ଘର ବାହୁଡିଲେ ଖାରବେଳ


ପୂର୍ବତ୍ତନ ସାଂସଦ ତଥା ଉକ୍ରଳ ଭାରତର ସଭାପତି ଖାରବେଳ ସ୍ୱାଇଁ ଆଜି ବିଧିବଦ୍ଧ ଭାବେ ବିଜେପିରେ ଯୋଗ ଦେଇଛନ୍ତି । ଧର୍ମେନ୍ଦ୍ର ପ୍ରଧାନଙ୍କ ଉପସ୍ଥିତିରେ ସେ ଆଜି ଦଳୀୟ କାର୍ଯ୍ୟାଳୟରେ ଆୟୋଜିତ ହୋଉଥିବା ମିଶ୍ରଣ ପର୍ବରେ ଖାରବେଳ ସ୍ୱାଇଁ ବିଜେପିରେ ସାମିଲ ହୋଇଛନ୍ତି ।
ପୂର୍ବରୁ ବିଜେଡିରୁ ଇସ୍ତଫା ଦେଇଥିବା ଅନେକ ନେତା ବିଜେପିର ସଦସ୍ୟତା ଗ୍ରହଣ କରି ସାରିଥିବାବେଳେ ଆଜି ଉକ୍ରଳ ଭାରତର ସଭାପତି ଖାରବେଳ ସ୍ୱାଇଁ ବିଜେପିରେ ଯୋଗ ଦେଇଛନ୍ତି । ସେ ବିଜେପିର ସଦସ୍ୟତା ଗ୍ରହଣ କରିବା ଅବସରରେ କହିଛନ୍ତି ଯେ, “ରାଜ୍ୟର ନବୀନ ସରକାରଙ୍କୁ ଗାଦିଚ୍ୟୁତ କରାଇବା ପାଇଁ ସେ ବିଜେପିରେ ଯୋଗ ଦେଇଛନ୍ତି । ” କେବଳ ଏତିକି ନୁହେଁ ସେ ଆହୁରୀ ମଧ୍ୟ କହିଛନ୍ତି ଯେ, “ସେ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଆକୃଷ୍ଟ ହୋଇ ବିଜେପିରେ ଯୋଗ ଦେଇଛନ୍ତି । ”
ଖାରବେଳଙ୍କ ପୂର୍ବରୁ ପୂର୍ବତ୍ତନ ବିଧାୟକ ବୃନ୍ଦାବନ ମାଝୀ, ଜଳେଶ୍ୱରର ପୂର୍ବତ୍ତନ ବିଧାୟକ ଦେବୀ ପ୍ରସନ୍ନ ଚାନ୍ଦ ମଧ୍ୟ ବିଜେପିରେ ସାମିଲ ହୋଇଥିଲେ । ଗତ କାଲି ପୂର୍ବତ୍ତନ ଡିଜି ପ୍ରକାଶ ମିଶ୍ର ବିଜେପିରେ ସାମିଲ ହୋଇଥିଲେ । ପ୍ରକାଶ ଥାଉକି ଖାରବେଳ ପୂର୍ବରୁ ବିଜେପି ଟିକେଟରୁ ଦୁଇଥର ସାଂସଦ ଭାବେ ନିର୍ବାଚିତ ହୋଇସାରିଥିବାବେଳେ ତାଙ୍କୁ ବର୍ତ୍ତମାନ କନ୍ଧମାଳ ଲୋକସଭା ଆସନ ପାଇଁ ପ୍ରାର୍ଥୀ ରୂପେ ଚୟନ କରାଯାଇଛି ।


Share It

Comments are closed.