ବ୍ରିଟେନ ବୈଜ୍ଞାନିକଙ୍କ ଦାବୀ, ସେପ୍ଟେମ୍ବର ସୁଧା ଆସିବ କରୋନା ଟୀକା


ମହାମାରୀ କରୋନା ଭାଇରସ କାରଣରୁ ସାରା ବିଶ୍ୱରେ ୨୨ ଲକ୍ଷରୁ ଉର୍ଦ୍ଧ୍ୱ ଲୋକେ ସଂକ୍ରମିତ ହୋଇଥିବାବେଳେ ଦେଇ ଲକ୍ଷରୁ ଉର୍ଦ୍ଧ୍ୱ ସଂକ୍ରମିତ ଏହି ଭାଇରସ କାରଣରୁ ପ୍ରାଣ ହରାଇ ମଧ୍ୟ ସାରିଲେଣି । ଅନେକ ଦେଶ ଏହି ମହାମାରୀ କରୋନା ଭାଇରସ ବିରୋଧରେ ଟୀକା ଆବିଷ୍କାର କରିବା ଲାଗି ଗବେଷଣା ଚଳାଉଥିବାବେଳେ ଏହି ଦେଶମାନଙ୍କ ମଧ୍ୟରେ ବ୍ରିଟେନ ମଧ୍ୟ ସାମିଲ ହୋଇଯାଇଛି । ବ୍ରିଟେନ ବର୍ତ୍ତମାନ କରୋନା ବିରୋଧୀ ଟୀକା ଆବିଷ୍କାର ଦିଗରେ ନିଜ ଗବେଷଣା ଆରମ୍ଭ କରିଦେଲାଣି ।
ବ୍ରିଟେନର ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟର ଭ୍ୟାକ୍ସିନୋଲୋଜି ବିଭାଗର ପ୍ରଫେସର ସାରା ଗିଲବର୍ଟ କରୋନା ଭାଇରସର ଟୀକା ପ୍ରସ୍ତୁତ କରିବା ପାଇଁ ଦାବୀ କରିଛନ୍ତି । ସେପ୍ଟେମ୍ବର ସୁଧା ଟୀକାର ଆବିଷ୍କାର ହୋଇଯିବ ବୋଲି ସାମ୍ବାଦିକଙ୍କ ସହ ହୋଇଥିବା ଏକା ସାକ୍ଷାତକାରରେ ଗିଲବର୍ଟ ଦାବୀ କରିଛନ୍ତି । ଗିଲବର୍ଟ କହିଛନ୍ତି ଯେ, ଆମେ ମହାମାରୀ ଋପ ନେବାକୁ ଥିବା ଏକ ରୋଗ ଉପରେ ବର୍ତ୍ତମାନ କାମ କରୁଛୁ ଏବଂ ଏହାକୁ ଏକ୍ସ ନାମ ଦିଆଯାଇଛି । ଏହା ପାଇଁ ଆମକୁ ଯୋଜନା ପ୍ରସ୍ତୁତ କରି କାମ କରିବାକୁ ପଡିବ ।
ସେ କହିଛନ୍ତି, ସିଏଚଏଡିଓକ୍ସ୧ ଜ୍ଞାନକୌଶଳ ସହ ଏହାର ୧୨ଟି ପରୀକ୍ଷଣ ହୋଇସାରିଛି । ଆମକୁ ଏହାର ଏକ ଡୋଜରେ ରୋଗପ୍ରତିରୋଧକ ଶକ୍ତିର କ୍ଷମତାକୁ ଉନ୍ନତ କରିବା ପାଇଁ ପରିଣାମ ମିଳିଯାଇଛି । ସେପଟେ ଆରଏନଏ ଏବଂ ଡିଏନଏ ପ୍ରଯୁକ୍ତିରେ ଏହା ପାଇଁ ଦୁଇ କିମ୍ବା ତାଠାରୁ ଅଧିକ ଡୋଜର ଆବଶ୍ୟକତା ରହିଥାଏ । ପ୍ରଫେସର ଗିଲବର୍ଟ ସୂଚନା ଦେଇଛନ୍ତି ଏହାର କ୍ଲିନିକାଲ ଟ୍ରାଏଲ ବର୍ତ୍ତମାନ ଆରମ୍ଭ ହୋଇଯାଇଛି । ଏହାର ସଫଳତା ଉପରେ ବିଶ୍ୱାସ ଜାହିର କରି ସେ କହିଛନ୍ତି ଯେ, ସେପ୍ଟେମ୍ବର ସୁଧା ଏହାର ୧୦ ଲକ୍ଷ ଡୋଜ ଉପଲବ୍ଧ ହୋଇଯିବ ।


Share It

Comments are closed.