ଭଲ ଖବର : ଦେଶରେ ଦିନକୁ ଦିନ କରୋନା ସଂକ୍ରମିତଙ୍କ ମାମଲାରେ ଘଟୁଛି ହ୍ରାସ


ଭାରତରେ କରୋନା ଭାଇରସ ଜନିତ ସଂକ୍ରମିତଙ୍କ ମାମଲାରେ ହ୍ରାସ ଘଟୁଥିବାର ବର୍ତ୍ତମାନ ପରିଲକ୍ଷିତ ହେଉଛି । ଗତ ୧୨ ଘଣ୍ଟା ୫୪୩ଟି ନୂଆ ମାମଲା ସାମନାକୁ ଆସିଥିବାବେଳେ ଏହା ଶୁକ୍ରବାର ତୁଳନାରେ (୬୨୮କେସ) କମ ଅଟେ । ସେପଟେ କରୋନା ଜନିତ ମୃତ୍ୟୁ ମାମଲା ଉପରେ ଯଦି ଚର୍ଚ୍ଚା କରିବା ତେବେ ୧୨ ଘଣ୍ଟାରେ ୨୮ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଏହା ଗତ କାଲି ତୁଳନାରେ (୧୭)ଟିକେ ଅଧିକ ଅଟେ ।
ସବୁଠାରୁ ଖୁସି ଖବର ଏହା ଯେ, କରୋନା ଭାଇରସର ସଂକ୍ରମଣ ହାରରେ ହ୍ରାସ ଘଟୁଥିବାର ବର୍ତ୍ତମାନ ପରିଲକ୍ଷିତ ହେଉଛି । ଶନିବାର ଦିନ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଜାରି କରାଯାଇଥିବା ସୂଚନା ମୁତାବକ ଦେଶରେ କରୋନା ଭାଇରସ ଜନିତ ସଂକ୍ରମିତଙ୍କ ବର୍ତ୍ତମାନ ୧୪୩୭୮ ଆସି ପହଞ୍ଚିଲାଣି । ସେପଟେ ଏହି ଭାଇରସ ସଂକ୍ରମଣ କାରଣରୁ ୪୮୦ ଜଣଙ୍କ ମୃତ୍ୟୁ ହୋଇ ସାରିଥିବାବେଳେ ଏମାନଙ୍କ ମଧ୍ୟରୁ ୧୧୯୦୬ ଆକ୍ଟିଭ କେସ ରହିଛି । ଏହି ମହାମାରୀ କୋଭିଡ-୧୯ରୁ ୧୯୯୧ ସଂକ୍ରମିତ ସଂପୂର୍ଣ୍ଣ ସୁସ୍ଥ ହୋଇ ଘରକୁ ଫେରିଥିବାବେଳେ ସେମାନଙ୍କୁ ହସ୍ପିଟାଲରୁ ଛୁଟି ମିଳିଯାଇଛି । କରୋନା ଭାଇରସ ଯୋଗୁଁ ଦେଶରେ ସର୍ବାଧିକ ମୃତ୍ୟୁ ମହାରାଷ୍ଟ୍ରରେ ହୋଇଥିବାବେଳେ ଏଠାରେ ମୃତକଙ୍କ ସଂଖ୍ୟା ୨୦୧ରେ ଆସି ପହଞ୍ଚିଛି । ବର୍ତ୍ତମାନ ଏଠାରେ ସଂକ୍ରମିତ ସଂଖ୍ୟା ୩୮୫୫ରେ ଆସି ପହଞ୍ଚିଲାଣି ।
ସେହିଭଳି ଓଡିଶାରେ ୬୦ ଜଣ ସଂକ୍ରମିତଙ୍କ ମଧ୍ୟରୁ ୨୧ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବାବେଳେ ସେମାନଙ୍କ ମଧ୍ୟରୁ ଜଣଙ୍କର ମାତ୍ର ମୃତ୍ୟୁ ଘଟିଛି ।


Share It

Comments are closed.