ଇସ୍ରୋ ସହ ‘ଲ୍ୟାଣ୍ଡର ବିକ୍ରମ’ର ସଂପର୍କ ଛିନ୍ନ ହେବା ପରେ ଭାରତକୁ କଟାକ୍ଷ କଲେ ପାକିସ୍ତାନ ମନ୍ତ୍ରୀ


ମହାକାଶ ଗବେଷଣାରେ ଭାରତର ମହତ୍ତ୍ୱପୂର୍ଣ୍ଣ ମିଶନ ‘ଚନ୍ଦ୍ରାୟନ-୨’ ସଂପୂର୍ଣ୍ଣ ସଫଳ ହୋଇପାରିନଥିବାବେଳେ ଏବେ ଏହାକୁ ନେଇ ଭାରତକୁ କାଟକ୍ଷ କରିବା ଆରମ୍ଭ କରିଦେଇଛି ପାକିସ୍ତାନ । ଚନ୍ଦ୍ରମା ଠାରୁ ମାତ୍ର ୨.୧ କିଲୋମିଟିର ଦୂରରୁ ‘ଲ୍ୟାଣ୍ଡର ବିକ୍ରମ’ର ସଂପର୍କ ଇସ୍ରୋ ଠାରୁ ଛିନ୍ନ ହୋଇଯାଇଥିବାବେଳେ ଏହାକୁ ନେଇ ପାକିସ୍ତାନର ବିଜ୍ଞାନ ଏବଂ ପ୍ରଯୁକ୍ତି ମନ୍ତ୍ରୀ ‘ଫୱାଦ ଚୌଦୁରୀ’ ଭାରତକୁ କଟାକ୍ଷ କରିବା ଆରମ୍ଭ କରିଦେଇଛନ୍ତି । ସେ ଭାରତକୁ କଟାକ୍ଷ କରି ନିଜ ଟ୍ୱିଟରେ ଲେଖିଛନ୍ତି ଯେ, “ଯେଉଁ କାମ ଆସୁ ନାହିଁ, ତାହା ସହ ଖେଳିବା ଉଚିତ ନୁହେଁ…ପ୍ରିୟ ଭାରତ ।


ସବୁଠାରୁ ଆଶ୍ଚର୍ଯ୍ୟର କଥା ଏହା ଯେ, ପାକିସ୍ତାନର ବିଜ୍ଞାନ ମନ୍ତ୍ରୀ ଭାରତକୁ ସମାଲୋଚନା କରୁଥିବାବେଳେ ଅନ୍ୟପଟେ ସେହି ମନ୍ତ୍ରୀ ଜଣକ ନିଜ ଟ୍ୱିଟରେ ଭାରତର ବନାନକୁ ଭୁଲ ଲେଖି ସମାଲୋଚନା ଶୀକାର ହୋଇଛନ୍ତି । ସେ ଇଣ୍ଡିଆର ନାମର ବନାନରେ ‘ଆଇ’ ପ୍ରତିବଦଳରେ ‘ଇ’ ଲେଖି ସମାଲୋଚିତ ହୋଇଛନ୍ତି ।


ପାକିସ୍ତାନ ମନ୍ତ୍ରୀଙ୍କ ଭାରତ ପ୍ରତି ଏହି ପ୍ରତିକ୍ରିୟା ଦେଖି ଅନେକ ୟୁଜର୍ସ ଫୱାଦଙ୍କୁ ଉଚିତ ଜବାବେ ଦେଇଥିଲେ । ସେମାନଙ୍କ ଜଣେ କହିଥିଲେ ଯେ, “ଆଗାମୀ ୧୫-୨୦ ବର୍ଷ ପର୍ଯ୍ୟନ୍ତ ଭାରତୀୟମାନେ ପାକିସ୍ତାନକୁ ଚନ୍ଦ୍ରରେ ସଫଳତାର ସହକାରେ ପହଞ୍ଚିବାର ସୁଯୋଗ ଦେଖିବାକୁ ପାଇବେ ନାହିଁ । ଏଥିପାଇଁ ପାକିସ୍ତାନକୁ ଡରିବାର କୌଣସି ଆବଶ୍ୟକତା ନାହଁ ଏବଂ ଆରାମରେ ଶୋଇପଡିବା ଉଚିତ । ”


Share It

Comments are closed.