ଝାଡଖଣ୍ଡରେ ବିଜେପିକୁ ଲାଗିପାରେ ଶକ୍ତ ଝଟକା !


ଝାଡଖଣ୍ଡରେ ୮୧ ବିଧାନସଭା ଲାଗି ନିର୍ବାଚନ ଶେଷ ହୋଇ ସାରିଛି । ତେବେ ଶେଷ ପର୍ଯ୍ୟାୟରେ ୧୬ଟି ଆସନ ପାଇଁ ଭୋଟ ଗ୍ରହଣ କରାଯାଇଥିବାବେଳେ ମୋଟ ଉପରେ ୭୦ % ଭୋଟ ଗ୍ରହଣ ହୋଇଥିବା ଜଣା ପଡିଛି । ତେବେ ନିର୍ବାଚନ ପରେ ବିଭିନ୍ନ ସଂସ୍ଥା ପକ୍ଷରୁ ହୋଇଥିବା ଏକଜିଟ ପୋଲରେ ଝୁଲ୍ଲା ବିଧାନସଭା ହେବ ବୋଲି ସୂଚନା ମିଳିଛି । ତେବେ କଂଗ୍ରେସ- ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚା ଓ ଆରଜେଡି ମେଣ୍ଟକୁ ଅଧିକ ଆସନ ମିଳିବ ବୋଲି ପ୍ରାୟତଃ ସବୁ ସଂସ୍ଥା ଆକଳନ କରୁଥିବାବେଳେ ଅନ୍ୟପଟେ ବିଜେପି କ୍ଷମତା ହରାଉଥିବାର ସମସ୍ତେ ଆକଳନ କରିଛନ୍ତି ।
ଝାଡଖଣ୍ଡରେ ସରକାର ଗଠନ ପାଇଁ ମ୍ୟାଜିକ ନମ୍ବର ୪୧ ରହିଥିବାବେଳେ ଏକଜିଟ ପୋଲର ଆକଳନ ଅନୁଯାୟୀ କଂଗ୍ରେସ- ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚା ଓ ଆରଜେଡି ମେଣ୍ଟକୁ ୩୫ ଆସନ ଏବଂ ବିଜେପି ୩୨ ଆସନ ମିଳିପାରେ । ସେହିଭଳି ଆଇଏଏନଏସ ସି ଭୋଟର-ଏବିଭିପିର ଏକଜିଟ ପୋଲ ଅନୁଯାୟୀ ବିଜେପିକୁ ସେହି ୩୨ ଆସନ ଏବଂ କଂଗ୍ରେସ- ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚା ଓ ଆରଜେଡି ମେଣ୍ଟକୁ ୩୫ ଏବଂ ଏଜେଏସୟୁକୁ ୯ ଆସନ ମିଳିବାର ସମ୍ଭାବନା ରହିଛି ।
ତେବେ ଇଣ୍ଡିଆ ଟୁଡେର ଆକଳନ ଅନୁଯାୟୀ ବିଜେପିକୁ ୨୨ରୁ ୩୨ ଆସନ ମିଳିବାର ସମ୍ଭାବନ ରହିଥିବାବେଳେ ମହାମେଣ୍ଟରୁ ୩୮ରୁ ୫୦ ଓ ଏଜେଏସୟୁକୁ ୩ରୁ ୫ ଏବଂ ଅନ୍ୟାନ୍ୟକୁ ୬ରୁ ୧୧ ଆସନ ମିଳିପାରେ । ଆସନ୍ତା ୨୩ ଡିସେମ୍ବରରେ ନିର୍ବାଚନୀ ଫଳାଫଳ ଘୋଷାଣ ହେବାକୁ ଥିବାବେଳେ ସେଥିରୁ ସ୍ପଷ୍ଟ ଜଣାପଡିଯିବ କିଏ ଝାଡଖଣ୍ଡରେ ସରକାର ଗଢୁଛି ଏବଂ କିଏ ନାହିଁ ।


Share It

Comments are closed.