ଜିରୋର ଫିଲ୍ମର ‘ହୁସନ୍ ପରଚମ’ ଗୀତରେ ଦର୍ଶକଙ୍କୁ ମତୁଆଲା କରିବେ କ୍ୟାଟ୍ରିନା


ଶାହାରୁଖ ଖୁବ ଶୀଘ୍ର ତାଙ୍କର ଆଗାମୀ ଫିଲ୍ମ ‘ଜିରୋ’କୁ ନେଇ ପରଦାକୁ ଆସୁଛନ୍ତି । ପୂର୍ବରୁ ଫିଲ୍ମର ଟ୍ରେଲର ରିଲିଜ ହୋଇସାରିଥିବାବେଳେ ବର୍ତ୍ତମାନ ଏହାର ସଙ୍ଗୀତ ସବୁ ରିଲିଜ ହେଉଛି । ଏହି ଫିଲ୍ମକୁ ନେଇ ଚର୍ଚ୍ଚା ଜୋର ଧରିଥିବାବେଳେ ବର୍ତ୍ତମାନ ଏହାର ପ୍ରମୋସନ କାର୍ଯ୍ୟ ମଧ୍ୟ ଆରମ୍ଭ ହୋଇଗଲାଣି । ପୂର୍ବରୁ ଫିଲ୍ମର ଦୁଇଟି ସଙ୍ଗୀତ ରିଲିଜ ହୋଇଥିଲା, ଯାହାକୁ ନେଇ ଦର୍ଶକ ଖୁବ ଉତ୍ସାହିତ ଥିଲେ ।
କିନ୍ତୁ ବର୍ତ୍ତମାନ ଫିଲ୍ମର ଆଉ ଏକ ଗୀତ ରିଲିଜ ହୋଇଛି, ଯାହାକି ଫିଲ୍ମର ସବୁଠାରୁ ଧମାକାଦାର ଗୀତ ବୋଲି ଶୁଣିବାକୁ ମିଳୁଛି । ଏହି ଗୀତଟି ହେଉଛି ‘ହୁସ୍ନ ପରଚମ’ । ଏହି ଗୀତରେ କ୍ୟାଟ୍ରିନା ନିଜ ଅନ୍ଦାଜରେ ଦର୍ଶକମାନଙ୍କୁ ଦିୱାନା କରିଦେଉଛନ୍ତି । ରିଲିଜ ହୋଇଥିବା ଏହି ନୂଆ ଗୀତରେ କ୍ୟାଟ୍ରିନାଙ୍କୁ ଭିନ୍ନ ଭିନ୍ନ ଅବତାରରେ ଦେଖିବାକୁ ମିଳୁଛି ।

ଏହି ଗୀତଟିକୁ ଅଜୟ ଓ ଅତୁଲ ପ୍ରସ୍ତୁତ କରିଥିବାବେଳେ ଏହାର ଲିରିକ୍ସ ‘ଇରସାଦ କାମିଲ’ ଲେଖିଛନ୍ତି । ଏହା ନିଶ୍ଚିତ ଯେ, ଯଦି ଆପଣ ଏହି ୩ମିନିଟର ଗୀତ ଦେଖିବେ ତେବେ କ୍ୟାଟ୍ରିନାଙ୍କ ଠାରୁ ଆପଣଙ୍କ ପଲକ ଗୋଟିଏ ମୂହୁର୍ତ୍ତ ମଧ୍ୟ ହଟିବନି ।
ଏହି ଫିଲ୍ମରେ ଶାହାରୁଖ ଜଣେ ବାମନ ଭୂମିକାରେ ନଜର ଆସିବେ, ଯାହାଙ୍କର ନାମ ବୱା ସିଂହ ରହିଛି । ସେପଟେ କ୍ୟାଟ୍ରିନା ଫିଲ୍ମ ଜଗତର ଜଣେ ବିଶିଷ୍ଟ ଅଭିନେତ୍ରୀଙ୍କ ଭୂମିକାରେ ନଜର ଆସିବେ, ଯାହାଙ୍କର ନାମ ରହିଛି ‘ବବିତା କୁମାରୀ’ ଓ ଅନୁଷ୍କା ଜଣେ ବୈଜ୍ଞାନିକଙ୍କ ଭୂମିକାରେ ନଜର ଆସିବେ । ଫିଲ୍ମଟି ଚଳିତ ମାସ ୨୧ରେ ରିଲିଜ ହେବାକୁ ଯାଉଛି ।


Share It

Comments are closed.