କରୋନା ସଂକ୍ରମିତ ହୋଇଛନ୍ତି ମୁମ୍ବାଇ ନୌସେନାର ୨୧ଜଣ ସେବାରତ କର୍ମୀ


ଭାରତ ନୌସେନାର ପାଖାପାଖି ୨୧ଜଣଙ୍କର ରିପୋର୍ଟ କରୋନା ପଜିଟିଭ ଆସିଛି, ଯାହାକି ନୌସେନା ପାଇଁ ଏକ ବିପଦ ହୋଇଯାଇଛି । ଏହି ନୌସେନା କର୍ମୀମାନଙ୍କର କରୋନା ପଜିଟିଭ ମିଳିବାପରେ ଏମାନଙ୍କୁ ମୁମ୍ବାଇର କୋଲାବା ସ୍ଥିତ ନୌସେନା ହସପିଟାଲ ଆଇଏନଏଚଏସ ଅଶ୍ୱିନୀରେ ଭର୍ତି କରାଯାଇଛି ବୋଲି ନୌସେନା ଅଧିକାରୀଙ୍କ ପକ୍ଷରୁ ସୂଚନା ମିଳିଛି ।

ଭାରତରେ ନୌସେନାରେ କୋଭିଡ-୧୯ର ଏହା ପ୍ରଥମ ମାମଲା ଅଟେ । ସଂକ୍ରମିତ କର୍ମୀମାନଙ୍କର ସଷ୍ପର୍ଶରେ ଆସିଥିବା ଲୋକଙ୍କର ମଧ୍ୟ ଯାଂଚ କରାଯିବ । ‘ମୁମ୍ବାଇରେ ନୌସେନା ପରିସରଭୁକ୍ତ ୨୧ ସେବାରତ କର୍ମୀଙ୍କ ରିପୋର୍ଟ କରୋନା ପଜିଟିଭ ଆସିଛି । ଏଥିରେ ମୁମ୍ବାଇ ତଟରେ ଠିଆ ହୋଇଥିବା ଆଇଏନଏସ ଆଙ୍ଗ୍ରେର ୨୦ ଜଣ ନାବିକ ସାମିଲ ଅଛନ୍ତି ।
ଏମାନଙ୍କ ମଧ୍ୟରୁ ଅନେକ ସ୍ପର୍ଶାନୁମୁଖ ରହିଛନ୍ତି ଏବଂ ଏମାନେ ଏପ୍ରିଲ ୭ରେ କରୋନା ପଜିଟିଭ ମିଳିଥିବା ନାବିକଙ୍କ ଠାରୁ ସଂକ୍ରମିତ ହୋଇଛନ୍ତି ।’ ବୋଲି ନୌସେନା ପକ୍ଷରୁ କୁହାଯାଇଛି ।


ଅନ୍ୟପଟେ ଭାରତୀୟ ସେନାରେ ଏପର୍ଯ୍ୟନ୍ତ ୮ଟି କରୋନା ପଜିଟିଭ ମାମଲା ସାମ୍ନାକୁ ଆସିଛି । ଭାରତୀୟ ନୌସେନାର ଅଧ୍ୟକ୍ଷ ଏଡମିରଲ କରମବିର ସିଂ ଜୋର ଦେଇ କହିଛନ୍ତି ଏହା ସୁିଶ୍ଚିତ କରିବା ମହତ୍ୱପୂର୍ଣ୍ଣ ଯେ ଯୁଦ୍ଧପୋତ ଏବଂ ବୁଡ଼ାଜାହଜ ଭଳି ପରିଚାଳନା ସମ୍ପତି ଯେଭଳି ଭାଇରସଠାରୁ ମୁକ୍ତ ରୁହନ୍ତି ଏବଂ ନୌସେନା ପ୍ରତ୍ୟେକ ସମୟରେ ପ୍ରସ୍ତୁତ ରହେ । ସେ ଆହୁରି ମଧ୍ୟ କହିଛନ୍ତି ଯେ , ‘ଆମକୁ ସବୁଠାରୁ ଖରାପ ସ୍ଥିତି ପାଇଁ ପ୍ରସ୍ତୁତ ରହିବା ଆବଶ୍ୟକ ଅଟେ, ଏହା ଏକ ଲମ୍ବା ଲଢ଼େଇ ଅଟେ ।’


Share It

Comments are closed.