ଜରିନଙ୍କ କାର ଧକ୍କାରେ ବାଇକ ଆରୋହୀ ମୃତ


ବଲିଉଡ ଅଭିନେତ୍ରୀ ଜରିନ ଖାନଙ୍କ କାର ଧକ୍କାରେ ଜଣେ ବାଇକ ଆରୋହୀଙ୍କ ମୃତ୍ୟୁ ଘଟିଛି । ମିଳିଥିବା ସୂଚନା ମୁତାବକ ଏହି ଦୁର୍ଘଟଣାଟି ଗୋଆରେ ଘଟିଛି । ବାଇକ ଆରୋହୀ ଜଣକ ଜରିନଙ୍କର କାରରେ ଧକ୍କା ଦେବା ପରେ ତାଙ୍କ ମୁଣ୍ଡ ସିଧା ଯାଇ ରାସ୍ତାର ଡିଭାଇଡରରେ ମାଡ ହୋଇଥିଲା । ଯାହା ଫଳରେ ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା । ଜରିନଙ୍କ ଟିମ ଉକ୍ତ ଆରୋହୀ ଜଣଙ୍କୁ ହସ୍ପିଟାଲ ନେବା ବେଳେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲା ।
ମିଳିଥିବା ସୂଚନା ମୁତାବକ ବାଇକ ଆରୋହୀ ଜଣକ ବାଇକ ଚଳାଇବା ବେଳେ ମୁୁଣ୍ଡରେ ହେଲମେଟ ପିନ୍ଧିନଥିଲେ । ଯାହା ଫଳରେ ତାଙ୍କ ମୁଣ୍ଡରେ ଜୋରରେ ଆଘାତ ଲାଗିଥିଲା । ମିଳିଥିବା ସୂଚନା ମୁତାବକ ବାଇକ ଚାଳକଟିିର ବୟସ ୩୧ ବର୍ଷ ହୋଇଥିବାବେଳେ ବରିଷ୍ଟ ପିଏସଆଇ, ବିସାଲ ମଞ୍ଜେରକରଙ୍କ କହିବା ମୁତାବକ ଅଂଜୁନା ପୋଲିସ ଡ୍ରାଇଭରଙ୍କ ବିରୋଧରେ ଅବହେଳା ଜନିତ ଗାଡି ଚଲାଇବାର ଏକ ମାମଲା ରୁଜୁ କରିଛନ୍ତି ।


Share It

Comments are closed.