଧ୍ୟକ୍ଷ ଶ୍ରୀ ଅନିଲ ଚୁଘ୍ କହିଛନ୍ତି, “ସନ୍ତୁରର ଏହି ବିଜ୍ଞାପନ ମାଧ୍ୟମରେ ଆମେ ୩୦ ସେକେଣ୍ଡ ମଧ୍ୟରେ ‘ବୟସ ସମ୍ପର୍କୀତ ଭୁଲ ଧାରଣା’ ଉପରେ ଏକ ନୂଆ କାହାଣୀର ବର୍ଣ୍ଣନା କରିଛୁ । ସନ୍ତୁରର ଗୁଣାବଳୀ ଦୃଷ୍ଟିରୁ ଚିନ୍ତା କଲେ ସନ୍ତୁର ମହିଳା ମାନଙ୍କର ଏହି ନୂଆ କାହାଣୀର ବର୍ଣ୍ଣନା କରିବା ପାଇଁ ବରୁଣ ଧୱନ, ମହେଶ ବାବୁ ଏବଂ କାର୍ତ୍ତି ଆଦି ଅଭିନେତା ମାନେ ହିଁ ସମ୍ପୂର୍ଣ୍ଣ ଉପଯୁକ୍ତ ଅଟନ୍ତି ।” ଏହି ବ୍ରାଣ୍ଡ ସହିତ ଯୋଡ଼ି ହୋଇ ବରୁଣ ଧୱନ କହିଛନ୍ତି, “ସନ୍ତୁର ହେଉଛି ପ୍ରଥମ ବ୍ରାଣ୍ଡ ଯାହାକି ହଳଦୀ ଏବଂ ଚନ୍ଦନର ବିଶେଷ ଗୁଣରେ ସମୃଦ୍ଧ । ଏହିଭଳି ଏକ ବ୍ରାଣ୍ଡ ସହ ଯୋଡ଼ି ହୋଇ ମୁଁ ବେଶ୍ ଗର୍ବିତ ।


Share It

Comments are closed.